ଚଳଚ୍ଚିତ୍ରକୁ ବିଭାଜୀକରଣ କରା ନ ଯାଉ

ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଜଗତକୁ ବିଭାଜୀକରଣ ନ କରାଯାଉ। ଯେଉଁ ସବୁ ଫିଲ୍ମ ଆଞ୍ଚଳିକ ଭାଷାରେ ତିଆରି କରାଯାଉଛି ସେଥିରେ କୌଣସି ପାର୍ଥକ୍ୟ ନାହିଁ ବୋଲି କହିଛନ୍ତି ଅଭିନେତ୍ରୀ ଆଦିତୀ ରାଓ ହାଇଦରି। ବରଂ ସ୍ଥାନୀୟ ଲୋକେ କିପରି ଭାବେ ମନୋରଞ୍ଜନର ଖୋରାକ ପାଇବେ ସେ ପ୍ରୟାସରେ ବିଭିନ୍ନ ଆଞ୍ଚଳିକ ଭାଷାରେ ଫିଲ୍ମ ତିଆରି କରାଯାଉଛି। ବର୍ତ୍ତମାନ ସମୟରେ ହିନ୍ଦୀ ଏବଂ ସାଉଥ୍‌ ଫିଲ୍ମକୁ ନେଇ ବହୁ ବିବାଦ ମୁଣ୍ଡ ଟେକିଥିବାବେଳେ ଏହା ମୂଲ୍ୟହିନ ବୋଲି ସେ କହିଛନ୍ତି। ଉଭୟ ହିନ୍ଦୀ ଓ ସାଉଥ୍‌ ଫିଲ୍ମରେ ଆଦିତୀ କାମ କରୁଛନ୍ତି। ସବୁ କଳାକାର ଭାରତୀୟ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ହୋଇଥିବା ନିଜର ଏକ ସାକ୍ଷାତ୍‌କାରରେ ଆଦିତୀ କହିଛନ୍ତି। ଆଞ୍ଚଳିକ ଚଳଚ୍ଚିତ୍ର ସବୁ ପରସ୍ପର ସହିତ ପ୍ରତିଯୋଗିତା ନ କରି ଏକାଠି କାମ କରିବା ସହ ବିଶ୍ୱରେ ଏକ ଉଦାହରଣ ତିଆରି କରିବା ଉଚିତ୍‌ ବୋଲି ଆଦିତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଶେଷଥର ପାଇଁ ସେ ‘ହୈଇ ସିନାମିକା’ରେ ନଜରକୁ ଆସିଥିଲେ, ଯେଉଁଥିରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିଲେ କନ୍ନଡ଼ ଅଭିନେତା ଦୁଲକର ସଲମାନ ଏବଂ କାଜଲ ଅଗ୍ରଓ୍ବାଲ।

Share