ଜଳଖିଆ ପାଇଁ ତେଲ ଗରମ କରିଥିଲେ ବାପା, କଡ଼େଇରେ ପଡ଼ି ଶିଶୁ କନ୍ୟା ଗୁରୁତର

ଆନନ୍ଦପୁର,୩।୧(ଡି.ଏନ୍‌.ଏ.): ବାପା ଜଳଖିଆ ଛାଣୁଥିବା ବେଳେ ଗରମ ତେଲରେ ପଡ଼ିଗଲେ କୁନି ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଘଷିପୁରା ଥାନା ଖାଲପାଳ ଗ୍ରାମରେ। ଗ୍ରାମର ସମ୍ବରା ମୁର୍ମୁ ଜଳଖିଆ ଛାଣିବାକୁ ତେଲ ଗରମ କରୁଥିଲେ। ଏହି ସମୟରେ ତାଙ୍କ ଝିଅ ପୁର୍ଣ୍ଣିମା ଖେଳୁଥିବା ବେଳେ ଅସାବଧାନତା ଯୋଗୁ ତେଲ କଡ଼େଇରେ ପଡ଼ିଯାଇଥିଲେ । ଏଥିରେ ତାଙ୍କ ଶରୀର ୫୦ ଭାଗରୁ ଊଦ୍ଧର୍‌ବ ପୋଡ଼ି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।