Categories: ଫୁରସତ

୩ ଝିଅଙ୍କୁ ନିଜ ପିଲାର ମା’ କରିବାକୁ ଚାହୁଁଥିଲେ ବାପା: ଘଟିଲା ଏମିତି କିଛି..

ବାପା, ସବୁ ସମୟରେ ନିଜ ପିଲାମାନଙ୍କର ରକ୍ଷା କରିଥାନ୍ତି। ଜଣେ ଝିଅ ପାଇଁ ତା’ର ବାପା ହେଉଛନ୍ତିି ପ୍ରଥମ ହିରୋ। ସେ ଦୁନିଆର ସବୁଠାରୁ ଅଧିକ ତା’ ବାପାକୁ ହିଁ ଭଲ ପାଇଥାଏ। ଯଦି ସେଇ ବାପା ତା’ ପାଇଁ ରାକ୍ଷସ ପାଲଟିଯାଏ ତେବେ ଝିଅ ନିଜର ଦୁଃଖ କାହାକୁ ବା କହିବ। ଏମିତି ଏକ ଘଟଣା ଘଟିଛି ଋଷ ସହରରେ। ମା’ର ମୃତ୍ୟୁ ପରେ ୧୭, ୧୮ ଏବଂ ୧୯ ବର୍ଷର ୩ ଝିଅ ନିଜ ବାପାଙ୍କ ସହ ରହୁଥିଲେ। ମାତ୍ର ପିଶାଚ ବାପା ଝିଅମାନଙ୍କୁ ବର୍ଷ ବର୍ଷ ଧରି ବଳାତ୍କାର କରିଆସୁଥିଲେ। ଏହି ଦୁଃଖ ଝିଅମାନେ କାହାକୁ କହିପାରୁ ନ ଥିଲେ। ଶେଷରେ ସେମାନେ ଏକାଠି ହୋଇ ଏକ କୁରାଢ଼ିରେ ନିଜ ବାପାଙ୍କୁ ହାଣି ହତ୍ୟା କରିବା ପରେ ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରିବା ପରେ ପ୍ରକୃତ ଘଟଣା ସମ୍ମୁଖକୁ ଆସିଥିଲା। ଆତ୍ମ ସୁରକ୍ଷା ପାଇଁ ଝିଅମାନେ ବାପାଙ୍କୁ ମାରିଥିବା ପୋଲିସ ସମ୍ମୁଖରେ ପ୍ରକାଶ କରିଥିଲେ। ଏଥିସହ ବାପା ଅନ୍ୟ ସମ୍ମୁଖରେ ସେମାନଙ୍କୁ ନିଜ ସ୍ତ୍ରୀ ବୋଲି ପରିଚୟ ଦେଉଥିଲେ। ସେହିପରି ଝିଅମାନଙ୍କୁ ନିଜ ପିଲାର ମା’ କରିବାକୁ ଚାହୁଁଥିବା ସେମାନେ ପୋଲିସ ନିକଟରେ କହିଛନ୍ତି। ତେବେ ଘଟଣାଟି ୨୦୧୮ର ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର ତଦନ୍ତ ଜାରି ରହିଛି। ଏହି ଘଟଣାରେ ୨ ଝିଅଙ୍କୁ ୨୦ ବର୍ଷ ଲେଖାଏ କାରାଦଣ୍ଡ ଏବଂ ଅନ୍ୟ ଝିଅକୁ ମେଣ୍ଟାଲ ଆଇସୋଲେଶନକୁ ପଠାଯାଇପାରେ ବୋଲି ଜଣାପଡ଼ିଛି।

Share