ଆଜି ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ ତାଲା

ଅନୁଗୋଳ ଅଫିସ/ ବଇଣ୍ଡା/ ଛେଣ୍ଡିପଦା,୨୬।୨(ଡି.ଏନ.ଏ.)- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ୨୬ ତାରିଖଠାରୁ ଆରମ୍ଭ ହେବ। ୨୮ ତାରିଖ ଯାଏ ଏହା ଚାଲିବାକୁ ଥିବାବେଳେ ଅନୁଗୋଳ ଜିଲାର ୮ ବ୍ଲକରେ ଉତ୍ସାହ ଦେଖାଦେଇଛି। ଭୋଟ ବାକ୍ସରେ ସିଲ୍‌ ହୋଇ ରହିଥିବା ପ୍ରାର୍ଥୀମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଥିବାରୁ ଜିଲା ପରିଷଦଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରାର୍ଥୀମାନଙ୍କ ମନ ଅଥୟ ହୋଇଯାଉଛି। ପ୍ରଥମ ଦିନରେ ଜିଲାର ମୋଟ୍‌ ୨୮ଟି ଜୋନ୍‌ ମଧ୍ୟରୁ ୮ଟି ଜୋନ୍‌ ଓ ଏହା ଅଧୀନ ପଞ୍ଚାୟତଗୁଡ଼ିକର ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି।
ସକାଳ ୮ଟାରୁ ଏହି ଭୋଟ ଗଣତି ଆରମ୍ଭ ହେବ। ଅନୁଗୋଳ ବ୍ଲକ ପାଇଁ ଷ୍ଟ୍ରଙ୍ଗ୍‌ ରୁମ୍‌ କରାଯାଇଥିବା ପିଟିସି ହାଇସ୍କୁଲରେ ଏଥିପାଇଁ କାଉଣ୍ଟିଂ ହଲ୍‌ ପ୍ରସ୍ତୁତ ହୋଇ ରହିଛି। ଏଠାରେ ଅନୁଗୋଳ ବ୍ଲକରେ ଥିବା ୧ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ ପଞ୍ଚାୟତଗୁଡ଼ିକର ଭୋଟ ଗଣତି କରାଯିବ। ସେହିପରି ଆଠମଲ୍ଲିକ ବ୍ଲକ୍‌ରେ ଥିବା ୫ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ କମ୍ପଲା, କନ୍ଧପଡା, କିଆକଟା, କୁଦଗାଁ, ଲୁଣହାଣ୍ଡି, ମାଧପୁର, ପୁରୁଣାମାଣତ୍ରୀ, ଟୁସର ଓ ବାସୁଦେବପୁର ପଞ୍ଚାୟତର ଭୋଟ ଗଣତି ଷ୍ଟ୍ରଙ୍ଗ୍‌ ରୁମ୍‌ ହୋଇଥିବା ଆଠମଲ୍ଲିକ କଲେଜଠାରେ କରାଯିବ। କଣିହଁା ବ୍ଲକରେ ଥିବା ୮ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ ପଞ୍ଚାୟତଗୁଡ଼ିକର ଭୋଟ ଗଣତି ଷ୍ଟ୍ରଙ୍ଗ୍‌ ରୁମ୍‌ ହୋଇଥିବା ବ୍ଲକ କାର୍ଯ୍ୟାଳୟ ପରିସରରେ କରାଯିବ। କିଶୋରନଗର ବ୍ଲକରେ ଥିବା ୧୧ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ ଧଉରାପାଲି, ବାମୁର, ରଣିଆକଟା, ଜଏରାଟ, ହିମିତିରା, କଦଳୀମୁଣ୍ଡା ଓ ଓସ୍କାପାଲି ପଞ୍ଚାୟତର ଭୋଟ ଗଣତି ଷ୍ଟ୍ରଙ୍ଗ୍‌ ରୁମ୍‌ ହୋଇଥିବା କିଶୋରନଗର କଲେଜଠାରେ କରାଯିବ। ଛେଣ୍ଡିପଦା ବ୍ଲକ୍‌ରେ ଥିବା ୧୪ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ ବାଗଡିଆ, ବରସାହି, ନୂଆଗାଁ, କଣଲୋଇ, ପାଟକୁମୁଣ୍ଡା, ପାତ୍ରପଡା ଓ ଟଙ୍ଗିରୀ ପଞ୍ଚାୟତର ଭୋଟ ଗଣତି ଷ୍ଟ୍ରଙ୍ଗ୍‌ ରୁମ୍‌ ହୋଇଥିବା ବାପୁଜୀ କଲେଜଠାରେ ହେବ। ତାଳଚେର ବ୍ଲକରେ ଥିବା ୧୮ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ ପଞ୍ଚାୟତଗୁଡ଼ିକର ଭୋଟ ଗଣତି ଷ୍ଟ୍ରଙ୍ଗ୍‌ ରୁମ୍‌ ହୋଇଥିବା ବ୍ଲକ କାର୍ଯ୍ୟାଳୟରେ କରାଯିବ। ପାଲଲହଡ଼ା ବ୍ଲକରେ ଥିବା ୨୨ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ ପଞ୍ଚାୟତଗୁଡ଼ିକର ଭୋଟ ଗଣତି ଷ୍ଟ୍ରଙ୍ଗ୍‌ ରୁମ୍‌ ହୋଇଥିବା ମହତାବ ହାଇସ୍କୁଲ ପରିସରରେ ହେବ। ବଅଁରପାଳ ବ୍ଲକରେ ଥିବା ୨୫ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ ପଞ୍ଚାୟତଗୁଡ଼ିକର ଭୋଟ ଗଣତି ଷ୍ଟ୍ରଙ୍ଗ୍‌ ରୁମ୍‌ ହୋଇଥିବା ବ୍ଲକ କାର୍ଯ୍ୟାଳୟ ପରିସରରେ ହେବ। ପ୍ରଥମେ ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଶେଷରେ ଜିଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା କରାଯିବ। ଏଥିପାଇଁ ଜିଲାରେ ମୋଟ୍‌ ୬ଶହ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ୨ ଦିନ ଧରି ଟ୍ରେନିଂ ମଧ୍ୟ ଦିଆଯାଇସାରିଛି। ପ୍ରତି କାଉଣ୍ଟିଂ ହଲ୍‌ରେ ୧୦ଟି ଲେଖାଏ ଟେବୁଲ ବ୍ୟବସ୍ଥା କରାଯାଇଛି। ଜଣେ କାଉଣ୍ଟିଂ ସୁପରଭାଇଜର, ୨ଜଣ ସହଯୋଗୀ କାଉଣ୍ଟିଂ ସୁପରଭାଇଜର, ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଓ ଜଣେ ଲେଖାଏ ଗେଜେଟେଡ୍‌ ଅଫିସର ପ୍ରତି ଟେବୁଲ ଦାୟିତ୍ୱରେ ରହିବେ। ସେହିପରି ପ୍ରାର୍ଥୀମାନଙ୍କ ଜଣେ ଲେଖାଏ ଏଜେଣ୍ଟ ମଧ୍ୟ ହଲ୍‌ ମଧ୍ୟରେ ଉପସ୍ଥିତ ରହିବେ। ସୁରକ୍ଷା ବ୍ୟବସ୍ଥା ପାଇଁ ଜିଲାରେ ମୋଟ୍‌ ୧୬୦ ପୋଲିସ ଅଫିସର ଓ ୧୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପ୍ରତି କାଉଣ୍ଟିଂ ସେଣ୍ଟର ସୁରକ୍ଷାରେ ୨୦ ଜଣ ପୋଲିସ ଅଫିସର, ୨ ପ୍ଲାଟୁନ ଫୋର୍ସ ରହିବେ। ଏସ୍‌ଡିପିଓ ତଥା ଡିଏସ୍‌ପି ସ୍ତରୀୟ ଅଧିକାରୀ ତଦାରଖ କରିବେ। ମୋବାଇଲ୍‌ ସ୍କ୍ବାଡ୍‌ ଉକ୍ତ ଅଞ୍ଚଳରେ ପଇଁତରା ମାରିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଫଟୋ- ଅନୁଗୋଳ ବ୍ଲକ ପିଟିସି ହାଇସ୍କୁଲଠାରେ ଭୋଟ ଗଣତି ପାଇଁ ଟେବୁଲ ପ୍ରସ୍ତୁତ।

 


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri