ଭାରତରେ ସୁଧୁରୁଛି ଆର୍ଥତ୍କ ସ୍ଥିତି

ଲଣ୍ଡନ, ୧୦ା୭(ପି.ଟି.):କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିରୁ ମୁକିଳିବା ପାଇଁ ବିଭିନ୍ନ ଦେଶ ଉଦ୍ୟମ ଚଳାଇଥିବାବେଳେ ଭାରତରେ ସ୍ଥିତି ସୁଧୁରୁଥିବାର ସକାରାତ୍ମକ ଚିତ୍ର ଦେଖିବାକୁ ମିଳିଛି। ବିଶ୍ୱ ଅର୍ଥନୀତିକୁ ସୁଧାରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବିଶ୍ୱାସ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି। ବ୍ରିଟେନ ଦ୍ୱାରା ଆୟୋଜିତ ଇଣ୍ଡିଆ ଗ୍ଲୋବାଲ ଓ୍ବିକ୍‌ର ଉଦ୍‌ଘାଟନୀ ଅଧିବେଶନକୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଥିଲେ।
ଅସମ୍ଭବ ବୋଲି ଯାହା ବିଶ୍ୱାସ କରାଯାଉଥାଏ ତାକୁ ହାସଲ କରିବାର ମନୋବଳ ଭାରତୀୟଙ୍କର ରହିଛି। ଏହାର ମୁଖ୍ୟ କାରଣ ହେଉଛି ଭାରତୀୟଙ୍କଠାରେ ପ୍ରତିଭା ରହିଥିବାବେଳେ ସଂସ୍କାର ଏବଂ ନୂତନତା ଆଣିବାର ସାମର୍ଥ୍ୟ ଭାରତର ରହିଛି। ଦେଶର ଅର୍ଥନୀତିରେ ସୁଧାର ଆସୁଥିବା ସ୍ପଷ୍ଟ ପରିଲକ୍ଷିତ ହୋଇଛି। ଭାରତ ବିଶ୍ୱର ସବୁଠୁ ମୁକ୍ତ ଅର୍ଥନୀତି ହୋଇ ରହିଛି। ଏଠାକୁ ଆସି ଶିଳ୍ପ ପ୍ରତିଷ୍ଠା ପାଇଁ ଆମେ ବିଶ୍ୱର ସବୁ କମ୍ପାନୀଙ୍କୁ ସ୍ବାଗତ କରୁଛୁ। ଭାରତ ଯେଉଁ ସୁଯୋଗ ଦେଉଛି, ତାହା ବିଶ୍ୱର କ୍ୱଚିତ୍‌ ଦେଶ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତର ବିଭିନ୍ନ ସେକ୍ଟରରେ ଯଥେଷ୍ଟ ସମ୍ଭାବନା ଓ ସୁଯୋଗ ରହିଛି। କୃଷି ସେକ୍ଟରରେ ସରକାର ନେଇଥିବା ସଂସ୍କାରମୂଳକ ପଦକ୍ଷେପ ପୁଞ୍ଜିନିବେଶର ନୂଆ ସୁଯୋଗ ସୃଷ୍ଟି କରିଛି। ଗତ ବ୍ୟବସାୟର ସରଳୀକରଣ, ଜିଏସ୍‌ଟି ସମେତ ଟିକସ କ୍ଷେତ୍ରରେ ପରିବର୍ତ୍ତନ ଆଦି ୬ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ନେଇଥିବା ବିଭିନ୍ନ ସଂସ୍କାର ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ। ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଅଭିବୃଦ୍ଧି ପାଇଁ ସରକାର ନିକଟରେ କେତେକ ସଂସ୍କାର ପ୍ରକ୍ରିୟା ଆପଣାଇଛନ୍ତି। ସେହିପରି ପ୍ରତିରକ୍ଷା ଓ ମହାକାଶ ସେକ୍ଟରରେ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି କରାଯାଇଥିବା ମୋଦି କହିଥିଲେ। କରୋନା ମହାମାରୀ ବେଳେ ଭାରତର ଔଷଧ ଶିଳ୍ପ ସାରା ବିଶ୍ୱକୁ ଔଷଧ ଯୋଗାଇଛି ଓ ବିକାଶଶୀଳ ଦେଶରେ ଔଷଧ ଦାମ୍‌ କମାଇବାରେ ପ୍ରମୁଖ ଭୂମିକା ନେଇଥିବା ପ୍ରଧାନମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri