ସାର କଳାବଜାର ଅଣାୟତ୍ତ

ଯାଜପୁର ଅଫିସ,୩ା୩: ଲାଭଖୋର ସାର ବ୍ୟବସାୟୀଙ୍କୁ ନିୟନ୍ତ୍ରଣ କରାଯାଇପାରୁନାହିଁ ା ସେଥିପାଇଁ କଳାବଜାର ଚାଲିଛି ା ରାଜ୍ୟ ସରକାରଙ୍କ ଅପାରଗତାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ା ଚାଷୀମାନେ ବାରମ୍ବାର ଏପରି ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ା ଫଳରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଉଛନ୍ତି। କେତେଜଣ ବିଧାୟକ ବିଧାନସଭାରେ ସାର କଳାବଜାର ନେଇ ପ୍ରଶ୍ନ କରୁଛନ୍ତି। କିନ୍ତୁ ସାର ଯୋଗାଉଥିବା ମାର୍କଫେଡ୍‌ ସଂସ୍ଥା କାଗଜପତ୍ରରେ ପ୍ରସ୍ତୁତ ତଥ୍ୟ ଉପସ୍ଥାପନ କରି ସରକାରଙ୍କୁ ଭୁଆଁବୁଲାଇ ଚାଲିଛନ୍ତି ା ବାସ୍ତବରେ କାଁ ଭାଁ ପ୍ୟାକ୍ସ ଓ ରିଟେଲର ଜରିଆରେ ସାର ବିକ୍ରି ହେଉଛି। ଅଧିକାଂଶ ଜିଲାରେ ବେପାରୀମାନଙ୍କ ଦ୍ୱାରା ପ୍ରାୟ ୨ ଗୁଣା ଚଢା ଦରରେ ସାର କଳାବଜାର କରାଯାଉଥିବା ଅଭିଯୋଗ ହେଉଛି।
ମାର୍କଫେଡ୍‌-ଓଡିଶାରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୦ ଖରିଫ ଋତୁରେ ୧୯୮୧ଟି ପ୍ୟାକ୍ସ/ଲ୍ୟାମ୍ପ୍ସ ଏବଂ ୯୦୩ ଅନ୍ୟାନ୍ୟ ରିଟେଲରଙ୍କ ଜରିଆରେ ୨,୪୦,୩୮୨ ମେଟ୍ରିକ ଟନ(ଏମ୍‌ଟି) ବିଭିନ୍ନ ରାସାୟନିକ ସାର ରାଜ୍ୟର ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି। ସେହିପରି ୨୦୨୧ ରବି ଋତୁରେ ୧୫ା୨ା୨୦୨୧ ତାରିଖ ସୁଦ୍ଧା ୩୬୮ଟି ପ୍ୟାକ୍ସ/ଲ୍ୟାମ୍ପ୍ସ ଓ ୬୧୫ ରିଟେଲରଙ୍କ ଜରିଆରେ ୩୦,୫୪୯ ଏମ୍‌ଟି ସାର ସରକାରୀ ଅନୁମୋଦିତ ଦରରେ ଯୋଗାଇ ଦିଆଯାଇଛି। ଚଳିତ ରବି ଋତୁରେ ଅଧିକ ଜଳସେଚିତ ସମ୍ବଲପୁର ଜିଲାକୁ ସର୍ବାଧିକ ୩୦୯୧ ଏମ୍‌ଟି, କୋରାପୁଟ ଜିଲାକୁ ୨୮୪୯ ଏମ୍‌ଟି, ବରଗଡ଼ ଜିଲାକୁ ୨୭୨୬ ଏମ୍‌ଟି, ଗଞ୍ଜାମ ଜିଲାକୁ ୨୫୦୯ ଏମ୍‌ଟି, ସୋନପୁର ଜିଲାକୁ ୨୦୧୭ ଏମ୍‌ଟି, ନବରଙ୍ଗପୁର ଜିଲାକୁ ୨୨୯୫ ଏମ୍‌ଟି ସାର ଯୋଗାଇ ଦିଆଯାଇଥିବା ମାର୍କଫେଡ-ଓଡ଼ିଶା ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସ୍ବାଇଁ ତାଙ୍କ ତଥ୍ୟରେ ଦର୍ଶାଇଛନ୍ତି। ତେବେ ବାସ୍ତବରେ ଖରିଫ ଓ ରବି ଋତୁରେ ସାର କଳାବଜାର ଅଣାୟତ୍ତ ହୋଇଛି। ସାର ଯୋଗାଣ ପାଇଁ ଇଫ୍‌କୋ, ନାଗାର୍ଜୁନ, ପିପିଏଲ ଭଳି ଅନେକ କମ୍ପାନୀ ସହ ଚୁକ୍ତି ହୋଇଛି ା କମ୍ପାନୀ ପକ୍ଷରୁ ନିଜ ଖର୍ଚ୍ଚରେ ଡିଲର ଗୋଦାମରେ ସାର ପହଞ୍ଚାଇବା ନିୟମ ଥିବାବେଳେ ରାଜ୍ୟର ବିଭିନ୍ନ ର଼୍ୟାକ୍‌ ପଏଣ୍ଟରୁ ରିଟେଲରଙ୍କୁ ପ୍ରଦାନ କରାଯିବାର ସୁଯୋଗ ସୃଷ୍ଟି କରାଯାଇଛି, ଯାହାକି କଳାବଜାରର ଉତ୍ସ ବୋଲି କୁହାଯାଉଛି।
