ଗଙ୍ଗାସାଗର ମେଳା ଶୁଭାରମ୍ଭ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବନ୍ଦ ରହିବ ଫେରିଘାଟ

ଭୋଗରାଇ,୯ା୧(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦୀପର ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ହେବାକୁ ଯାଉଥିବା ପ୍ରସିଦ୍ଧ ଗଙ୍ଗାସାଗର ମେଳାକୁ ଗୁରୁବାରଠାରୁ ସରକାରୀ ଭାବେ ଶୁଭାରମ୍ଭ ହେଉଛି। ଏଥି ନିମନ୍ତେ ମେଳାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗଙ୍ଗାସାଗର ମେଳାକୁ ୧ କୋଟିରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀଙ୍କ ଆଗମନ ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏବେଠୁ ତୀର୍ଥ ଯାତ୍ରୀଙ୍କ ମେଳାକୁ ଆସିବାକୁ କୋଲକାତାର ହାଓ୍ବଡ଼ା, ବାବୁଘାଟ, ଧର୍ମତଲା, ସିଆଲଦା ରେଳଷ୍ଟେଶନରେ ତୀର୍ଥଯାତ୍ରୀ ସହ ବହୁ ସାଧୁ, ସନ୍ଥ ଓ ନାଗାସନ୍ନ୍ୟାସୀଙ୍କ ଭିଡ଼ ଜମିବାରେ ଲାଗିଛି। ନିକଟରେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ଅନୁପ୍ରବେଶକୁ ରୋକିବା ଲାଗି ସମୁଦ୍ରରେ ତଟରକ୍ଷୀ ବାହିନୀକୁ ସତର୍କ ରଖାଯାଇଛି। ମେଳାର ସୁରକ୍ଷା ଦୃଷ୍ଟିରୁ ଜଳ, ସ୍ଥଳ ଓ ଆକାଶ ବାହିନୀକୁ କଡ଼ାନଜର ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସାଗରମେଳା ପ୍ରବେଶପଥରେ ମେଟାଲ ଡିଟେକ୍ଟର ସହ ଲଟ ନଂ ୮, କଚୁବେରିଆ, ନାମଖାନା, ଚେମାଗଡି, ଭାରତ ସେବାଶ୍ରମ ସଂଘ ଶଙ୍କରାଚାର୍ଯ୍ୟ ଆଶ୍ରମ, କପିଳ ମୁନି ମନ୍ଦିର, ଏବଂ ଭିଆଇପି ସ୍ଥାନଗୁଡିକରେ ୧୨ ଶହ ସିସି କାମେରା, ୨୨ଟି ଡ୍ରୋନ୍‌, ୪ଟି ଜଳ ଓ ଜରୁରୀକାଳୀନ ସେବା ପାଇଁ ୧ଟି ଆକାଶ ଆମ୍ବୁଲାନ୍ସ , ୧୨ ହଜାର ପୋଲିସ, ସନ୍ଧନୀ କୁକୁର,ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ ମୁତୟନ ସହିତ ସାଗରବନ୍ଧୁ ନାମିତ ୮ ଶହ ଜଣିଆ ଟିମ୍‌ ପ୍ରସ୍ତୁତ ରହି ତୀର୍ଥଯାତ୍ରୀଙ୍କୁ ସହାୟତା ଦେବେ ବୋଲି ଜିଲା ଶାସକ ସୁମିତ ଗୁପ୍ତା ସୂଚନା ଦେଇଛନ୍ତି।

ଏତଦ୍‌ବ୍ୟତୀତ କୋଲକାତାରୁ ଗଙ୍ଗାସାଗର ପର୍ଯ୍ୟନ୍ତ ୨ ହଜାର ୫ ଶହ ସରକାରୀ ଓ ୨୫୦ ବେସରକାରୀ ଯାତ୍ରୀ ପରିସେବା ବସ୍‌, ସିଆଲଦାଠାରୁ କାକଦ୍ୱୀପ ନାମଖାନା ପର୍ଯ୍ୟନ୍ତ ୨୨ଟି ସ୍ବତନ୍ତ୍ର ଅତିରିକ୍ତ ଟ୍ରେନ୍‌ ଚଳାଚଳ, ମୁଡିଗଙ୍ଗା ନଦୀରୁ ଯାତ୍ରୀ ପାରିହେବା ନିମନ୍ତେ ଲଟ୍‌ ନଂ ୮ରୁ କଚୁବେରିଆ ଓ ନାମଖାନାରୁ ଚେମାଗଡ଼ି ପର୍ଯ୍ୟନ୍ତ ୩୨ ଭେସେଲ, ୧୦୦ ଭୂତଳ ଜଳ ପରିବହନ ଯାତ୍ରୀ ପରିସେବା ଲଞ୍ଚ ଯୋଗାଇ ଦିଆଯାଇଛି। ମେଳା ପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୨ଟି ଉଚ୍ଚସ୍ତରୀୟ କମିଟି ଗଠନ କରି ୨ ଦିନିଆ ସମୀକ୍ଷା କରିଥିବା ବେଳେ ୧୦ ଜଣ ମନ୍ତ୍ରୀଙ୍କୁ ମେଳା ଦାୟିତ୍ୱ ଦେଇଛନ୍ତି।

ପୁଣ୍ୟାର୍ଥୀଙ୍କ ପାଇଁ ୭ଟି ଅସ୍ଥାୟୀ ହସ୍ପିଟାଲ, ୧୨ଟି ସ୍ଥାନରେ ମେଡିକାଲ ଟିମ୍‌, ୧ ଶହ ଆମ୍ବୁଲାନ୍ସ, ୧୨ ହଜାର ଶୌଚାଗାର ଓ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ହଜାରହଜାର ଅସ୍ଥାୟୀ ଘର ନିର୍ମାଣ କରାଯାଇଛି। ପ୍ରସିଦ୍ଧ ମେଳାକୁ ସ୍ବଚ୍ଛ ଓ ସତେଜ ରଖିବାନିମନ୍ତେ ପ୍ଲାଷ୍ଟିକ ମୁକ୍ତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଙ୍ଗାସାଗରରେ କୌଣସି ତୀର୍ଥଯାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଲେ ପୂର୍ବବର୍ଷ ଭଳି ୫ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆସନ୍ତା ୧୪ ଓ ୧୫ ତାରିଖ ସକାଳ ପର୍ଯ୍ୟନ୍ତ ସାଗରରେ ପୁଣ୍ୟସ୍ନାନ ଥିବାରୁ ଗଙ୍ଗାସାଗରରେ ଏବେଠୁ ଲକ୍ଷାଧିକ ପୁଣ୍ୟାର୍ଥୀଙ୍କ ସମାଗମ ହେବାରେ ଲାଗିଛି। ୯ ତାରିଖରୁ ରସଲପୁର-ମୟାଗାଲିନୀ ଲଞ୍ଚ ଯାତ୍ରୀ ଫେରିଘାଟ ସରକାରୀ ଭାବେ ବନ୍ଦ ଯୋଗୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଦୁଇ ମେଦିନୀପୁର ଜିଲାର ଲକ୍ଷାଧିକ ତୀର୍ଥଯାତ୍ରୀ ହଇରାଣ ଏବଂ ଅଧିକ ଖର୍ଚ୍ଚାନ୍ତ ହେବା ଯୋଗୁ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri