Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମୃତ ଡାକ୍ତରଙ୍କ ବାପା

କୋଲକାତା,୧୯ା୮:କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ୩୧ ବର୍ଷୀୟା ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରୁଥିବା ଲୋକଙ୍କ ମୁହଁ ବନ୍ଦ କରିଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍ୟମ କରୁଥିବା ମୃତା ଡାକ୍ତରଙ୍କ ବାପା ଅଭିଯୋଗ କରିଛନ୍ତି। ନ୍ୟାୟ ଦାବି କରୁଥିବା ସାଧାରଣ ଲୋକଙ୍କୁ ଜେଲ ପଠାଇବାକୁ ଉଦ୍ୟମ ହେଉଛି। ଝିଅର ମୃତ୍ୟୁ ପାଇଁ ସେ ସର୍ମ୍ପୂ୍‌ଣ୍ଣ ଚେଷ୍ଟ ମେଡିସିନ୍‌ ବିଭାଗକୁ ଦାୟୀ କରିଛନ୍ତି। ଅପରାଧରେ ଉକ୍ତ ବିଭାଗର କେତେଜଣ ସମ୍ପୃକ୍ତ ଥିବା ମହିଳା ଡାକ୍ତରଙ୍କ ବାପା କହିଛନ୍ତି। ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏଭଳି ଅପରାଧ ସମ୍ଭବ ନୁହେଁ।

କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସାମ୍‌ନାକୁ ଆସିଛି। ତାଙ୍କ ଶରୀରରେ ୧୬ଟି ଗଭୀର ବାହ୍ୟ କ୍ଷତ ସହ ୯ଟି ଆଭ୍ୟନ୍ତରୀଣ କ୍ଷତ ରହିଥିବାରୁ ତାଙ୍କୁ ବଳାତ୍କାର ପରେ ଅତି ବୀଭତ୍ସ ଭାବେ ଆକ୍ରମଣ କରାଯିବା ସହ ଗଳାଚିପି ହତ୍ୟା କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।
ଗତ ୯ ତାରିଖ ବିଳମ୍ବିତ ରାତିରେ ହସ୍ପିଟାଲର ସେମିନାର ହଲ୍‌ରେ ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ତା’ ପରଦିନ ତାଙ୍କ ମୃତଦେହ ମିଳିବା ପରେ ସନ୍ଧ୍ୟା ୬ଟା ୧୦ରୁ ୭ଟା ୧୦ ମିନିଟ ମଧ୍ୟରେ ବ୍ୟବଚ୍ଛେଦ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ପୀଡ଼ିତା ଡାକ୍ତରଙ୍କ ଗାଲ, ଓଠ, ନାକ, ବେକ, ହାତ, ଆଣ୍ଠୁ ସମେତ ଗୁପ୍ତାଙ୍ଗରେ କ୍ଷତ ରହିଛି। ସେହିପରି ବେକ ମାଂସପେଶୀ, ଖପୁରି ଓ ଅନ୍ୟ ସ୍ଥାନରେ ଆଭ୍ୟନ୍ତରୀଣ କ୍ଷତ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଉକ୍ତ ରିପୋର୍ଟରେ ଆର୍‌.ଜି. କର ମେଡିକାଲ କଲେଜର ଫୋରେନ୍‌ସିକ ମେଡିସିନ ଏବଂ ଟକ୍ସିଲୋଜି ବିଭାଗ ପ୍ରଫେସର ଅପୂର୍ବା ବିଶ୍ୱାସ, ଆସୋସିଏଟ୍‌ ପ୍ରଫେସର ରିନା ଦାସ ଏବଂ ଏନ୍‌ଆର୍‌ଏସ୍‌ ମେଡିକାଲ କଲେଜର ଫୋରେନ୍‌ସିକ ମେଡିସିନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ମୋଲି ବାନାର୍ଜୀଙ୍କ ସ୍ବାକ୍ଷର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri