ବାପ-ଝିଅଙ୍କୁ ଚାପିଦେଲା ଟ୍ରକ୍‌

ଖମାର,୧୪ା୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ ୧୪୯ରେ ବାଇକ୍‌ ଉପରେ ଟ୍ରକ୍‌ ଚଢ଼ି ଯିବାରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଖମାର ଗ୍ରାମର ସୁନୀଲ କୁମାର ସାହୁ ଏବଂ ଝିଅ ସଙ୍ଗୀତା। ମୃତ ସୁନୀଲ କୁମାର ସାହୁ କଣିହାଁ ବ୍ଲକରେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ଝିଅ ସଙ୍ଗୀତା ସମନ୍ବିତ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ସକାଳୁ ସେମାନେ ନିଜ ଘରୁ କଣିହାଁ ଅଭିମୁଖେ ବାଇକ୍‌ ( ଓଡି ୦୬ ଡି ୮୭୦୨) ଯୋଗେ ଯାଉଥିବା ବେଳେ ତାଳଚେର ପଟୁ ଆସୁଥିବା ସିଜି ୦୬ ଜିକ୍ୟୁ ୭୭୪୪ ନମ୍ବର ବିଶିଷ୍ଟ ଟ୍ରକ୍‌ଟି ଧକ୍କା ଦେଇ ତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ବାପ-ଝିଅଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ୧୪୯କୁ ଅବରୋଧ କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ସହ ପୋଲିସ ମୁତୟନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri