କାର୍ଯ୍ୟକାରୀ ହୋଇପାରିଲାନି ଫିଲ୍ମ ପଲିସି

ଭୁବନେଶ୍ୱର,୪।୩(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଧୀରେଧୀରେ ସୁଦୃଢ଼ ହେଉଛି। ଶୁଟିଂ ଶୈଳୀରୁ ଆରମ୍ଭ କରି ବିଷୟବସ୍ତୁ ସବୁଥିରେ ପରିବର୍ତ୍ତନର ଧାରା ଆରମ୍ଭ ହୋଇଛି। ଏବେ ରିଲିଜ ହେଉଥିବା ନୂଆ ନୂଆ ଚଳଚ୍ଚିତ୍ରକୁ ଲୋକେ ପସନ୍ଦ କରୁଥିବାବେଳେ ଅନେକ ଚର୍ଚ୍ଚାକୁ ମଧ୍ୟ ଆସୁଛି। ଏପରିକି ବହୁ ଚଳଚ୍ଚିତ୍ରର ଜାତୀୟ ତଥା ବିଶ୍ୱସ୍ତରୀୟ ରିଲଜ୍‌ ଓଲିଉଡ୍‌ ଶିଳ୍ପର ବ୍ୟାପକତାକୁ ପ୍ରମାଣିତ କରୁଛି। ହେଲେ ଏଥିପାଇଁ ଚଳଚ୍ଚିତ୍ର ନିର୍ମାତା ଓ ପ୍ରଯୋଜକଙ୍କୁ ବହୁ କଷ୍ଟ କରିବାକୁ ପଡୁଛି। ଚଳଚ୍ଚିତ୍ରକୁ ଲୋକଙ୍କ ପାଖେ ପହଞ୍ଚାଇବାକୁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସବୁଠୁ ବଡ଼ ସମସ୍ୟା ହେଉଛି ପ୍ରେକ୍ଷାଳୟ। ପ୍ରଯୋଜକଙ୍କୁ ସବ୍‌ସିଡି ମଧ୍ୟ ମିଳୁନି। ଯଦି କୌଣସି ଫିଲ୍ମ ଭଲ ଚାଲିଲା ତା’ର ପ୍ରାପ୍ୟ ପାଇବାକୁ ମଧ୍ୟ ବର୍ଷବର୍ଷ ବିତିଯାଉଛି। ଓଡ଼ିଆ ଚଳଚ୍ଚିତ୍ରକୁ ଏକ ଭିନ୍ନ ରୂପ ଦେବା ପାଇଁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏକ ଫିଲ୍ମ ପଲିସି ଘୋଷଣା କରାଯାଇଥିଲା। ଯାହାକୁ ନେଇ ସେତେବେଳେ ସିନେମା ଜଗତରେ ବେଶ୍‌ ଖୁସି ଖେଳିଯାଇଥିଲା। ବ୍ଲକ ମୁଖ୍ୟାଳୟରେ ଗୋଟିଏ ଲେଖାଏ ସିନେମା ହଲ୍‌ ପ୍ରତିଷ୍ଠା, ଅନ୍ୟ ରାଜ୍ୟପରି ମଲ୍ଟିପ୍ଲେକ୍ସ, ଟିକସ ମୁକ୍ତ ସହ ସିନେମା ନିର୍ମାଣ ଲାଗି ଆର୍ଥିକ ସହାୟତା, ସିନେମା ଚାଲିବା ପରେ ପ୍ରଯୋଜକ ଟଙ୍କା ପାଇବା ଭଳି ଅନେକ ସୁବିଧା ଏହି ପଲିସିରେ ଅନ୍ତର୍ଭୁକ୍ତ ରହିଛି। ହେଲେ ଇତିମଧ୍ୟରେ ୫ବର୍ଷ ବିତିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ କି ସିନେମାକୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହିତ କରିବା ଭଳି ସେମିତି କିଛି ପଦକ୍ଷେପ ହୋଇନାହିଁ। ଏପରିସ୍ଥିତିରେ ପୁଣି ନୂଆ ଫିଲ୍ମ ପଲିସି ହେବା ନେଇ ନିକଟରେ ଘୋଷଣା କରାଯାଇଛି। ସାଧାରଣ ନିର୍ବାଚନ ପୂର୍ବରୁ ପଲିସିର ପ୍ରତିଶ୍ରୁତି ଦେଇ ସରକାର ସିନେମା ଜଗତକୁ ମିଛ ଆଶ୍ୱାସନାରେ ରଖୁଛନ୍ତି ବୋଲି ପ୍ରଯୋଜକମାନେ କହିବା ସହ ନାନା ପ୍ରଶ୍ନ ଉଠାଇଛନ୍ତି। ଫିଲ୍ମ ପଲିସି ଭଳି ଫିଲ୍ମସିଟି ନିର୍ମାଣ, କଳିଙ୍ଗ ଷ୍ଟୁଡ଼ିଓ ପୁନରୁଦ୍ଧାର ସମେତ ଚଳଚ୍ଚିତ୍ରକୁ ନେଇ ଯୋଜନା ସବୁ କାଗଜ କଲମରେ ସୀମିତ ରହିଯାଉଛି।
ସ୍ବପ୍ନରେ ବିଶ୍ୱସ୍ତରୀୟ ଫିଲ୍ମ ସିଟି
୨୦୨୧ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ସମୟରେ ଓଡ଼ିଶାରେ ଫିଲ୍ମ ସିଟି ନିର୍ମାଣ ନେଇ ନିଷ୍ପତ୍ତି ହୋଇଥିଲା। ଚିଲିକାରେ ବିଶ୍ୱସ୍ତରୀୟ ଫିଲ୍ମସିଟି ହେବା ନେଇ ସୂଚନା ଦିଆଥିଲା। ଏହାପୂର୍ବରୁ ମଧ୍ୟ ଫିଲ୍ମସିଟି ନେଇ ଆଲୋଚନା ହୋଇଥିଲା। ସାଢ଼େ ୩ବର୍ଷରେ ୬୫୦ ଏକର ଜାଗାରେ ଫିଲ୍ମ ସିଟି ନିର୍ମାଣ ହେବ ଓ ଏଥିପାଇଁ ୨୦ହଜାର କୋଟି ଖର୍ଚ୍ଚ ହେବ ବୋଲି ବି କୁହାଯାଇଥିଲା। ବଲିଉଡ୍‌ର ପ୍ରସିଦ୍ଧ ନାୟକ ଜୟ ମୁଖାର୍ଜୀଙ୍କ ଭାଇ ସୁଜୟ ମୁଖାର୍ଜୀ ଏହି ଷ୍ଟୁଡ଼ିଓର ପରିକଳ୍ପନା କରିଥିଲେ। ପ୍ରାଥମିକ କାର୍ଯ୍ୟ ଆରମ୍ଭ ହେବା ନେଇ ସୁଜୟ ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଥିଲେ। ହେଲେ ବିଶ୍ୱସ୍ତରୀୟ ଫିଲ୍ନ ସିଟିକୁ ନେଇ ଏବେ ସେଭଳି କୌଣସି ପଦକ୍ଷେପ ନିଆଯାଇନାହିଁ। ଫିଲ୍ମ ସିଟିର ସ୍ବପ୍ନ ଏବେ ପ୍ରଯୋଜକ ତଥା ସିନେମା ସହ ଜଡିତ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସରୁନି କଳିଙ୍ଗ ଷ୍ଟୁଡିଓ ପୁନରୁଦ୍ଧାର

ରାଜ୍ୟରେ କଳିଙ୍ଗ ଷ୍ଟୁଡ଼ିଓର ପୁନରୁଦ୍ଧାର ପ୍ରକ୍ରିୟା କାହିଁ କେବେଠୁ ଚାଲିଲାଣି। ପ୍ରତିବର୍ଷ ଶେଷ ବେଳକୁ ଶୁଣିବାକୁ ମିଳୁଛି କାମ ହେଉଛି, ଖୁବ୍‌ଶୀଘ୍ର ସରିଯିବ, ଆସନ୍ତା ବର୍ଷ ଉଦ୍‌ଘାଟନ ହେବ। ହେଲେ ବର୍ଷ ପରେ ବର୍ଷ ଗଡ଼ୁଥିଲେ ମଧ୍ୟ କାମ ସରୁନାହିଁ କି କାର୍ଯ୍ୟକ୍ଷମ ହେଉନାହିଁ। ଏହି ଷ୍ଟୁଡ଼ିଓ ନିର୍ମାଣ ହୋଇଗଲେ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ବେଶ୍‌ ସହାୟକ ହେବ। ତେବେ କେବେ କଳିଙ୍ଗ ଷ୍ଟୁଡ଼ିଓ ନୂଆ ରୂପରେ ଆସିଛି ଓ ଶୁଭ ଉଦଘାଟନ ହେଉଛି, ତାହାକୁ ସମସ୍ତେ ଅପେକ୍ଷା କରି ବସିଛନ୍ତି।

