୫ ଫୁଟ୍‌ ଖାଲରୁ ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ହିଞ୍ଜିଳିକାଟୁ,୧୯।୧୨(ଡି.ଏନ.ଏ.): ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ନିମନ୍ତେ ପରିବା ବଜାରଠାରେ ମାଟି ଖୋଳି ଖାଲ କରାଯାଇଥିବା ବେଳେ ସୋମବାର ସେହି ଖାଲରେ ଏକ ଷଣ୍ଢ ଖସିପଡିଥିଲା। କିଛି ପରିବା ବେପାରୀ ଉକ୍ତ ଷଣ୍ଢକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ପରେ ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ ଖବରପାଇ ଘଟଣାସ୍ଥଳରେ ପହଞ୍ଚିି ଷଣ୍ଢକୁ ଉଦ୍ଧାର କରିଥିଲେ।
ପ୍ରାୟ ୨ ବର୍ଷରୁ ଊଦ୍ଧର୍‌ବ ହେବ ଠିକାଦାର ମାଟି ଖୋଳି ଏପରି ଖାଲ କରି ଗାଡିଆ କରିଥିଲେ ମଧ୍ୟ କାର୍ଯ୍ୟ ଆଗକୁ ବଢୁନାହିଁ। ଉକ୍ତ ଖାଲରେ ବିଭିନ୍ନ ସମୟରେ ବୁଲା ଗୋରୁ ଗାଈ, କୁକୁର ଓ ଅନ୍ୟାନ୍ୟ ପଶୁ ପଡ଼ିବା ସହ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ ପ୍ରଶାସନିକ ଅଧିକାରୀ ଗସ୍ତ କରି ସମୀକ୍ଷା କରୁଥିଲେ ମଧ୍ୟ ଏହା ସେପରି ପଡ଼ିରହିଛି। ବ୍ୟବସାୟୀମାନେ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଅଧିକାରୀଙ୍କ ନିଦ ଭାଙ୍ଗୁନାହିଁ। ଠିକାଦାରଙ୍କ ବକେୟା ଅର୍ଥ ମିଳି ନ ଥିବାରୁ କାମ ସମ୍ଭବ ନୁହେଁ ବୋଲି କହି କାମବନ୍ଦ କରି ରଖିଛନ୍ତି। ଉକ୍ତ ଖାଲରେ ଗାଡିଆ ପରି ପ୍ରାୟ ୫ ଫୁଟ୍‌ ଦୂଷିତ ଓ ଦୁର୍ଗନ୍ଧ ପାଣି ଜମି ରହିଛି। ଅନ୍ୟପକ୍ଷରେ ଏହି ଘଟଣା ପରେ ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ ବନ୍ଦ ପ୍ରତିବାଦରେ ମ୍ୟୁନିସିପାଲଟି ଅଫିସ ଘେରାଉ କରିବେ ବୋଲି କୁହାଯାଉଛି।