ମଣ୍ଡପକୁ ପ୍ରଥମ ଭୋଗ ଥାନାରୁ ଆସେ

ଭଦ୍ରକ ଜିଲା ବାସୁଦେବପୁରର ଗଁାଠୁ ସହର ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପରେ ଶନିବାର ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ବାସୁଦେବପୁର ମୁଖ୍ୟ ବଜାରସ୍ଥିତ ପୌରପାଳିକା ଅଫିସ ସାମ୍ନାରେ ଥିବା ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ଏଥର ୫୯ବର୍ଷରେ ପହଞ୍ଚତ୍ଛି। ଏହା ଥାନାହାଟ ଦୁର୍ଗାପୂଜା ନାମରେ ପରିଚିତ। ୧୯୬୫ରେ ବାସୁଦେବପୁରର ତତ୍କାଳୀନ ଥାନା କର୍ମଚାରୀ ଡମ୍ବରୁଧର ମହାନ୍ତି, ଯୋଗାଣ ଅଧିକାରୀ ଶତ୍ରୁଘ୍ନ ରାଉତ, ସଂଗ୍ରାମୀ ଅନିରୁଦ୍ଧ ମହାନ୍ତି, ମୁରଲୀଧର ସାମଲ ଓ କେତେକ ସ୍ଥାନୀୟ ବ୍ୟକ୍ତିଙ୍କ ଉଦ୍ୟମ ଓ ସହଯୋଗକ୍ରମେ ଏହି ଦୁର୍ଗାପୂଜା ପ୍ରଥମେ ବାସୁଦେବପୁର ପରିବା ହାଟରେ ଏକ ଚାଳଘରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାର ରୂପରେଖ ବଦଳି ଆଜବେଷ୍ଟସ୍‌ ଓ ଏବେ ସ୍ଥାୟୀ ପକ୍କାଗୃହ ମଣ୍ଡପରେ ପୂଜା ହେଉଛି। ପୂର୍ବ ପରମ୍ପରା ଅନୁସାରେ ଏହି ମଣ୍ଡପକୁ ପ୍ରଥମ ଭୋଗ ବାସୁଦେବପୁର ଥାନାରୁ ହିଁ ଆସିଥାଏ। ମା’ ଦୁର୍ଗାଙ୍କ ଆକର୍ଷଣୀୟ ମେଢ଼ ସହ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ଅତି ନିଖୁଣ ଭାବେ ଗଢ଼ାଯାଇ ପୂଜା କରାଯାଉଛି। ଥାନାହାଟ ପୂଜା କମିଟିର ସଭାପତି ପ୍ରଦୀପ ସାମଲ ଓ ସମ୍ପାଦକ ଭାବେ ଜୀବନ ମହାନ୍ତି ଦାୟିତ୍ୱ ତୁଲାଉଛନ୍ତି। ମା’ଙ୍କୁ ଦର୍ଶନ ପାଇଁ ପୂଜା ମଣ୍ଡପରେ ଭିଡ଼ ଲାଗିବା ଆରମ୍ଭ ହେଲାଣି। ସେହିପରି ସମିଆ, ଗୁଆଗଡ଼ିଆ, ବେତଡ଼ା, ନରସିଂହପୁର, ବିଦ୍ୟୁତ୍‌ମାର୍ଗ, ବାଲିନଗର, ତାରିଣୀଛକ, ଉଚ୍ଚଡିହା, ଭୈରବପୁର, ଦେଉଳୀ, ଇରମ ସମେତ ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା କରାଯାଉଛି।
– ନାରାୟଣ ପ୍ରସାଦ ବାରିକ, ବାସୁଦେବପୁର, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଶକ୍ତ ଝଟ୍‌କା: ଦଳ ଛାଡ଼ି ଭାଜପାରେ ଯୋଗଦେଲେ ବରିଷ୍ଠ ନେତା

ଗୁଆହାଟୀ,୧୮ା୩:ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଶକ୍ତ ଧକ୍କା ଲାଗିଛି। ଦଳୀୟ ନେତା ତଥା ନାଗାଓଁ ଏମ୍‌ପି ପ୍ରଦ୍ୟୁତ୍‌ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି। ଆସାମ…

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ: ବିଜେଡି-ଭାଜପା ଭିତିରି ସମ୍ପର୍କକୁ ନେଇ କହିଦେଲେ ଏମିତି

ଭୁବନେଶ୍ୱର,୧୮।୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ…

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

ଭୟଙ୍କର ହେଲା ବିଶ୍ୱଯୁଦ୍ଧ: ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟରେ ମିସାଇଲ ମାଡ଼! ବିଶ୍ୱରେ ଚହଳ

ତେହରାନ,୧୮।୩: ଇରାନର ପରମାଣୁ କେନ୍ଦ୍ରରେ ମିସାଇଲ ମାଡ଼। ବୁଶେହର ନିକଟରେ ଅବସ୍ଥିତ ଇରାନର ଏକମାତ୍ର ସକ୍ରିୟ ପରମାଣୁ ଶକ୍ତି କେନ୍ଦ୍ର ପାଖରେ ମିସାଇଲ ମାଡ଼ ହୋଇଛି। ଯାହା…

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

ରୁଷିଆ ପରେ ଭାରତକୁ ତେଲ ପଠାଇଲା ଏହି ମୁସିଲମ ଦେଶ, ଚମକି ପଡିଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ଯୋଗୁଁ ହର୍ମୁଜରେ ସଙ୍କଟ ଆହୁରି ଗଭୀର ହେଉଛି। ଏହି ପରିସ୍ଥିତି ମଧ୍ୟରେ, ଭାରତ ପାଇଁ ଏକ…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଯୁବକ ଉଦ୍ଧାର: ବଢୁଛି ସନ୍ଦେହ

ବାହାନଗା,୧୮।୩(ଅରୂପ କୁମାର ଦାସ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଜଣେ ଯୁବକ ଉଦ୍ଧାର କରାଯିବା ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଘଟଣା ଘଟିଛି…

ତେଲକୁ ନେଇ ରୁଷିଆ-ପାକିସ୍ତାନ ଭିତରେ ବଡ଼ ଡିଲ୍‌, ଭାରତକୁ ଜୋରଦାର ଝଟ୍‌କା!

ମସ୍କୋ,୧୮।୩: ବିଶ୍ୱର ଗଭୀର ଶକ୍ତି ସଙ୍କଟ ଏବଂ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ରୁଷିଆ ପାକିସ୍ତାନ ପ୍ରତି ବନ୍ଧୁତାର ହାତ ବଢ଼ାଇଛି। ପାକିସ୍ତାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri