ଜୁହି-ସଞ୍ଜୟଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ ହେବାକୁ ଲାଗିଥିଲା ୭ ବର୍ଷ, ଶେଷରେ ହୋଇଥିଲା ଫ୍ଲପ୍‌

ମୁମ୍ବାଇ: ସଞ୍ଜୟ ଦତ୍ତ ଏବଂ ଜୁହି ଚାଓ୍ବଲା ସେମାନଙ୍କ ସମୟର ଶ୍ରେଷ୍ଠ ଷ୍ଟାର୍‌ ଥିଲେ। ସଞ୍ଜୟ ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ଜୁହି ଚାଓ୍ବଲା ମଧ୍ୟ ଅନେକ ବ୍ଲକ୍‌ବଷ୍ଟର ଫିଲ୍ମର ଏକ ଅଂଶ ଥିଲେ। ଦୀର୍ଘବର୍ଷ ଧରି ଇଣ୍ଡଷ୍ଟ୍ରିରେ କାମ କରିବା ପରେ ମଧ୍ୟ ସେମାନଙ୍କ ଯୋଡ଼ି ୧୯୯୯ରେ ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକାଠି ନଜର ଆସିଥିଲେ। ଫିଲ୍ମ ‘ସଫାରୀ’ରେ ଉଭୟ କଳାକାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ୧୯୯୯ରେ ମୁକ୍ତିଲାଭ କରିଥିବା ସଫାରୀ, ଜ୍ୟୋତିନ ଗୋୟଲଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା। ଖୁବ୍‌ କମ୍‌ ଲୋକ ଜାଣନ୍ତି ୧୯୯୯ରେ ରିଲିଜ ହୋଇଥିବା ଏହି ଫିଲ୍ମର କାମ୍‌ ୧୯୯୨ରେ ଆରମ୍ଭ ହୋଇଥିଲା।

ଏହି ଫିଲ୍ମରେ ସଞ୍ଜୟ-ଜୁହିଙ୍କ ସହ ସୁରେଶ ଓବରାଇ, ତନୁଜା ଏବଂ ମନୀଷ ବାହଲଙ୍କ ଭଳି ଷ୍ଟାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଥିଲେ। ଏହି ଫିଲ୍ମ ରିଲିଜରେ ବିଳମ୍ବ ହେବାର ଅନେକ କାରଣ ଥିଲା। ଯଦି ଆମେ ଦୁଇଟି ମୁଖ୍ୟ କାରଣ ବିଷୟରେ ଆଲୋଚନା କରିବା ତେବେ ସଞ୍ଜୁ ବାବାଙ୍କ ଗିରଫ ଏବଂ ୧୯୯୬ରେ ଶଫି ଇନମଦାରଙ୍କ ହଠାତ୍‌ ଦେହାନ୍ତ ହେବା ‘ସଫାରୀ’ ରିଲିଜରେ ବିଳମ୍ବ ହେବାର ସବୁଠାରୁ ବଡ଼ କାରଣ ଥିଲା।

ଏହି ଫିଲ୍ମର ଶୁଟିଂ ୧୯୯୨ରେ ଆରମ୍ଭ ହୋଇଥିଲା ଏବଂ ସଞ୍ଜୟ ଦତ୍ତଙ୍କ ଗିରଫଦାରୀ ହେତୁ ବନ୍ଦ ହୋଇଯାଇଥିଲା। ତା’ପରେ୧୯୯୬ରେ, ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ଶାଫି ଇନମଦାରଙ୍କ ମୃତ୍ୟୁ ପରେ ସୁରେଶ ଓବରାଇ ଏହି ଫିଲ୍ମରେ ସ୍ଥାନ ପାଇଥିଲେ। କୌଣସି ପ୍ରକାରେ ଏହି ଫିଲ୍ମ ୧୯୯୯ରେ ମୁକ୍ତିଲାଭ କରିଥିଲା, କିନ୍ତୁ ଏଥିରୁ ବହୁତ ଆଶା ରଖିଥିବା ନିର୍ମାତା ନିରାଶ ହୋଇଥିଲେ। ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ବୋଲି ପ୍ରମାଣିତ ହୋଇଥିଲା।

ତେବେ ଏହା ପୂର୍ବରୁ ମଧ୍ୟ ସଞ୍ଜୟ ଏବଂ ଜୁହି ଜ୍ୟୋତିନ ଗୋୟଲଙ୍କ ଏକ ଫିଲ୍ମରେ କାମ କରିଥିଲେ। ୧୯୯୦ରେ ମୁକ୍ତିଲାଭ କରିଥିବା ‘ଜହରିଲେ’ରେ ଦୁହେଁ ଏକାଠି ଅଭିନୟ କରିଥିଲେ। କିନ୍ତୁ ଏହି ଫିଲ୍ମରେ ସେମାନଙ୍କ ସହ ଅନ୍ୟ କଳାକାର ମଧ୍ୟ ଥିଲେ। ‘ସଫାରୀ’ ପରେ ଜୁହି ଏବଂ ସଞ୍ଜୟଙ୍କୁ ୧୩ବର୍ଷ ପରେ ପୁଣି ଥରେ ‘ସନ୍‌ ଅଫ୍‌ ସର୍ଦ୍ଦାର’ରେ ଏକାଠି ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଅଜୟ ଦେବଗନ ଏବଂ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri