ଅଗ୍ନିଶମ ବିଭାଗ ଗାଡ଼ି ଧକ୍କାରେ ଯୁବକ ଆହତ

ଗଞ୍ଜାମ,୧୨।୩(ଡି.ଏନ୍‌.ଏ.): ଗଞ୍ଜାମ ସହର ପଣ୍ଡାସାହିରେ ଥିବା ନିତ୍ୟାନନ୍ଦ ପଣ୍ଡାଙ୍କ ଘରେ ରବିବାର ସକାଳେ ଦୀପରୁ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଗ୍ରାସୀମ କମ୍ପାନୀର ଦମକଳ ଗାଡ଼ି ନିଆଁ ଲିଭାଇବାକୁ ଯାଉଥିବା ବେଳେ ଢାମଣା ସାହି ଛକ ମେଡିକାଲ ସମ୍ମୁଖ ବୁଲାଣିଆରେ ଦୁର୍ଘଟଣା ହୋଇଛି। ଏଥିରେ ବାଇକ୍‌ରେ ଯାଉଥିବା ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି। ଆହତ ଯୁବକ ଜଣକ ହେଲେ ଚୌଧୁରୀ ସାହିର ସୁଶାନ୍ତ ମଣ୍ଡଳ। ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ତାଙ୍କୁ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରେ ଡାକ୍ତର, ଫାର୍ମାସିଷ୍ଟ କିମ୍ବା ୧୦୮ ଗାଡି ନ ଥିବାରୁ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ପରେ କମ୍ପାନୀର ଏକ ଗାଡ଼ିରେ ଅଧିକ ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲ ନିଆଯାଇଥିଲା ।