ଭ୍ରୂଣ ଶବ୍ଦ ଶୁଣିପାରେ

ମହାଭାରତର ଅଭିମନ୍ୟୁ କଥା ପ୍ରାୟ ସମସ୍ତେ ଜାଣନ୍ତି। ଚକ୍ରବୂ୍ୟହରେ ପ୍ରବେଶ କରି ଅଭିମନ୍ୟୁ କିପରି ବୀର ଦର୍ପରେ ଯୁଦ୍ଧ କରିଥିଲେ। କିନ୍ତୁ ବାହାରକୁ ବାହାରିବାର କୌଶଳ ତାଙ୍କୁ ଜଣା ନ ଥିଲା। ଚକ୍ରବୂ୍ୟହରେ ପ୍ରବେଶ କରିବା କୌଶଳ ତାଙ୍କୁ କିଏ ଶିଖାଇଥିଲା? ସେ ମାତା ସୁଭଦ୍ରାଙ୍କ ଗର୍ଭରେ ଥିବା ସମୟରେ ଶ୍ରୀକୃଷ୍ଣ ସୁଭଦ୍ରାଙ୍କୁ ଉଦ୍ଦେଶ୍ୟ କରି ଚକ୍ରବୂ୍ୟହରେ ପ୍ରବେଶ କରିବାର ବିବରଣୀ ଶୁଣାଇଥିଲେ। ଶୁଣୁ ଶୁଣୁ ସୁଭଦ୍ରା ଶୋଇପଡ଼ିଥିଲେ। ତଥାପି ଶ୍ରୀକୃଷ୍ଣଙ୍କ କଥାକୁ ଶୁଣି ହୁଁ ଶବ୍ଦ ଆସୁଥିଲା। ଏହି ସମୟରେ ଶ୍ରୀକୃଷ୍ଣ ଲକ୍ଷ୍ୟ କରିଥିଲେ ଯେ ସୁଭଦ୍ରା ଶୋଇପଡ଼ିଛନ୍ତି, ତଥାପି ଗର୍ଭସ୍ଥ ସନ୍ତାନ ଏହି ବିବରଣୀ ଶୁଣୁଛି। ଏଣୁ କୃଷ୍ଣ କଥାକୁ ସେହିଠାରେ ବନ୍ଦ କରି ଦେଇଥିଲେ। ସେହି ଗର୍ଭସ୍ଥ ଭ୍ରୂଣଟି ଚକ୍ରବୂ୍ୟହରେ ପ୍ରବେଶ ଜ୍ଞାନ ଜାଣିଥିଲେ ମଧ୍ୟ ବାହାରିବା ବାଟ ଜାଣିପାରି ନ ଥିଲା ବୋଲି ମହାଭାରତରେ ଲିଖିତ।
ପାଠକମାନେ ଏହି କଥାକୁ ଅସଙ୍ଗତ ମନେକରନ୍ତି ନାହିଁ। କିନ୍ତୁ ଆଧୁନିକ ସମାଜ ଏହାକୁ ଗ୍ରହଣ ନ କରିପାରେ। ସେମାନେ କହନ୍ତି, ଗର୍ଭସ୍ଥ ଭ୍ରୂଣ କିପରି, କେମିତି କଥା ଶୁଣିପାରେ ଓ ମନେରଖିପାରେ। ଭ୍ରୂଣାବସ୍ଥାରେ ହିଁ ଶିଶୁର ମାନସିକ ବିକାଶ ହୋଇଥାଏ। ଏହି ଅବସରରେ ସିନାପ୍ନେ ନାମ ନାଡ଼ିକୋଷର ବୃଦ୍ଧି ହୋଇଥାଏ। ନୂତନ ନାଡ଼ିକୋଷର ମଧ୍ୟ ବିକାଶ ହୋଇଥାଏ। ଭ୍ରୂଣାବସ୍ଥାରେ ଶିଶୁ ଶରୀରର ବିକାଶ ସହ ମସ୍ତିଷ୍କର ମଧ୍ୟ ବିକାଶ ଘଟିଥାଏ। ଦର୍ଶନ, ସ୍ପର୍ଶ, ଘ୍ରାଣ, ଶ୍ରବଣ, ଆସ୍ୱାଦନ ଇତ୍ୟାଦି ପାଞ୍ଚଟି ଇନ୍ଦ୍ରିୟ ସମ୍ୱନ୍ଧ ଯେଉଁ କ୍ରିୟା ଥାଏ ସେଥିମଧ୍ୟରୁ ଶ୍ରବଣ ଗୋଟିଏ କ୍ରିୟା। ଉଦର ଊର୍ଦ୍ଧ୍ୱଭାଗରେ ଯେଉଁ ସ୍ପର୍ଶ କମ୍ପନ ଆଦି ଅନୁଭବ ଶକ୍ତି ଦ୍ୱାରା ହିଁ ଜାଣିଥାଏ। ଏହି ଶବ୍ଦ ରୂପ ଧ୍ୱନି ଗର୍ଭସ୍ଥ ଭ୍ରୂଣ କ’ଣ ଗ୍ରହଣ କରିପାରେ। ଏହାକୁ ଅନୁସରଣ କରି ଫିନ୍‌ଲାଣ୍ଡଦେଶୀୟ ବୈଜ୍ଞାନିକମାନେ ଏହାକୁ ପ୍ରୟୋଗ କରିଥିଲେ। ଥରେ ବୈଜ୍ଞାନିକମାନେ କେତେକ ଗର୍ଭବତୀ ନାରୀଙ୍କୁ ସେମାନଙ୍କ ଦ୍ୱାରା ଚୟନ ‘ଟଟଟ’ ଏହି ପଦକୁ ସପ୍ତାହରେ ୫ରୁ ଅଧିକ ଥର ୪ ମିନିଟ ଯାଏ ଶୁଣାଇଥିଲେ। ଏହି ଧ୍ୱନି ଗର୍ଭକୋଷ ଭିତରକୁ ଅତିକ୍ରମ କରି ଶିଶୁ ଯେପରି ଶୁଣେ, କିନ୍ତୁ ଶିଶୁର ଯେପରି କିଛି ନ ହୁଏ। ସେହିପରି ଧ୍ୱନିର ତୀବ୍ରତାର ବ୍ୟବସ୍ଥା କରିଥିଲେ। ଶିଶୁ ଜନ୍ମ ପରେ ଅର୍ଥାତ୍‌ ୫ମ ବା ୬ଷ୍ଠ ଦିନରେ ଗବେଷକମାନେ ସେହି ଧ୍ୱନିକୁ ପୁଣି ଶୁଣାଇଲେ।
ଏଲୋକ୍ଟ୍ରୋ-ଏନ୍ସେଫେଲୋଗ୍ରାମ (ଇଇଜି): ଇଇଜି ନାମକ ଉପକରଣରେ ଶିଶୁର ମସ୍ତିଷ୍କ ବିଷୟରେ ଜାଣିବା ପାଇଁ ପରୀକ୍ଷା କରିଥିଲେ। ଯେଉଁ ଶିଶୁଟି ଭ୍ରୂଣାବସ୍ଥାରେ ‘ଟଟଟ’ ଶବ୍ଦ ଶୁଣିଥିଲା, ଅଭିଜ୍ଞାନ ରୂପକ ପ୍ରଦର୍ଶନ କଲା। ଯେତେବେଳେ ‘ଟଠଟ’ ଶବ୍ଦ ମଧ୍ୟରେ ‘ଠ’କାର ଶୁଣାଗଲା, ସେତେବେଳେ ଶିଶୁର ମସ୍ତିଷ୍କରେ ଆଶ୍ଚର୍ଯ୍ୟ ସହ ସ୍ପନ୍ଦନ ଦୃଷ୍ଟିଗୋଚର ହେଲା। ଯେଉଁ ଶିଶୁମାନଙ୍କୁ ଭ୍ରୂଣାବସ୍ଥାରେ ‘ଟଟଟ’ ଶବ୍ଦ ଶୁଣାଯାଇ ନ ଥିଲା, ସେମାନେ ଶବ୍ଦ ଶୁଣି ମଧ୍ୟ ଶିଶୁଙ୍କ ସ୍ପନ୍ଦନରେ କୌଣସି ପରିବର୍ତ୍ତନ ଘଟି ନ ଥିଲା। ଜନ୍ମ ପୂର୍ୱ ଗର୍ଭସ୍ଥ ଭ୍ରୂଣାବସ୍ଥାରେ ଥିବାରୁ ଶିଶୁ ନିଜେ ଶୁଣିଥିବା ଶବ୍ଦକୁ ସ୍ମରଣରେ ରଖିପାରିଛନ୍ତି ଏହା ଏକ ଶକ୍ତି। ଏହିପରି ୨୮ ସପ୍ତାହ ପ୍ରୟୋଗ ପରେ ଏହା ପ୍ରମାଣିତ ହେଲା। ବିଜ୍ଞାନର ଏହି ଅଂଶ ଆଜି ସଂପ୍ରସାରଣ ପାଇଁ ନିରୂପିତ। କିନ୍ତୁ ମହାଭାରତର ଏହି ଅଂଶ ବହୁ ତଥା ଶହ ଶହ ବର୍ଷ ପୂର୍ୱେ ନିରୂପିତ ହୋଇଥିଲା। ଆଜି ମଧ୍ୟ ଗ୍ରାମାଞ୍ଚଳରେ ଗର୍ଭବତୀ ମହିଳାମାନଙ୍କ ଉଦ୍ଦେଶ୍ୟରେ କୁହାଯାଏ ଉତ୍ତମ ବଚନ କହିବା, ଉତ୍ତମ ବଚନ ଶୁଣିବା, ରାମାୟଣ ପରି ଜ୍ଞାନବର୍ଦ୍ଧକ ବହି ପଢ଼ିବା, ଶ୍ରୁତିମଧୁର ଗୀତ ଶୁଣିବା ଇତ୍ୟାଦି। କାରଣ ଗର୍ଭବତୀଙ୍କ ବ୍ୟବହାର ଗର୍ଭସ୍ଥ ସନ୍ତାନ ଉପରେ ପଡ଼େ ବୋଲି ସାଧାରଣ ମହିଳାମାନଙ୍କ ଧାରଣା ରହିଛି। କେବଳ ପୁରାଣ କହୁନାହିଁ ବରଂ ବିଜ୍ଞାନ ମଧ୍ୟ ପ୍ରମାଣିତ କରୁଛି।
ବର୍ତ୍ତମାନ ସମୟରେ ଇଇଜି ପରୀକ୍ଷାକୁ ନେଇ ସେପରି ଭୟଭୀତ ହେବାର କିଛି କାରଣ ନାହିଁ। ଏହା ଆପଣଙ୍କର ଆଗତ ଭବିଷ୍ୟତ କୁହାଯାଉଥିବା ପିଲାଟି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଆଉ ଏକ ବିଶେଷ କଥା ହେଉଛି ପିଲାଟି ବେଳୁ ନବଜାତକର କୌଣସି ପ୍ରକାର ଅସ୍ୱାଭାବିକ ସ୍ଥିତି ଥିଲେ ଆପଣ ପ୍ରାରମ୍ଭିକ ସମୟରେ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରନ୍ତି। ପିଲାମାନଙ୍କ ପରୀକ୍ଷା ନିରୀକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଖାଦ୍ୟପେୟ କଥା ନେଇ ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ତଥ୍ୟ ସବୁ ବାହାରୁଛି। ଏ ସବୁ ଡାକ୍ତରୀ ସିଦ୍ଧାନ୍ତରେ ନିର୍ଣ୍ଣୟ ହୋଇଛି କି ନାହିଁ ଭଲଭାବେ ବୁଝିବା କଥା। କୌଣସି କାନକୁହା କଥା କାହାଙ୍କଠାରୁ ଶୁଣି ପିଲାମାନଙ୍କର ସ୍ୱାସ୍ଥ୍ୟଗତ କ୍ଷେତ୍ରରେ ସାଲିସ କରନ୍ତୁ ନାହିଁ। ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାରମ୍ଭିକ ସମୟରୁ ନିୟମିତ ଟିକା ଦିଅନ୍ତୁ ଏବଂ ସବୁଠାରୁ ଭଲହେବ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଏହି ସୁବିଧା ଗ୍ରହଣ କରିବା। ପିଲାମାନଙ୍କ ଶାରୀରିକ ଅସଂଗତି ବା ଶୁଣିବା କ୍ଷେତ୍ରରେ କୌଣସି ସମସ୍ୟା ଥିଲେ ମାନସିକ ଭାବେ ହତୋତ୍ସାହିତ ହୁଅନ୍ତୁ ନାହିଁ। ବରଂ ପ୍ରଥମରୁ ଡାକ୍ତରୀ ସହାୟତା ଦ୍ୱାରା ଏହାର ନିରାକରଣ ସମ୍ଭବ।
କନ୍‌ସଲଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆର୍‌ଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri