କାର୍ଯ୍ୟକାରୀ ହୋଇପାରିଲାନି ଫିଲ୍ମ ପଲିସି

ଭୁବନେଶ୍ୱର,୪।୩(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଧୀରେଧୀରେ ସୁଦୃଢ଼ ହେଉଛି। ଶୁଟିଂ ଶୈଳୀରୁ ଆରମ୍ଭ କରି ବିଷୟବସ୍ତୁ ସବୁଥିରେ ପରିବର୍ତ୍ତନର ଧାରା ଆରମ୍ଭ ହୋଇଛି। ଏବେ ରିଲିଜ ହେଉଥିବା ନୂଆ ନୂଆ ଚଳଚ୍ଚିତ୍ରକୁ ଲୋକେ ପସନ୍ଦ କରୁଥିବାବେଳେ ଅନେକ ଚର୍ଚ୍ଚାକୁ ମଧ୍ୟ ଆସୁଛି। ଏପରିକି ବହୁ ଚଳଚ୍ଚିତ୍ରର ଜାତୀୟ ତଥା ବିଶ୍ୱସ୍ତରୀୟ ରିଲଜ୍‌ ଓଲିଉଡ୍‌ ଶିଳ୍ପର ବ୍ୟାପକତାକୁ ପ୍ରମାଣିତ କରୁଛି। ହେଲେ ଏଥିପାଇଁ ଚଳଚ୍ଚିତ୍ର ନିର୍ମାତା ଓ ପ୍ରଯୋଜକଙ୍କୁ ବହୁ କଷ୍ଟ କରିବାକୁ ପଡୁଛି। ଚଳଚ୍ଚିତ୍ରକୁ ଲୋକଙ୍କ ପାଖେ ପହଞ୍ଚାଇବାକୁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସବୁଠୁ ବଡ଼ ସମସ୍ୟା ହେଉଛି ପ୍ରେକ୍ଷାଳୟ। ପ୍ରଯୋଜକଙ୍କୁ ସବ୍‌ସିଡି ମଧ୍ୟ ମିଳୁନି। ଯଦି କୌଣସି ଫିଲ୍ମ ଭଲ ଚାଲିଲା ତା’ର ପ୍ରାପ୍ୟ ପାଇବାକୁ ମଧ୍ୟ ବର୍ଷବର୍ଷ ବିତିଯାଉଛି। ଓଡ଼ିଆ ଚଳଚ୍ଚିତ୍ରକୁ ଏକ ଭିନ୍ନ ରୂପ ଦେବା ପାଇଁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏକ ଫିଲ୍ମ ପଲିସି ଘୋଷଣା କରାଯାଇଥିଲା। ଯାହାକୁ ନେଇ ସେତେବେଳେ ସିନେମା ଜଗତରେ ବେଶ୍‌ ଖୁସି ଖେଳିଯାଇଥିଲା। ବ୍ଲକ ମୁଖ୍ୟାଳୟରେ ଗୋଟିଏ ଲେଖାଏ ସିନେମା ହଲ୍‌ ପ୍ରତିଷ୍ଠା, ଅନ୍ୟ ରାଜ୍ୟପରି ମଲ୍ଟିପ୍ଲେକ୍ସ, ଟିକସ ମୁକ୍ତ ସହ ସିନେମା ନିର୍ମାଣ ଲାଗି ଆର୍ଥିକ ସହାୟତା, ସିନେମା ଚାଲିବା ପରେ ପ୍ରଯୋଜକ ଟଙ୍କା ପାଇବା ଭଳି ଅନେକ ସୁବିଧା ଏହି ପଲିସିରେ ଅନ୍ତର୍ଭୁକ୍ତ ରହିଛି। ହେଲେ ଇତିମଧ୍ୟରେ ୫ବର୍ଷ ବିତିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ କି ସିନେମାକୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହିତ କରିବା ଭଳି ସେମିତି କିଛି ପଦକ୍ଷେପ ହୋଇନାହିଁ। ଏପରିସ୍ଥିତିରେ ପୁଣି ନୂଆ ଫିଲ୍ମ ପଲିସି ହେବା ନେଇ ନିକଟରେ ଘୋଷଣା କରାଯାଇଛି। ସାଧାରଣ ନିର୍ବାଚନ ପୂର୍ବରୁ ପଲିସିର ପ୍ରତିଶ୍ରୁତି ଦେଇ ସରକାର ସିନେମା ଜଗତକୁ ମିଛ ଆଶ୍ୱାସନାରେ ରଖୁଛନ୍ତି ବୋଲି ପ୍ରଯୋଜକମାନେ କହିବା ସହ ନାନା ପ୍ରଶ୍ନ ଉଠାଇଛନ୍ତି। ଫିଲ୍ମ ପଲିସି ଭଳି ଫିଲ୍ମସିଟି ନିର୍ମାଣ, କଳିଙ୍ଗ ଷ୍ଟୁଡ଼ିଓ ପୁନରୁଦ୍ଧାର ସମେତ ଚଳଚ୍ଚିତ୍ରକୁ ନେଇ ଯୋଜନା ସବୁ କାଗଜ କଲମରେ ସୀମିତ ରହିଯାଉଛି।
ସ୍ବପ୍ନରେ ବିଶ୍ୱସ୍ତରୀୟ ଫିଲ୍ମ ସିଟି
୨୦୨୧ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ସମୟରେ ଓଡ଼ିଶାରେ ଫିଲ୍ମ ସିଟି ନିର୍ମାଣ ନେଇ ନିଷ୍ପତ୍ତି ହୋଇଥିଲା। ଚିଲିକାରେ ବିଶ୍ୱସ୍ତରୀୟ ଫିଲ୍ମସିଟି ହେବା ନେଇ ସୂଚନା ଦିଆଥିଲା। ଏହାପୂର୍ବରୁ ମଧ୍ୟ ଫିଲ୍ମସିଟି ନେଇ ଆଲୋଚନା ହୋଇଥିଲା। ସାଢ଼େ ୩ବର୍ଷରେ ୬୫୦ ଏକର ଜାଗାରେ ଫିଲ୍ମ ସିଟି ନିର୍ମାଣ ହେବ ଓ ଏଥିପାଇଁ ୨୦ହଜାର କୋଟି ଖର୍ଚ୍ଚ ହେବ ବୋଲି ବି କୁହାଯାଇଥିଲା। ବଲିଉଡ୍‌ର ପ୍ରସିଦ୍ଧ ନାୟକ ଜୟ ମୁଖାର୍ଜୀଙ୍କ ଭାଇ ସୁଜୟ ମୁଖାର୍ଜୀ ଏହି ଷ୍ଟୁଡ଼ିଓର ପରିକଳ୍ପନା କରିଥିଲେ। ପ୍ରାଥମିକ କାର୍ଯ୍ୟ ଆରମ୍ଭ ହେବା ନେଇ ସୁଜୟ ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଥିଲେ। ହେଲେ ବିଶ୍ୱସ୍ତରୀୟ ଫିଲ୍ନ ସିଟିକୁ ନେଇ ଏବେ ସେଭଳି କୌଣସି ପଦକ୍ଷେପ ନିଆଯାଇନାହିଁ। ଫିଲ୍ମ ସିଟିର ସ୍ବପ୍ନ ଏବେ ପ୍ରଯୋଜକ ତଥା ସିନେମା ସହ ଜଡିତ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସରୁନି କଳିଙ୍ଗ ଷ୍ଟୁଡିଓ ପୁନରୁଦ୍ଧାର

ରାଜ୍ୟରେ କଳିଙ୍ଗ ଷ୍ଟୁଡ଼ିଓର ପୁନରୁଦ୍ଧାର ପ୍ରକ୍ରିୟା କାହିଁ କେବେଠୁ ଚାଲିଲାଣି। ପ୍ରତିବର୍ଷ ଶେଷ ବେଳକୁ ଶୁଣିବାକୁ ମିଳୁଛି କାମ ହେଉଛି, ଖୁବ୍‌ଶୀଘ୍ର ସରିଯିବ, ଆସନ୍ତା ବର୍ଷ ଉଦ୍‌ଘାଟନ ହେବ। ହେଲେ ବର୍ଷ ପରେ ବର୍ଷ ଗଡ଼ୁଥିଲେ ମଧ୍ୟ କାମ ସରୁନାହିଁ କି କାର୍ଯ୍ୟକ୍ଷମ ହେଉନାହିଁ। ଏହି ଷ୍ଟୁଡ଼ିଓ ନିର୍ମାଣ ହୋଇଗଲେ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ବେଶ୍‌ ସହାୟକ ହେବ। ତେବେ କେବେ କଳିଙ୍ଗ ଷ୍ଟୁଡ଼ିଓ ନୂଆ ରୂପରେ ଆସିଛି ଓ ଶୁଭ ଉଦଘାଟନ ହେଉଛି, ତାହାକୁ ସମସ୍ତେ ଅପେକ୍ଷା କରି ବସିଛନ୍ତି।

କଥା ଅଧିକ, କାମ କମ୍‌
ଘରର ମୂଳ ଯେତେବେଳେ ଯାଏ ଦୃଢ଼ ହେବନି, ସେ ଯାଏ କିଛି ହୋଇପାରିବ ନାହିଁ। ନିକଟରେ ମାସେ ଭିତରେ ଷ୍ଟାଡ଼ିୟମ୍‌ ହେବାର ଘଟଣା ମଧ୍ୟ ଆମେ ଦେଖିଲେ। ସରକାର ସବୁ ବିଭାଗକୁ ଦେଉଛନ୍ତି। ପ୍ରତିଦିନ ପ୍ରାୟସବୁ କ୍ଷେତ୍ରର ଉନ୍ନତି ପାଇଁ କିଛି ନା କିଛି ପଦକ୍ଷେପ ନେଉଛନ୍ତି, ମାତ୍ର ଫିଲ୍ମକୁ ନେଇ ହୋଉଥିବା ସବୁ ଘୋଷଣା କେବଳ କଥାରେ ସୀମିତ ରହିଯାଉଛି। ଏହାର ଅର୍ଥ ଆଉ କ’ଣ ବୁଝିବା? ଆମର ଯେଉଁ ଲୋକ ପଦବୀରେ ଅଛନ୍ତି, ସେମାନେ ବୋଧୁହୁଏ କାମଟା କିଭଳି ହୋଇଯାଉ ତାହା ଚାହୁଁନାହାନ୍ତି। ନଚେତ୍‌ ଚାମଚାଗିରି କରି ରହୁଛନ୍ତି। ଏଠି କଥା ଅଧିକ କାମ କମ୍‌ ଭଳି ଲାଗୁଛି। ନ ହେଲେ ବର୍ଷ ବର୍ଷ ଧରି ଯୋଜନା ସବୁ ପଡ଼ିକି ରହି ନ ଥାନ୍ତା।
-ଅଶ୍ୱିନୀ ତ୍ରିପାଠୀ, ପ୍ରଯୋଜକ
୮୭ବର୍ଷରେ ଫିଲ୍ମ ନୀତିଟିଏ କାର୍ଯ୍ୟକାରୀ ହେଲାନାହିଁ
ଓଡ଼ିଆ ସିନେମାର ୮୭ବର୍ଷରେ ଯଦି ଫିଲ୍ମ ନୀତି ହୋଇପାରିଲା ନାହିଁ, ତାହାଠୁ ବଡ଼ ଦୁଃଖର କଥା ଆଉ କ’ଣ ରହିଲା। ସିନେମା ଜଗତର ଲୋକ ମଧ୍ୟ ଚେୟାରମ୍ୟାନ ରହିଲେ। ପୂର୍ବରୁ ରାଜନୀତିରେ ଥିବା ଲୋକ ମଧ୍ୟ ସେହି ପଦବୀରେ ରହିଛନ୍ତି। ଏହା ସତ୍ତ୍ୱେ ବି ଓଡ଼ିଆ ଫିଲ୍ମକୁ ନେଇ କୌଣସି ଲାଭ ହେଉନାହିଁ। ହାତରୁ ଖର୍ଚ୍ଚ କରି ପ୍ରଯୋଜକଟିଏ ସିନେମା କରୁଛି। ଫିଲ୍ମ ଯଦି ନ ଚାଲୁଛି କ୍ଷତି ସହି ଆଉ ସିନେମା କରୁନାହିଁ। ପୂର୍ବରୁ ସେମାନଙ୍କୁ ସବ୍‌ସିଡି ଦିଆଯାଉଥିଲା। ଏବେ ସେସବୁ ବନ୍ଦ। ପ୍ରେକ୍ଷାଳୟ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଫିଲ୍ମନୀତି ଘୋଷଣା ହୋଇ ଯଦି ବର୍ଷ ପରେ ବର୍ଷ ଗଡ଼ି ଚାଲିବ, ଆଉ ତାହା କାର୍ଯ୍ୟକାରୀ ହେବ ନାହିଁ ତା’ହେଲେ ସିନେମାରେ ବ୍ୟବସାୟିକ ଅସ୍ଥିରତା ଦେଖାଦେବ।
-ଦିଲ୍ଲୀପ ହାଲି, ସିନେ ସମୀକ୍ଷକ


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri