ଜିଲା ମୁଖ୍ୟ ଡାକ୍ତରଖାନାରେ ଲାଗିଲା ନିଆଁ

କେନ୍ଦୁଝର,୩୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ଡାଏଲିସିସ୍‌ ଓ୍ବାର୍ଡରେ ଶଟ୍‌ସର୍କିଟ ଯୋଗୁ ନିଆଁ ଲାଗିଯାଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସିଡିଏମ୍‌ଓ ସୂଚନା ଦେଇଛନ୍ତି। ନିଆଁ ଲାଗିବା ଫଳରେ ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା।