Posted inଫୁରସତ

ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନ

ଟୋକିଓ: ବିଶ୍ୱରେ ପ୍ରଥମ ଥର ପାଇଁ ୩ଡି-ପ୍ରିଣ୍ଟେଡ୍‌ ଉପାଦାନର ବ୍ୟବହାର କରାଯାଇ ୬ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଏକ ରେଳଷ୍ଟେଶନର ନିର୍ମାଣ କରାଯାଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜାପାନର ନିର୍ମାଣକାରୀ ସଂସ୍ଥା ସେରେଣ୍ଡିକ୍ସ ଦ୍ୱାରା ରାତିର ଶେଷ ଟ୍ରେନ୍‌ ଛାଡିବା ଏବଂ ସକାଳର ପ୍ରଥମ ଟ୍ରେନ୍‌ର ଆଗମନ ମଧ୍ୟରେ ସ୍ଥାନୀୟ ହତ୍ସୁସୀମା ରେଳ ଷ୍ଟେଶନକୁ ବିଶ୍ୱର ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନ ଭାବେ ପ୍ରସ୍ତୁତ କରାଯାଇଛି।
ୱାକାୟାମା ରାଜ୍ୟ ଅରିଦା ସହରସ୍ଥିତ ହତ୍ସୁସୀମା ହେଉଛି ଏକ ସମୁଦ୍ର କୂଳିଆ ଶାନ୍ତ ଅଞ୍ଚଳ। ଏଠାରେ ୨୫ ହଜାର ଲୋକ ବସବାସ କରନ୍ତି। ଏହି ନୂତନ ରେଳଷ୍ଟେଶନ ୧୦୦ ବର୍ଗଫୁଟରୁ ଅଧିକ ଭୂମିରେ ପରିବ୍ୟାପ୍ତ ରହିଛି। ପଶ୍ଚିମ ଜାପାନ ରେଳ କମ୍ପାନୀ (ଜେଆର ୱେଷ୍ଟ) ଅନୁଯାୟୀ, ପାରମ୍ପରିକ ପଦ୍ଧତିର ବ୍ୟବହାର କରି ଉକ୍ତ ରେଳଷ୍ଟେଶନକୁ ନିର୍ମାଣ କରାଯାଇଥିଲେ, ୨ ମାସରୁ ଅଧିକ ସମୟ ଲାଗିବା ସହ ୨ ଗୁଣ ଅଧିକ ଖର୍ଚ୍ଚ ହୋଇଥାନ୍ତା।
ଏହି ପ୍ରକଳ୍ପକୁ ତ୍ୱରାନ୍ବିତ କରିବା ପାଇଁ ଜେଆର୍‌ ୱେଷ୍ଟ ପକ୍ଷରୁ ନିର୍ମାଣକାରୀ ସଂସ୍ଥା ସେରେଣ୍ଡିକ୍ସକୁ ନିୟୋଜିତ କରାଯାଇଥିଲା। ହତ୍ସୁସୀମାଠାରୁ ପ୍ରାୟ ୫୦୦ ମାଇଲ ଦୂରରେ ଅବସ୍ଥିତ କୁମାମୋଟୋ ରାଜ୍ୟର ଏକ କାରଖାନାରେ ଏହି ରେଳ ଷ୍ଟେଶନର ବ୍ୟବହୃତ ଅଂଶଗୁଡ଼ିକୁ ମୁଦ୍ରିତ କରାଯାଇଥିଲା। ମୁଦ୍ରଣ ଏବଂ କଂକ୍ରିଟ୍‌ ସୁଦୃଢ଼ୀକରଣ ପାଇଁ ୭ ଦିନ ସମୟ ଲାଗିଥିଲା। ପରେ ଉପାଦାନଗୁଡ଼ିକୁ ସଡ଼କ ମାଧ୍ୟମରେ ପରିବହନ କରାଯାଇ ଷ୍ଟେଶନ ନିର୍ମାଣ ସ୍ଥାନକୁ ନିଆଯାଇଥିଲା।
ସ୍ଥାନୀୟ ସମୟ ରବିବାର ରାତି ୧୧.୫୭ରେ ହତ୍ସୁସୀମା ରେଳଷ୍ଟେଶନରୁ ଶେଷ ଟ୍ରେନ୍‌ ଛାଡ଼ିଥିଲା। ପରେ ସଙ୍ଗେସଙ୍ଗେ ଶ୍ରମିକମାନେ ୩ଡି-ମୁଦ୍ରିତ ଖଣ୍ଡଗୁଡ଼ିକୁ ଏକାଠି କରିବା ଆରମ୍ଭ କରିଥିଲେ। ପ୍ରତ୍ୟେକ ୩ଡି ବ୍ଲକ୍‌କୁ ଉଠାଇ ପୁରୁଣା ଷ୍ଟେଶନ ନିକଟରେ ରଖିବା ପାଇଁ କ୍ରେନ୍‌ର ବ୍ୟବହାର କରାଯାଇଥିଲା। ସୋମବାର ପ୍ରଥମ ଟ୍ରେନ୍‌ ସ୍ଥାନୀୟ ସମୟ ଭୋର୍‌ ୫ଟା ୪୫ରେ ପହଞ୍ଚିବା ପୂର୍ବରୁ ଏହି ନୂତନ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନର ଢାଞ୍ଚା ପ୍ରସ୍ତୁତ ହୋଇସାରିଥିଲା।
ବିଶ୍ୱର ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନ ବିଲ୍ଡିଂର ନିର୍ମାଣ ଶେଷ ହୋଇଥିବା ବେଳେ ଏବେ ମଧ୍ୟ ଏହି ଷ୍ଟେଶନରେ ଟିକେଟ ମେଶିନ ଏବଂ ଟ୍ରାନ୍ସପୋର୍ଟେଶନ କାର୍ଡ ରିଡର୍‌ ପରି ମେଶିନର ଆବଶ୍ୟକତା ରହିଛି। ଖୁବ୍‌ଶୀଘ୍ର ହତ୍ସୁସୀମା ରେଲଷ୍ଟେଶନରେ ଏହି ମେଶିନଗୁଡ଼ିକୁ ଉପଲବ୍ଧ କରାଯିବ ବୋଲି ସେରେଣ୍ଡିକ୍ସ କହିଛି। ସେହିପରି ଆସନ୍ତା ଜୁଲାଇରେ ଏହି ନୂତନ ରେଳଷ୍ଟେଶନ ବିଲ୍ଡିଂକୁ ଜନସାଧାରଣଙ୍କ ପାଇଁ ଖୋଲାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri