Categories: କନ୍ଧମାଳ

ପ୍ରଥମ ହରିଶ୍ଚନ୍ଦ୍ର ସହାୟତା ଦେଲେ ସରପଞ୍ଚ

ଫୁଲବାଣୀ ଅଫିସ, ୩୦ା୫: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ଦୁର୍ଗମ କୋଏରମାଣ୍ଡୁ ପଞ୍ଚାୟତରେ ଏ ପର୍ଯ୍ୟନ୍ତ କୌଣସି ହିତାଧିକାରୀ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଇ ନ ଥିଲେ ା ନବ ନିର୍ବାଚିତ ସରପଞ୍ଚ ମାଧବ କହଁର ଜଣେ ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି। ସୁମାଙ୍ଗି ଗ୍ରାମରେ ଗତ ୨୬ ତାରିଖରେ ଲୋଚନ କହଁରଙ୍କ ରୋଗାଗ୍ରସ୍ତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସରପଞ୍ଚ ତାଙ୍କ ଗ୍ରାମକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା ରାଶି ଦେଇଛନ୍ତି। ଲୋଚନଙ୍କ ପୁଅ ପୂଣ୍ଣର୍ର୍ଚନ୍ଦ୍ର ଏହି ସହାୟତା ରାଶି ଗ୍ରହଣ କରିଥିଲେ। ଗ୍ରାମବାସୀ କହିଛନ୍ତି ଯେ, ହରିଶ୍ଚନ୍ଦ୍ର ଯୋଜନା କ’ଣ ଜାଣିନାହୁଁ ା ସରପଞ୍ଚ ଏହା ଦେବାରୁ ଜାଣିଲୁ ବୋଲି କହଛନ୍ତି। ସେହିପରି କଲମପଡା ଗ୍ରାମର ଟିବିଡି କହଁରଙ୍କ ଗତ ୨୭ ତାରିଖରେ ଫୁଲବାଣୀ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ା ସରପଞ୍ଚ ମାଧବ ତାଙ୍କ ପରିବାରକୁ ମଧ୍ୟ ଭେଟି ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ କରିଛନ୍ତି।