କଥା ଅଧିକ, କାମ କମ୍‌
ଘରର ମୂଳ ଯେତେବେଳେ ଯାଏ ଦୃଢ଼ ହେବନି, ସେ ଯାଏ କିଛି ହୋଇପାରିବ ନାହିଁ। ନିକଟରେ ମାସେ ଭିତରେ ଷ୍ଟାଡ଼ିୟମ୍‌ ହେବାର ଘଟଣା ମଧ୍ୟ ଆମେ ଦେଖିଲେ। ସରକାର ସବୁ ବିଭାଗକୁ ଦେଉଛନ୍ତି। ପ୍ରତିଦିନ ପ୍ରାୟସବୁ କ୍ଷେତ୍ରର ଉନ୍ନତି ପାଇଁ କିଛି ନା କିଛି ପଦକ୍ଷେପ ନେଉଛନ୍ତି, ମାତ୍ର ଫିଲ୍ମକୁ ନେଇ ହୋଉଥିବା ସବୁ ଘୋଷଣା କେବଳ କଥାରେ ସୀମିତ ରହିଯାଉଛି। ଏହାର ଅର୍ଥ ଆଉ କ’ଣ ବୁଝିବା? ଆମର ଯେଉଁ ଲୋକ ପଦବୀରେ ଅଛନ୍ତି, ସେମାନେ ବୋଧୁହୁଏ କାମଟା କିଭଳି ହୋଇଯାଉ ତାହା ଚାହୁଁନାହାନ୍ତି। ନଚେତ୍‌ ଚାମଚାଗିରି କରି ରହୁଛନ୍ତି। ଏଠି କଥା ଅଧିକ କାମ କମ୍‌ ଭଳି ଲାଗୁଛି। ନ ହେଲେ ବର୍ଷ ବର୍ଷ ଧରି ଯୋଜନା ସବୁ ପଡ଼ିକି ରହି ନ ଥାନ୍ତା।
-ଅଶ୍ୱିନୀ ତ୍ରିପାଠୀ, ପ୍ରଯୋଜକ
୮୭ବର୍ଷରେ ଫିଲ୍ମ ନୀତିଟିଏ କାର୍ଯ୍ୟକାରୀ ହେଲାନାହିଁ
ଓଡ଼ିଆ ସିନେମାର ୮୭ବର୍ଷରେ ଯଦି ଫିଲ୍ମ ନୀତି ହୋଇପାରିଲା ନାହିଁ, ତାହାଠୁ ବଡ଼ ଦୁଃଖର କଥା ଆଉ କ’ଣ ରହିଲା। ସିନେମା ଜଗତର ଲୋକ ମଧ୍ୟ ଚେୟାରମ୍ୟାନ ରହିଲେ। ପୂର୍ବରୁ ରାଜନୀତିରେ ଥିବା ଲୋକ ମଧ୍ୟ ସେହି ପଦବୀରେ ରହିଛନ୍ତି। ଏହା ସତ୍ତ୍ୱେ ବି ଓଡ଼ିଆ ଫିଲ୍ମକୁ ନେଇ କୌଣସି ଲାଭ ହେଉନାହିଁ। ହାତରୁ ଖର୍ଚ୍ଚ କରି ପ୍ରଯୋଜକଟିଏ ସିନେମା କରୁଛି। ଫିଲ୍ମ ଯଦି ନ ଚାଲୁଛି କ୍ଷତି ସହି ଆଉ ସିନେମା କରୁନାହିଁ। ପୂର୍ବରୁ ସେମାନଙ୍କୁ ସବ୍‌ସିଡି ଦିଆଯାଉଥିଲା। ଏବେ ସେସବୁ ବନ୍ଦ। ପ୍ରେକ୍ଷାଳୟ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଫିଲ୍ମନୀତି ଘୋଷଣା ହୋଇ ଯଦି ବର୍ଷ ପରେ ବର୍ଷ ଗଡ଼ି ଚାଲିବ, ଆଉ ତାହା କାର୍ଯ୍ୟକାରୀ ହେବ ନାହିଁ ତା’ହେଲେ ସିନେମାରେ ବ୍ୟବସାୟିକ ଅସ୍ଥିରତା ଦେଖାଦେବ।
-ଦିଲ୍ଲୀପ ହାଲି, ସିନେ ସମୀକ୍ଷକ


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri