୪ ମାସ ହେଲା ଚାଲିଛି ଫାଇଲ କାମ

ଖଇରା, ୧।୨(ଡି.ଏନ.ଏ):  ବାଲେଶ୍ୱର ଓ ଭଦ୍ରକ ୨ ଜିଲାର ଉପାନ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ମହତୀପୁର-ଚରମ୍ପା ଭାୟା ବାରାପୁର ଅନ୍ତରା ଆରଡି ରାସ୍ତା କାର୍ଯ୍ୟ ୨ମାସ ଧରି ଦ୍ରୁତଗତିରେ ଆଗେଇ ଚାଲିବା ପରେ ଏବେ ବିଦ୍ୟୁତ ବିଭାଗର ଅସହଯୋଗ ଯୋଗୁ କାର୍ଯ୍ୟରେ ମନ୍ଥରତା ଦେଖାଦେଇଛି ା ବିଦ୍ୟୁତ ଖୁଣ୍ଟ ଅପସାରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲିଖିତ ଭାବେ ଅବଗତ କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ରାସ୍ତାରୁ ବିଦ୍ୟୁତ ଖୁଣ୍ଟ ତଥା ଗଗନଧୂଳି ଗ୍ରାମ ମଝିରେ ଥିବା ଟ୍ରାନ୍ସଫର୍ମର ଅପସାରଣ ହୋଇପାରିଲାନି। ଯେଉଁଥିପାଇଁ ଅବଧି ସମୟରେ ରାସ୍ତା କାମ ସମ୍ପୂର୍ଣ୍ଣ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଖାଲି ସେତିକି ନୁହେଁ ରାଜସ୍ବ ବିଭାଗର ଅସହଯୋଗ ଯୋଗୁ ଡ୍ରେନ ତଥା ସରକାରୀ ଜାଗା ଜବରଦଖଲ ମୁକ୍ତ ହୋଇ ନ ପାରିବାରୁ ରାସ୍ତା ପ୍ରଶସ୍ତୀକରଣରେ ବାଧା ସୃଷ୍ଟି ହୋଇଛି ା ତୁରନ୍ତ ବିଦ୍ୟୁତ ଖୁଣ୍ଟ ଅପସାରଣ ତଥା ରାସ୍ତା ୨ ପାର୍ଶ୍ୱକୁ ଜବରଦଖଲମୁକ୍ତ ପାଇଁ ଝିଙ୍କିରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଧୁସୂଦନ ମାଝି, ଗୋବିନ୍ଦ ପଣ୍ଡା, ମଧୁସୂଦନ ଦାସ, ଲମ୍ବୋଦର ମାଝି, ମହେଶ୍ୱର ବେହେରା, ଭଗବାନ ଦାସ, କମଳାକାନ୍ତ ପଣ୍ଡା, ରନତ୍ାକର ପ୍ରଧାନ, କୈଳାସ ଜେନା, ଗୋବିନ୍ଦ ଚନ୍ଦ୍ର ସେଠୀ, ନିରଞ୍ଜନ ପ୍ରଧାନ, ଜଗନ୍ନାଥ ପୃଷ୍ଟିଙ୍କ ସମେତ ଅରଖପୁର, ତୋଟାପଡା, ପତିରାଜପୁର, ସିଂହିପୁର, ମୁସ୍ତଫାବାଦ ଓ ଅଲିପୁର ଗ୍ରାମର ଅଧିବାସୀ ଦାବି କରିଛନ୍ତି।
ଉକ୍ତ ରାସ୍ତା ପାଇଁ ୧୦କୋଟି ୭୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସେପ୍ଟେମ୍ବର ୨୮ରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ରାସ୍ତା ନିର୍ମାଣ କାର୍ଯ୍ୟକୁ ସହଜ ଓ ସୁଗମ କରିବାକୁ ଏହି ରାସ୍ତାକୁ ଲାଗି ରହିଥିବା ୨୫ଟି ବିଦ୍ୟୁତ ଖୁଣ୍ଟ ଅପସାରଣ କରିବାକୁ ୪ମାସ ତଳୁ ବିଦ୍ୟୁତ ବିଭାଗ(ବର୍ତ୍ତମାନର ଟାଟା ପାୱାର)କୁ ଚିଠି କରାଯିବା ପରେ ଏଷ୍ଟିମେଟ ପ୍ରଦାନ କରିବାକୁ କୁହାଯାଇଥିଲା ା ହେଲେ ୨ ମାସ ତଳୁ ଆରମ୍ଭ ହୋଇ ୩୦ପ୍ରତିଶତ ରାସ୍ତା କାର୍ଯ୍ୟ ସରିଥିବା ବେଳେ ଏପର୍ଯ୍ୟନ୍ତ ବିଦ୍ୟୁତଖୁଣ୍ଟ ଅପସାରଣ ଆରମ୍ଭ ହୋଇପାରିଲାନି। ସେହିଭଳି ଗଗନଧୂଳି ଗ୍ରାମ ରାସ୍ତା ମଝିରେ ରହିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ହଟାଇବାକୁ ଠିକାଦାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ଗ୍ରାମବାସୀ ଟାଟା ପାୱାର ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ଜଣାଇ ସାରିଥିଲେ ମଧ୍ୟ ବର୍ତ୍ତମାନ ଫାଇଲ ପ୍ରୋସେସିଂ ଚାଲିଥିବା ନେଇ ଉତ୍ତରରେ କୁହାଯାଉଛି। ଏ ସମ୍ପର୍କରେ ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ଅଶୋକ ମଲ୍ଲିକଙ୍କୁ ଯୋଗାଯୋଗ କରିବାରେ ବର୍ତ୍ତମାନ ଫାଇଲ ଏସ୍‌ସିଙ୍କ ନିକଟକୁ ଯାଇଛି ା ଯଥାଶୀଘ୍ର ଅପସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri