ସାଉଦି ଯୁବରାଜଙ୍କୁ ଘାରିଛି ହତ୍ୟା ଭୟ

ରିୟାଦ୍‌,୧୬।୮: ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ନିଜ ହତ୍ୟାକୁ ଭୟ କରୁଛନ୍ତି। ଏକଥ ସେ ନିଜେ ପ୍ରକାଶ କରିଛନ୍ତି। ସାଉଦି କ୍ରାଉନ ପ୍ରିନ୍ସ ଭୟ କରୁଛନ୍ତି, ଯଦି ସେ ଇସ୍ରାଏଲ, ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ସମ୍ଭାବ୍ୟ ଚୁକ୍ତିରେ ଆଗକୁ ବଢନ୍ତି ତେବେ ତାଙ୍କୁ ହତ୍ୟା କରାଯାଇପାରେ।
ଆମେରିକାର ଅଧିକାରୀମାନେ ଇସ୍ରାଏଲ-ସାଉଦି ଆରବ-ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତି ସମ୍ପର୍କରେ ମହମ୍ମଦ ବିନ ସଲମାନଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ସାଉଦି କ୍ରାଉନ ପ୍ରିନ୍ସ କହିଛନ୍ତି, ଯଦି ସେ ଏହି ଚୁକ୍ତି ସହିତ ଆଗକୁ ବଢନ୍ତି ତେବେ ତାଙ୍କୁ ହତ୍ୟା କରାଯାଇପାରେ। ଏହା ଉପରେ ଆମେରିକାର ଅଧିକାରୀମାନେ ତାଙ୍କ ସୁରକ୍ଷାକୁ ନିଶ୍ଚିତ କରିଥିଲେ। ମହମ୍ମଦ ବିନ ସଲମାନ ଆମେରିକୀୟ ଅଧିକାରୀମାନଙ୍କୁ ପଚାରିଥିଲେ ଯେ ଯେତେବେଳେ ୧୯୮୧ରେ ଇଜିପ୍ଟର ରାଷ୍ଟ୍ରପତି ଅନୱାର ସାଦତଙ୍କୁ ଇସଲାମୀୟ ଆତଙ୍କବାଦୀମାନେ ହତ୍ୟା କରିଥିଲେ, ସେତେବେଳେ ଆମେରିକା କ’ଣ କଲା? ତେବେ ରିପୋର୍ଟ ଅନୁଯାୟୀ, ସାଉଦି କ୍ରାଉନ ପ୍ରିନ୍ସ ଏହି ଚୁକ୍ତି ତାଙ୍କ ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବିପଦ ସତ୍ତ୍ୱେ ଏହି ଡିଲ ସହିତ ଆଗକୁ ବଢିବାକୁ ନିଶ୍ଚିତ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଚୁକ୍ତିନାମା ଅନୁଯାୟୀ ଆମେରିକା ସାଉଦି ଆରବର ସୁରକ୍ଷା ନିଶ୍ଚିତ କରିବ ଏବଂ ସାଉଦି ଆରବର ନାଗରିକ ଆଣବିକ କାର୍ଯ୍ୟକ୍ରମରେ ଆମେରିକା ମଧ୍ୟ ସାହାଯ୍ୟ କରିବ। ଆମେରିକା ସାଉଦି ଆରବରେ ଟେକ୍ନୋଲୋଜି କ୍ଷେତ୍ରରେ ବିନିଯୋଗ କରିବ। ଏହାର ପ୍ରତିବଦଳରେ ସାଉଦି ଆରବକୁ ଚାଇନା ସହ ସମ୍ପର୍କ ସୀମିତ ରଖିବାକୁ ପଡିବ ଏବଂ ସେହି ସମୟରେ ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ବଜାୟ ରଖିବାକୁ ପଡିବ। ଯଦି ସାଉଦି ଆରବ ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରେ, ତେବେ ଏହା ଇସ୍ରାଏଲ ପାଇଁ ବହୁତ ଲାଭଦାୟକ ହେବ କାରଣ ଆରବ ଜଗତରେ ସାଉଦି ଆରବର ବହୁତ ପ୍ରଭାବ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri