Categories: ବାଣିଜ୍ୟ

ନୂଆ ପ୍ୟାକେଜରେ ବିତ୍ତୀୟ ପ୍ରଭାବ ଅସ୍ପଷ୍ଟ

ନୂଆଦିଲ୍ଲୀ,୧୬।୧୧: କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଟେକ୍ନିକାଲ ମାନ୍ଦାବସ୍ଥା ଦେଇ ଗତି କରୁଛି। ବଜାରର ସ୍ଥିତିକୁ ସୁଧାରିବା ଲାଗି ସରକାର ପୂର୍ବରୁ ୨ ଆର୍ଥତ୍କ ପ୍ୟାକେଜ ଘୋଷଣା କରିଛନ୍ତି। ନିକଟରେ ଭାରତ ସରକାର ଘୋଷଣା କରିଥିବା ଆତ୍ମନିର୍ଭର ପ୍ୟାକେଜ ୩.୦ ଅର୍ଥ ବ୍ୟବସ୍ଥାକୁ ଛିଡ଼ା କରିବା ଦିଗରେ ସହାୟକ ହେବ ବୋଲି ରେଟିଂ ଏଜେନ୍ସି ଫିଚ୍‌ ଏକ ନୂଆ ରିପୋର୍ଟରେ କହିଛି। ମାତ୍ର ରାଜକୋଷ ବା ବିତ୍ତୀୟ କ୍ଷେତ୍ରରେ ଏହାର ପ୍ରଭାବ କେତେ ପଡିବ ସେ ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ୨.୬୫ ଲକ୍ଷ ଟଙ୍କା ମୂଲ୍ୟର ଏକ ନୂଆ ପ୍ୟାକେଜ ସରକାର ଘୋଷଣା କରିଛନ୍ତି।
ଦେଶର ସଙ୍ଗଠିତ କ୍ଷେତ୍ରରେ ରୋଜଗାର ସୃଷ୍ଟି, ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା, ସବ୍‌ସିଡି ଏବଂ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ଲାଗି ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ପ୍ରୋତ୍ସାହିତ କରିବା ଉପରେ ସରକାର ଏଭଳି ଯୋଜନା ହାତକୁ ନେଇଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ଭାରତର ବିତ୍ତୀୟ ନିଅଣ୍ଟ (ସରକାରଙ୍କ ଆୟ ଏବଂ ବ୍ୟୟ ମଧ୍ୟରେ ପାର୍ଥକ୍ୟ) ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୭.୮% ଛୁଇଁବା ନେଇ ଆକଳନ କରାଯାଇଥିବା ଫିଚ୍‌ ସଲ୍ୟୁଶନ ଏହାର ରିପୋର୍ଟରେ ପ୍ରକାଶ କରିଛି।
ରିପୋର୍ଟରେ କୁହାଯାଇଛି ଯେ, ନୂଆ ପ୍ୟାକେଜରେ ରହିଥିବା ପ୍ରସ୍ତାବ ଅର୍ଥ ବ୍ୟବସ୍ଥା ଲାଗି ଲାଭକାରୀ ସାବ୍ୟସ୍ତ ହେବ। ମୋତିଲାଲ ଓସ୍‌ଓ୍ବାଲ ପକ୍ଷରୁ ଜାରି ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ, ନୂଆ ପ୍ୟାକେଜରେ ବାସ୍ତବ ରାଜକୋଷୀୟ ପ୍ରଭାବ ୧.୧ ଲକ୍ଷ କୋଟି ଟଙ୍କା ରହିପାରେ। ଏହା ମୋଟ ଜିଡିପିର ପ୍ରାୟ ୦.୫%। ପୂର୍ବରୁ ଘୋଷଣା କରାଯାଇଥିବା ୨ ପ୍ୟାକେଜର ପ୍ରଭାବ ଜିଡିପିର ୮.୭% ବା ପ୍ରାୟ ୧୭.୭ ଲକ୍ଷ କୋଟି ଟଙ୍କା ହେବ।

Share