Posted inଜାତୀୟ

ଡାକ୍ତରଙ୍କୁ ଟିଏମ୍‌ସି ଏମ୍‌ପିଙ୍କ ଧମକ: ରୋଗୀଙ୍କ ମୃତ୍ୟୁ ହେଲେ ସୁରକ୍ଷା ଦେବୁନୁ

କୋଲକାତା,୧୯ା୮:କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଡାକ୍ତରମାନଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ସୋମବାର ସେମାନେ ବହୁସଂଖ୍ୟାରେ ରାଜରାସ୍ତାକୁ ଓହ୍ଲାଇ ମାନବ ଶୃଙ୍ଖଳ ସୃଷ୍ଟି କରିଥିଲେ। ସେମାନେ କୋଲକାତାର ବହୁ ରାସ୍ତାକୁ ଅବରୋଧ କରିଥିଲେ। ବିକ୍ଷୋଭ ସ୍ଥଳରେ ନିୟୋଜିତ ଥିବା ପୋଲିସ ହାତରେ ଡାକ୍ତରମାନେ ରାଖୀ ବାନ୍ଧିଥିବାବେଳେ ଏହା ବଦଳରେ ସେମାନେ ଡାକ୍ତରଙ୍କୁ ଟଫି ଦେଇଥିଲେ।
ଅନ୍ୟପକ୍ଷରେ ଆନ୍ଦୋଳନରତ ଡାକ୍ତରମାନଙ୍କୁ ଟିଏମ୍‌ସି ଏମ୍‌ପି ଅରୂପ ଚକ୍ରବର୍ତ୍ତୀ ଧମକ ଦେଇଛନ୍ତି। ସେ ଡାକ୍ତରମାନଙ୍କୁ କହିଛନ୍ତି, ଆପଣମାନେ ଆନ୍ଦୋଳନ ନାଁରେ ଘରକୁ ଯାଆନ୍ତୁ କି ପୁରୁଷବନ୍ଧୁଙ୍କ ସହ ବୁଲନ୍ତୁ, ସେଥିରେ ଯାଏଆସେ ନାହିଁ। କିନ୍ତୁ ଯଦି ଜଣେ ରୋଗୀଙ୍କର ମୃତ୍ୟୁ ଘଟେ, ଏହା ପରେ ଯେଉଁ ଉତ୍ତେଜନା ସୃଷ୍ଟି ହେବ, ସେତେବେଳେ ଆପଣମାନଙ୍କୁ ସୁରକ୍ଷା ଦେବୁ ନାହିଁ ବୋଲି ବାଙ୍କୁରାଠାରେ ଏକ ରାଲିକୁ ସମ୍ବୋଧନ କରି ଚକ୍ରବର୍ତ୍ତୀ କହିଛନ୍ତି। ସେହିପରି ବରିଷ୍ଠ ଟିଏମ୍‌ସି ମନ୍ତ୍ରୀ ଉଦୟନ ଗୁହା ମଧ୍ୟ ଏକ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇ ବିବାଦ ମଧ୍ୟକୁ ଆସିଛନ୍ତି। ମହିଳା ଡାକ୍ତର ବଳାତ୍କାର ଓ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଯେଉଁମାନେ ଦୋଷ ଦେଉଛନ୍ତି ଓ ତାଙ୍କ ଇସ୍ତଫା ଦାବି କରୁଛନ୍ତି, ସେମାନଙ୍କ ଆଙ୍ଗୁଠି ଭାଙ୍ଗିଦିଆଯିବ ବୋଲି ଗୁହା କହିଛନ୍ତି। ତାଙ୍କର ଏହି ଧମକପୂର୍ଣ୍ଣ ଭିଡିଓ କ୍ଲିପ୍‌ ଭାଇରାଲ ହୋଇଛି।
ସୋମବାର ଡାକ୍ତରଙ୍କ ଆନ୍ଦୋଳନରେ ଆର୍‌.ଜି. କର ମେଡିକାଲ କଲେଜର ବହୁ ପୂର୍ବତନ ଛାତ୍ରୀଛାତ୍ର ଏବଂ ବରିଷ୍ଠ ଡାକ୍ତର ସାମିଲ ହୋଇ ମୃତା ଡାକ୍ତରଙ୍କ ପାଇଁ ନ୍ୟାୟ ଦାବି କରିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ୬୦ ଦଶକର ଛାତ୍ର ଥିଲେ। ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ପଶ୍ଚିମବଙ୍ଗରେ ସ୍ବାସ୍ଥ୍ୟସେବା ଗୁରୁତର ପ୍ରଭାବିତ ହୋଇଛି। ଆନ୍ଦୋଳନର ନେତୃତ୍ୱ ନେଉଥିବା କନିଷ୍ଠ ଡାକ୍ତରମାନେ ଅପରାଧୀଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ କାର୍ଯ୍ୟବନ୍ଦ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

ଛାତରୁ ଖସୁଛି କଂକ୍ରିଟ୍‌, ତଳେ ପଢ଼ୁଛନ୍ତି ପିଲା: ଶ୍ରେଣୀଗୃହରେ ଜମୁଛି ପାଣି

ଆନନ୍ଦପୁର,୨୬।୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପଞ୍ଚାୟତ ମନୋହରପୁର ଉଚ୍ଚ ବିଦ୍ୟାଳୟ ଅବହେଳିତ ହୋଇପଡ଼ିଛି। ଶ୍ରେଣୀଗୃହ ଭଗ୍ନ ଅବସ୍ଥାରେ ଥିବାବେଳେ ଛାତରୁ…

ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA; କୃତି ସାନନଙ୍କ ପୋଷାକକୁ ନେଇ ହଙ୍ଗାମା

ମୁମ୍ବାଇ,୨୬।୮: ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧ ମାତାପିତାଙ୍କ ପ୍ରତି ଅତ୍ୟାଚାର କରୁଥିବା ପିଲାମାନଙ୍କୁ ମିଳବ ନାହିଁ ସମ୍ପତ୍ତିରେ ଅଧିକାର

ଲକ୍ଷ୍ନୌ,୨୬।୮: ଉତ୍ତର ପ୍ରଦେଶରେ, ବୃଦ୍ଧ ମାତାପିତା ଏବେ ସେମାନଙ୍କୁ ଅବହେଳା କିମ୍ବା ଦୁର୍ବ୍ୟବହାର କରୁଥିବା ପିଲାମାନଙ୍କୁ ସହଜରେ ସମ୍ପତ୍ତିରୁ ବେଦଖଲ କରିପାରିବେ। ବରିଷ୍ଠ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ…

ବୟଫ୍ରେଣ୍ଡଙ୍କ କାର୍‌ରେ ୩୪୦୦ ଚୁମ୍ବନ ଦେଲେ ଗର୍ଲଫ୍ରେଣ୍ଡ: ଶେଷରେ ଭୋଗିବାକୁ ପଡ଼ିଲା…

ଗ୍ବାଲିୟର, ୨୬।୮:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ପ୍ରେମ ପ୍ରକାଶର ଏକ ଅଜବ ଉପାୟ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ବାଲିୟରରେ ଜଣେ ଯୁବତୀ ନିଜ ପ୍ରେମିକଙ୍କ…

ରକ୍ଷାବନ୍ଧନରେ ହେଉଛି ଅଦ୍ଭୁତ ତ୍ରିବେଣୀ ସଂଗମ: ଏହି ଶୁଭ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିଲେ ଚମକିବ ଭାଇଙ୍କ ଭାଗ୍ୟ!

ରକ୍ଷାବନ୍ଧନ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ। ଏହି ପର୍ବରେ ଯେତେବେଳେ ଶୁଭ ଯୋଗ ଗଠିତ ହୁଏ, ସେତେବେଳେ ଏହାର ମହତ୍ତ୍ୱ ଆହୁରି ବଢ଼ିଯାଏ। ଚଳିତ ବର୍ଷ ଅଗଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri