ସୁଇସାଇଡ୍‌ ନୋଟର ପ୍ରଥମ ପୃଷ୍ଠା ଗାଏବ

କୋରେଇ,୩୦ା୩(ଡି.ଏନ.ଏ.):ଯାଜପୁର ଜିଲା କୋରେଇ ଥାନା ଅଧୀନ ରଗଡ଼ି ସରକାରୀ ପଲିଟେକନିକ କଲେଜର ୩ୟ ବର୍ଷ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ରୀ ରୋଜାଲିନ ପାତ୍ର(୧୮) କଲେଜ ମଧ୍ୟରେ ଥିବା ବିରଜା ହଷ୍ଟେଲର ନିଜ ରୁମରେ ଚୁନି ଲଗେଇ ଆତ୍ମହତ୍ୟା କରିବା ଘଟଣାରୁ ପରଦା ଉଠାଇ ପାରୁନି ପୋଲିସ। ତାଙ୍କ ବାପା ଅମୂଲ୍ୟ ପାତ୍ରଙ୍କ ଅଭିଯୋଗ ଆଧାରରେ ପୋଲିସ ନଂ.୮୦/୨୩ରେ ମାମଲା ରୁଜୁ କରିଥିଲେ ମଧ୍ୟ କେଉଁ କାରଣରୁ ରୋଜାଲିନ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇପାରିନାହିଁ। ରୋଜାଲିନ ୨ ଫର୍ଦ୍ଦର ସୁଇସାଇଡ ନୋଟ ଲେଖିଥିବା ଆଲୋଚନା ହେଉଥିବା ବେଳେ ପୋଲିସ କିନ୍ତୁ ଗୋଟିଏ ଫର୍ଦ୍ଦ ଜବତ କରିଥିବା କହୁଛି। ଅନ୍ୟପକ୍ଷରେ ରୋଜାଲିନ ନିଜ ମୋବାଇଲରେ ବ୍ୟବହାର କରୁଥିବା ସିମ୍‌ ମିଳୁ ନ ଥିବାରୁ ପୁରାଘଟଣା ଉପରେ କଲେଜ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପ୍ରକୃତରେ ରୋଜାଲିନ ନିଜ ମୋବାଇଲରୁ ସିମ କାଢ଼ି ନଷ୍ଟ କରିଛନ୍ତି ନା କେହି ଦୁର୍ବୁତ୍ତ ପ୍ରମାଣ ନଷ୍ଟ ପାଇଁ ତାଙ୍କ ମୋବାଇଲରୁ ସିମ କାଢ଼ିନେଇଛି ତାହା ତଦନ୍ତ ସାପେକ୍ଷ। ରୋଜାଲିନ ସେହି ରୁମରେ ସେଦିନ କାହିଁକି ଏକା ଥିଲେ। ତାଙ୍କ ସାଥିରେ ଥିବା ସହପାଠୀଙ୍କ ସହ ଘଟଣାଦିନ ତାଙ୍କର କ’ଣ ଆଲୋଚନା ହୋଇଥିଲା। ହଷ୍ଟେଲ ୱାର୍ଡେନଙ୍କ ସହ ତାଙ୍କର ଶେଷ ବାର୍ତ୍ତାଳାପ କ’ଣ ହୋଇଥିଲା, ଏହିସବୁ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ପୁରା ଘଟଣାକୁ ଅନୁଧ୍ୟାନ କଲେ ପୋଲିସ ଓ କଲେଜ କର୍ତ୍ତୃପକ୍ଷ କେଉଁଠି ନା କେଉଁଠି କାହାକୁ ସୁରକ୍ଷା ଦେବାକୁ ଚେଷ୍ଟିତ ଥିବା ଚର୍ଚ୍ଚା ହେଉଛି। ୪ଥର କ୍ୟାମ୍ପସ ପାଇ କଲେଜରେ ଚର୍ଚ୍ଚାରେ ଥିବା ମେଧାବୀ ଛାତ୍ରୀ ରୋଜାଲିନଙ୍କୁ ପୂର୍ବରୁ କଲେଜର କିଛି ଛାତ୍ରୀଛାତ୍ର ମାନସିକ ନିର୍ଯାତନା ଦେଇଆସୁଥିବା ସେ ପରିବାର ଲୋକଙ୍କୁ ଜଣାଇଥିଲେ। ଘଟଣାର ପୂର୍ବଦିନ ମଧ୍ୟ ଜଣେ ଛାତ୍ର ତାଙ୍କୁ ମାଡ଼ ମାରିବାକୁ ପ୍ରୟାସ କରିଥିଲେ ବୋଲି ରୋଜାଲିନଙ୍କ କିଛି ସହପାଠୀ କହିଛନ୍ତି। ସେ ଘରକୁ ଯାଇଥିବା ସମୟରେ କେହିଜଣେ ଯୁବକ ତାଙ୍କୁ ହ୍ବାଟ୍ସଆପ ଜରିଆରେ ଅଶ୍ଳୀଳ ମେସେଜ କରି ମାନସିକ ନିର୍ଯାତନା ଦେଉଥିବା ସେ ପରିବାର ଲୋକଙ୍କୁ ଜଣାଇଥିଲେ। କଲେଜରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏଭଳି କଳି ଲାଗି ରହୁଥିବା ବେଳେ କଲେଜ କର୍ତ୍ତୃପକ୍ଷ ଏବିଷୟରେ କିପରି ଅବଗତ ନ ଥିଲେ ନା ସବୁକିଛି ଜାଣିଶୁଣି ଚୁପ ରହୁଥିଲେ ତାହା ଆଲୋଚନାର ବିଷୟ ହୋଇଛି।
ଅନ୍ୟପକ୍ଷରେ ପୋଲିସ ୩ଜଣ ଛାତ୍ରୀଛାତ୍ରଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଥିବା ସଫେଇ ଦେଇଛି। ହେଲେ ଯେଉଁ ଭଳି ଭାବେ ତଦନ୍ତ ହେବା କଥା ତାହା ହେଉନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ମାମଲାକୁ ରଫାଦଫା କରିବାକୁ ଯୋଜନା ହେଉଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ଯାଜପୁର ରୋଡ୍‌ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଛାତ୍ରୀଙ୍କ ଅନ୍ୟ କୌଣସି ହାତଲେଖା ସୁଇସାଇଡ୍‌ ନୋଟ ମିଳିନାହିଁ। ଏବେ ତାଙ୍କ ସିମ୍‌ ନ ମିଳିବା ଉପରେ ଅଧିକ ତଦନ୍ତ କରାଯାଉଛି। ଏଥିସହିତ ପୋଷ୍ଟମର୍ଟମ ରିପୋର୍ଟ ଆସିନାହିଁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା,୨୯।୩ (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri