ସାର କଳାବଜାର ଅଣାୟତ୍ତ

ଯାଜପୁର ଅଫିସ,୩ା୩: ଲାଭଖୋର ସାର ବ୍ୟବସାୟୀଙ୍କୁ ନିୟନ୍ତ୍ରଣ କରାଯାଇପାରୁନାହିଁ ା ସେଥିପାଇଁ କଳାବଜାର ଚାଲିଛି ା ରାଜ୍ୟ ସରକାରଙ୍କ ଅପାରଗତାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ା ଚାଷୀମାନେ ବାରମ୍ବାର ଏପରି ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ା ଫଳରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଉଛନ୍ତି। କେତେଜଣ ବିଧାୟକ ବିଧାନସଭାରେ ସାର କଳାବଜାର ନେଇ ପ୍ରଶ୍ନ କରୁଛନ୍ତି। କିନ୍ତୁ ସାର ଯୋଗାଉଥିବା ମାର୍କଫେଡ୍‌ ସଂସ୍ଥା କାଗଜପତ୍ରରେ ପ୍ରସ୍ତୁତ ତଥ୍ୟ ଉପସ୍ଥାପନ କରି ସରକାରଙ୍କୁ ଭୁଆଁବୁଲାଇ ଚାଲିଛନ୍ତି ା ବାସ୍ତବରେ କାଁ ଭାଁ ପ୍ୟାକ୍ସ ଓ ରିଟେଲର ଜରିଆରେ ସାର ବିକ୍ରି ହେଉଛି। ଅଧିକାଂଶ ଜିଲାରେ ବେପାରୀମାନଙ୍କ ଦ୍ୱାରା ପ୍ରାୟ ୨ ଗୁଣା ଚଢା ଦରରେ ସାର କଳାବଜାର କରାଯାଉଥିବା ଅଭିଯୋଗ ହେଉଛି।
ମାର୍କଫେଡ୍‌-ଓଡିଶାରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୦ ଖରିଫ ଋତୁରେ ୧୯୮୧ଟି ପ୍ୟାକ୍ସ/ଲ୍ୟାମ୍ପ୍ସ ଏବଂ ୯୦୩ ଅନ୍ୟାନ୍ୟ ରିଟେଲରଙ୍କ ଜରିଆରେ ୨,୪୦,୩୮୨ ମେଟ୍ରିକ ଟନ(ଏମ୍‌ଟି) ବିଭିନ୍ନ ରାସାୟନିକ ସାର ରାଜ୍ୟର ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି। ସେହିପରି ୨୦୨୧ ରବି ଋତୁରେ ୧୫ା୨ା୨୦୨୧ ତାରିଖ ସୁଦ୍ଧା ୩୬୮ଟି ପ୍ୟାକ୍ସ/ଲ୍ୟାମ୍ପ୍ସ ଓ ୬୧୫ ରିଟେଲରଙ୍କ ଜରିଆରେ ୩୦,୫୪୯ ଏମ୍‌ଟି ସାର ସରକାରୀ ଅନୁମୋଦିତ ଦରରେ ଯୋଗାଇ ଦିଆଯାଇଛି। ଚଳିତ ରବି ଋତୁରେ ଅଧିକ ଜଳସେଚିତ ସମ୍ବଲପୁର ଜିଲାକୁ ସର୍ବାଧିକ ୩୦୯୧ ଏମ୍‌ଟି, କୋରାପୁଟ ଜିଲାକୁ ୨୮୪୯ ଏମ୍‌ଟି, ବରଗଡ଼ ଜିଲାକୁ ୨୭୨୬ ଏମ୍‌ଟି, ଗଞ୍ଜାମ ଜିଲାକୁ ୨୫୦୯ ଏମ୍‌ଟି, ସୋନପୁର ଜିଲାକୁ ୨୦୧୭ ଏମ୍‌ଟି, ନବରଙ୍ଗପୁର ଜିଲାକୁ ୨୨୯୫ ଏମ୍‌ଟି ସାର ଯୋଗାଇ ଦିଆଯାଇଥିବା ମାର୍କଫେଡ-ଓଡ଼ିଶା ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସ୍ବାଇଁ ତାଙ୍କ ତଥ୍ୟରେ ଦର୍ଶାଇଛନ୍ତି। ତେବେ ବାସ୍ତବରେ ଖରିଫ ଓ ରବି ଋତୁରେ ସାର କଳାବଜାର ଅଣାୟତ୍ତ ହୋଇଛି। ସାର ଯୋଗାଣ ପାଇଁ ଇଫ୍‌କୋ, ନାଗାର୍ଜୁନ, ପିପିଏଲ ଭଳି ଅନେକ କମ୍ପାନୀ ସହ ଚୁକ୍ତି ହୋଇଛି ା କମ୍ପାନୀ ପକ୍ଷରୁ ନିଜ ଖର୍ଚ୍ଚରେ ଡିଲର ଗୋଦାମରେ ସାର ପହଞ୍ଚାଇବା ନିୟମ ଥିବାବେଳେ ରାଜ୍ୟର ବିଭିନ୍ନ ର଼୍ୟାକ୍‌ ପଏଣ୍ଟରୁ ରିଟେଲରଙ୍କୁ ପ୍ରଦାନ କରାଯିବାର ସୁଯୋଗ ସୃଷ୍ଟି କରାଯାଇଛି, ଯାହାକି କଳାବଜାରର ଉତ୍ସ ବୋଲି କୁହାଯାଉଛି।
ନିୟମାନୁଯାୟୀ ଡିଲରମାନେ ସାର ଉଠାଣ ପରେ ନିଜ ଷ୍ଟକ୍‌ ସହ ଯୋଡ଼ିବେ ଏବଂ ପିଓଏସ୍‌(ପଏଣ୍ଟ ଅଫ୍‌ ସେଲ) ମେଶିନ ବ୍ୟବହାର କରି ସାର ବାଣ୍ଟିବେ। ଚାଷୀମାନଙ୍କଠାରୁ ଆଧାର ସଂଗ୍ରହ କରି ଅଙ୍ଗୁଳି ଛାପ ନେବା ସହ ରିଟେଲରମାନଙ୍କୁ ସାର ପ୍ରଦାନ କରିବାକୁ ପୂର୍ବରୁ ଡିଲରମାନେ ଓ-ଫର୍ମ ସହ ନିଜକୁ ଯୋଡିବା ପରେ ସାର କାରବାର କରିବେ ା କିନ୍ତୁ ଏ ସବୁ କରିବାରେ ଖିଲାପ କରାଯାଇଛି ା ସାରକୁ ଗୋଦାମକୁ ନ ଆଣି ସିଧାସଳଖ ରିଟେଲରମାନଙ୍କୁ ପ୍ରଦାନ କରାଯାଉଛି ା ଏପରି କି ସୋସାଇଟି ଆକ୍ଟ ଅନୁସାରେ ସାର ବଣ୍ଟନ ବେଳେ ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯିବା କଥାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି ା କେତେଜଣ ଡିଲରଙ୍କ ପକ୍ଷରୁ ସୀମାନ୍ତ ଅଞ୍ଚଳରେ ଥିବା ଅନ୍ୟ ଜିଲାର ରିଟେଲରମାନଙ୍କୁ ସାର ବିକ୍ରି କରିବାରେ ଗୁରୁତ୍ୱ ଦିଆଯାଉଛି ା ଏଭଳି ଭାବେ ଡିଲରମାନଙ୍କ ମନମାନି ଯୋଗୁ ୟୁରିଆ ସାର ସମେତ ଅନ୍ୟାନ୍ୟ ସାରର କୃତ୍ରିମ ଅଭାବ ସୃଷ୍ଟି ହେଉଛି। ଏଥିସହ କାରବାର ସମୟରେ ପିଓଏସ୍‌ ମେଶିନ୍‌ ବ୍ୟବହାର କରୁଛନ୍ତି ହେଲେ ଷ୍ଟକ କାହିଁକି ଅପ୍‌ ଟୁ ଡେଟ୍‌ ହେଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୋବାଇଲ ଫର୍ଟିଲାଇଜର ମ୍ୟାନେଜମେଣ୍ଟ ସିିଷ୍ଟମ୍‌ (ଏମ୍‌ଏଫ୍‌ଏମ୍‌ଏସ) କାହିଁକି ଠିକ୍‌ ଭାବେ ପରିଚାଳନା ହେଉନାହିଁ ବୋଲି ମଧ୍ୟ ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଛି। ତେବେ ସାର କାରବାରରେ ଡିଲରଙ୍କ ମନମୁଖି କାର୍ଯ୍ୟକୁ ଜଗିବାରେ ଜିଲା ଅଧିକାରୀ ବିଫଳ ହୋଇଛନ୍ତି ା
ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ଚରଣ ରାୟ କୁହନ୍ତି, ୟୁରିଆ ସାରର ସରକାରୀ ଅନୁମୋଦିତ ଦର ବସ୍ତା ପ୍ରତି ୨୬୬ ଟଙ୍କା ରହିଛି। ହେଲେ ବଜାରରେ ଏହା ୪୫୦ ଟଙ୍କାରେ ବିକ୍ରି ହେଉଛି। ଏକ ଅଣୁସାର ପ୍ୟାକେଟ୍‌ ମାଗଣାରେ ଦେଇ ଚାଷୀଙ୍କୁ ଏଭଳି ଭାବେ ଶୋଷଣ କରାଯାଉଛି। ସବ୍‌ସିଡି ଦରରେ ଚାଷୀ ସାର ପାଉ ନ ଥିବାରୁ ସରକାରଙ୍କ ଆଭିମୁଖ୍ୟ ପରାହତ ହେଉଛି। ଯାଜପୁର ଜିଲା କୋରାବନ୍ଦି ଗ୍ରାମର ଚାଷୀ ଅଜୟ ପତି କୁହନ୍ତି, ଗତ ଖରିଫ ଋତୁରେ ୟୁରିଆ ସାର ବସ୍ତା ପ୍ରତି ୫୦୦ ଟଙ୍କା ଦେଇ କିଣିଛୁ। ପରେ ଅଭାବ ହେବାରୁ କଳାବଜାରରେ ୟୁରିଆ ସାର ବସ୍ତା ପ୍ରତି ୬୫୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ବାଧ୍ୟ ହେଲୁ। ଏ ନେଇ ମାର୍କଫେଡ୍‌ ଏରିଆ ମ୍ୟାନେଜରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲାଃ ହେଲେ ତାହା ସମ୍ଭବ ହୋଇ ପାରିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri