ଜ୍ୱାଇଁଙ୍କ ଛୁରା ମାଡ଼ରେ ଶ୍ୱଶୁର ଗୁରୁତର

ହିଞ୍ଜିଳିକାଟୁ,୧୩ା୬(ଡି.ଏନ୍‌.ଏ)-ହିଞ୍ଜିଳି ଥାନା ଗଣ୍ଡଳାରେ ସୋମବାର ଜ୍ୱାଇଁଙ୍କ ଛୁରା ମାଡ଼ରେ ଶ୍ୱଶୁର ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଆହତ ଶ୍ୱଶୁର ହେଲେ କଙ୍କୋରଡ଼ା ଗ୍ରାମର ସୀମାଞ୍ଚଳ ଦାସ। ସୀମାଞ୍ଚଳଙ୍କ ଝିଅ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମ ଟୁକୁନା ନାୟକଙ୍କୁ ବିବାହ କରିଥିଲେ। ଜ୍ୱାଇଁ ଓ ଝିଅଙ୍କ ମଧ୍ୟରେ ଉପୁଜିଥିବା ଗଣ୍ଡଗୋଳକୁ ସମାଧାନ ପାଇଁ ସୀମାଞ୍ଚଳ ଗଣ୍ଡଳା ଆସିଥିଲେ। ଜ୍ୱାଇଁ ଓ ଝିଅଙ୍କ ଗଣ୍ଡଗୋଳର ସମାଧାନ କରିବା ବେଳେ ଜ୍ୱାଇଁ ରାଗି ଯାଇ ଏକ ଛୁରୀରେ ଶ୍ୱଶୁରଙ୍କୁ ଭୁଷି ଦେଇଥିଲେ। ଗୁରୁତର ସୀମାଞ୍ଚଳଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବେଲଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ହିଞ୍ଜିଳି ଥାନାରେ ନଂ. ୨୮୭/୨୨ରେ ମାମଲା ରୁଜୁ ହୋଇଛି।