ଏହି ଦିନ ରିଲିଜ୍‌ ହେବ ଫିଲ୍ମ‘ପୁଷ୍ପା’

ମୁମ୍ବାଇ : ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ ତାଙ୍କର ଦମଦାର ଅଭିନୟ ଏବଂ ଆକ୍ସନ ପାଇଁ ବେଶ୍‌ ଜଣାଶୁଣା। ଏବେ ସେ ତାଙ୍କର ଆଗାମୀ ଫିଲ୍ମ‘ପୁଷ୍ପା’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆଲ୍ଲୁ ଅର୍ଜୁନଙ୍କ ଅଭିନୀତ ଏହି ଫିଲ୍ମ ବହୁ ପ୍ରତିକ୍ଷୀତ ଫିଲ୍ମ ମଧ୍ୟରେ ରହିଛି । ଏହାକୁ ଅନେକ ଦିନରୁ ଅପେକ୍ଷା କରି ରହିଛନ୍ତି ଦର୍ଶକ । ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର। ତେବେ ଫିଲ୍ମଟିର ଟ୍ରେଲର ଆସନ୍ତା ୬ରେ ରିଲିଜ୍‌ ହେବ। ଏହାର ପୋଷ୍ଟର ରିଲିଜ୍‌ ହେବା ପରେ ଦର୍ଶକଙ୍କ ଉତ୍ସାହ ଆହୁରି ବଢି ଯାଇଛି। ଏହି ଫିଲ୍ମଟି ୧୭ ଡିସେମ୍ବର ୨୦୨୧ରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି ।ଏହି ଫିଲ୍ମରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସହିତ, ଅଭିନେତ୍ରୀ ରଶ୍ମିକା ମନ୍ଧାନା ନଜର ଆସିବେ ।

Share