ନିୟମାନୁଯାୟୀ ଡିଲରମାନେ ସାର ଉଠାଣ ପରେ ନିଜ ଷ୍ଟକ୍‌ ସହ ଯୋଡ଼ିବେ ଏବଂ ପିଓଏସ୍‌(ପଏଣ୍ଟ ଅଫ୍‌ ସେଲ) ମେଶିନ ବ୍ୟବହାର କରି ସାର ବାଣ୍ଟିବେ। ଚାଷୀମାନଙ୍କଠାରୁ ଆଧାର ସଂଗ୍ରହ କରି ଅଙ୍ଗୁଳି ଛାପ ନେବା ସହ ରିଟେଲରମାନଙ୍କୁ ସାର ପ୍ରଦାନ କରିବାକୁ ପୂର୍ବରୁ ଡିଲରମାନେ ଓ-ଫର୍ମ ସହ ନିଜକୁ ଯୋଡିବା ପରେ ସାର କାରବାର କରିବେ ା କିନ୍ତୁ ଏ ସବୁ କରିବାରେ ଖିଲାପ କରାଯାଇଛି ା ସାରକୁ ଗୋଦାମକୁ ନ ଆଣି ସିଧାସଳଖ ରିଟେଲରମାନଙ୍କୁ ପ୍ରଦାନ କରାଯାଉଛି ା ଏପରି କି ସୋସାଇଟି ଆକ୍ଟ ଅନୁସାରେ ସାର ବଣ୍ଟନ ବେଳେ ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯିବା କଥାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି ା କେତେଜଣ ଡିଲରଙ୍କ ପକ୍ଷରୁ ସୀମାନ୍ତ ଅଞ୍ଚଳରେ ଥିବା ଅନ୍ୟ ଜିଲାର ରିଟେଲରମାନଙ୍କୁ ସାର ବିକ୍ରି କରିବାରେ ଗୁରୁତ୍ୱ ଦିଆଯାଉଛି ା ଏଭଳି ଭାବେ ଡିଲରମାନଙ୍କ ମନମାନି ଯୋଗୁ ୟୁରିଆ ସାର ସମେତ ଅନ୍ୟାନ୍ୟ ସାରର କୃତ୍ରିମ ଅଭାବ ସୃଷ୍ଟି ହେଉଛି। ଏଥିସହ କାରବାର ସମୟରେ ପିଓଏସ୍‌ ମେଶିନ୍‌ ବ୍ୟବହାର କରୁଛନ୍ତି ହେଲେ ଷ୍ଟକ କାହିଁକି ଅପ୍‌ ଟୁ ଡେଟ୍‌ ହେଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୋବାଇଲ ଫର୍ଟିଲାଇଜର ମ୍ୟାନେଜମେଣ୍ଟ ସିିଷ୍ଟମ୍‌ (ଏମ୍‌ଏଫ୍‌ଏମ୍‌ଏସ) କାହିଁକି ଠିକ୍‌ ଭାବେ ପରିଚାଳନା ହେଉନାହିଁ ବୋଲି ମଧ୍ୟ ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଛି। ତେବେ ସାର କାରବାରରେ ଡିଲରଙ୍କ ମନମୁଖି କାର୍ଯ୍ୟକୁ ଜଗିବାରେ ଜିଲା ଅଧିକାରୀ ବିଫଳ ହୋଇଛନ୍ତି ା
ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ଚରଣ ରାୟ କୁହନ୍ତି, ୟୁରିଆ ସାରର ସରକାରୀ ଅନୁମୋଦିତ ଦର ବସ୍ତା ପ୍ରତି ୨୬୬ ଟଙ୍କା ରହିଛି। ହେଲେ ବଜାରରେ ଏହା ୪୫୦ ଟଙ୍କାରେ ବିକ୍ରି ହେଉଛି। ଏକ ଅଣୁସାର ପ୍ୟାକେଟ୍‌ ମାଗଣାରେ ଦେଇ ଚାଷୀଙ୍କୁ ଏଭଳି ଭାବେ ଶୋଷଣ କରାଯାଉଛି। ସବ୍‌ସିଡି ଦରରେ ଚାଷୀ ସାର ପାଉ ନ ଥିବାରୁ ସରକାରଙ୍କ ଆଭିମୁଖ୍ୟ ପରାହତ ହେଉଛି। ଯାଜପୁର ଜିଲା କୋରାବନ୍ଦି ଗ୍ରାମର ଚାଷୀ ଅଜୟ ପତି କୁହନ୍ତି, ଗତ ଖରିଫ ଋତୁରେ ୟୁରିଆ ସାର ବସ୍ତା ପ୍ରତି ୫୦୦ ଟଙ୍କା ଦେଇ କିଣିଛୁ। ପରେ ଅଭାବ ହେବାରୁ କଳାବଜାରରେ ୟୁରିଆ ସାର ବସ୍ତା ପ୍ରତି ୬୫୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ବାଧ୍ୟ ହେଲୁ। ଏ ନେଇ ମାର୍କଫେଡ୍‌ ଏରିଆ ମ୍ୟାନେଜରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲାଃ ହେଲେ ତାହା ସମ୍ଭବ ହୋଇ ପାରିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri