ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧୨ା୭(ବ୍ୟୁରୋ):ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ରବିବାର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ପୂର୍ବାହ୍ନ ୧୧ଟା ସମୟରେ କୋଭିଡ୍‌ କଟକଣା ପାଳନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୨ଟି ସ୍ଲୁଇସ ଗେଟ୍‌ ଖୋଲାଯାଇଥିଲା। ଏହି ଗେଟ୍‌ ଦେଇ ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୩୦ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି। ଏ ନେଇ ଅପର ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀ ସୁନୀଳ ନାଏକ କହିଛନ୍ତି, ପୂର୍ବ ନିର୍ଦ୍ଧାରିତ ସମୟରେ ଗେଟ୍‌ ଖୋଲା ଯାଇଥିଲା। ଉପର ମୁଣ୍ଡରେ ବର୍ଷା ଅଭାବ ଯୋଗୁ ଜଳଭଣ୍ଡାରକୁ କମ୍‌ ପରିମାଣର ଜଳ ପ୍ରବେଶ କରୁଛି। ତେଣୁ ପ୍ରଥମେ ୨ ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରରେ ଜଳସ୍ତର ୬୦୫ ଫୁଟ୍‌ରୁ କମ୍‌ ନ ହେବା ପର୍ଯ୍ୟନ୍ତ ଏହି ୨ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିବ। ୪୮ଘଣ୍ଟା ପରେ ଏହି ଜଳ ମୁଣ୍ଡୁଳିରେ ପହଞ୍ଚତ୍ବ। ଏଥିଯୋଗୁ ତଳ ମୁଣ୍ଡରେ ବନ୍ୟା ହେବାର କୌଣସି ସମ୍ଭାବନା ନାହିଁ। ମହାନଦୀ ଶୁଖିଲା ରହିଥିବାବେଳେ ବର୍ଷା କମ୍‌ ହେଉଛି ବୋଲି ସେ କହିଥିଲେ।
ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ଡ୍ୟାମ୍‌ରେ ଜଳସ୍ତର ୬୦୯.୫୨ ଫୁଟ୍‌ ରହିଥିଲା। ତେବେ ଡ୍ୟାମ୍‌କୁ ୬୦,୮୬୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୫୪,୦୫୬ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ସେହିପରି ବିଦ୍ୟୁତ୍‌ ଉତ୍ପାଦନ ପାଇଁ ୧୯,୮୪୨ କ୍ୟୁସେକ, ଦୁଇଟି ଗେଟ୍‌ ଦେଇ ୨୯,୬୩୬, ବିଭିନ୍ନ କେନାଲରେ ୪୩୦୦ ଓ ଶିଳ୍ପ ପାଇଁ ୨୭୨ କ୍ୟୁସେକ ଜଳ ନିଷ୍କାସନ ହେଉଛି। ରୁଲ୍‌ କର୍ଭ ଅନୁସାରେ ଜଳସ୍ତରକୁ ଦେଖି ଗେଟ୍‌ ସଂଖ୍ୟା ବୃଦ୍ଧି କିମ୍ବା କମ୍‌ କରାଯିବ। ପର୍ଥଲାରେ ୨୧,୭୩୯, ଖଇରମାଲରେ ୪୮,୮୦୦, ବାରମୁଲାରେ ୪୨,୮୦୦, ମୁଣ୍ଡୁଳିରେ ୩୭,୦୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ସୂଚନାଯୋଗ୍ୟ ୨୦୧୭ ଜୁଲାଇ ୨୩ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଥିଲା। ସେତେବେଳେ ଜଳସ୍ତର ୬୦୭.୦୬ ଫୁଟ୍‌ ରହିଥିଲା। ସେହିପରି ୨୦୧୮ ଜୁଲାଇ ୨୪ରେ ଜଳସ୍ତର ୬୧୮.୦୦ଫୁଟ୍‌ ରହିଥିବା ବେଳେ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ୨୦୧୯ରେ ବର୍ଷା ଅନୁପାତ କମ୍‌ ଓ ମୌସୁମୀ ବର୍ଷା ବିଳମ୍ବ ହେବାରୁ ନିଷ୍କାସନ ଡେରିରେ ହୋଇଥିଲା। ଜଳସ୍ତର ୬୧୮.୬୯ଫୁଟ୍‌ ରହିଥିବାବେଳେ ଅଗଷ୍ଟ ୧୪ରେ ଜଳ ନିଷ୍କାସନ କରାଯାଇଥିଲା। ୨୦୨୦ ଜୁନ୍‌ ୨୫ରେ ଜଳସ୍ତର ୬୧୦.୫୦ଫୁଟ୍‌ ଥିବାବେଳେ ବନ୍ୟାଜଳ ନିଷ୍କାସନ ହୋଇଥିଲା। ଜଳ ନିଷ୍କାସନ ନେଇ ପୂର୍ବରୁ ସମ୍ବଲପୁର ସମେତ ସୋନପୁର, କଟକ, ବୌଦ୍ଧ, ଖୋର୍ଦ୍ଧା, ଫୁଲବାଣୀ, ଅନୁଗୋଳ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ ଜିଲାପାଳମାନଙ୍କୁ ଅବଗତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri