ଖୁବ୍‌ଶୀଘ୍ର ପରଦାକୁ ଆସିବ ବରୁଣ ତେଜ୍‌ଙ୍କ ଆଗାମୀ ଫିଲ୍ମ ‘ଘାନି’

ସାଉଥ୍‌ ଅଭିନେତା ବରୁଣ ତେଜ୍‌ଙ୍କ ଆଗାମୀ ଫିଲ୍ମ ‘ଘାନି’ ରିଲିଜ୍‌ ହେବା ନେଇ ନିର୍ମାତା ଘୋଷଣା କରିଛନ୍ତି। ତେବେ ଫେବୃଆରୀ ୨୫ କିମ୍ବା ମାର୍ଚ୍ଚ ୪ ରେ ମୁକ୍ତିଲାଭ କରିବ ବୋଲି ଫିଲ୍ମର ନିର୍ମାତା ଘୋଷଣା କରିଛନ୍ତି। ମାର୍ଚ୍ଚ ୧୮ରେ ‘ଘାନି’ ରିଲିଜ୍‌ ହେବାର ଥିଲା। କିନ୍ତୁ ଫିଲ୍ମ ଆର୍‌ଆର୍‌ଆର୍‌ ରିଲିଜ୍‌ ତାରିଖ ଘୋଷଣା ହେବା ପରେ ଫିଲ୍ମ ‘ଘାନି’ର ନିର୍ମାତା ଦୁଇଟି ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ଏହି ଫିଲ୍ମଟି କିରଣ କୋରାପତୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ହୋଇଛି। ଏହି ସିନେମାରେ ସାୟୀ ମଞ୍ଜରେକର, ଜଗପତି ବାବୁ, ଉପେନ୍ଦ୍ର, ସୁନୀଲ ଶେଟ୍ଟୀ ଏବଂ ନବୀନ ଚନ୍ଦ୍ର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। କୋଭିଡ-୧୯ ହେତୁ ଫିଲ୍ମର ରିଲିଜକୁ ଏକାଧିକ ଥର ସ୍ଥଗିତ ରଖାଯାଇଥିଲା।

Share