ବଦଳୁନି ଶିଶୁ ଶ୍ରମିକଙ୍କ ଭାଗ୍ୟ: ବନ୍ଧାପଡ଼ିଛି ଆଇନ

ବାଲିମେଳା,୧୬।୭(ଶିବଦତ୍ତ ସାହୁ )ମାଲକାନଗିରି ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିଶୁ ଶ୍ରମିକ ଉଛେଦ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହେଲେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରୁ ନାହିଁ। ଏବେ ବି ବିଭିନ୍ନ ହୋଟେଲ, ଗ୍ୟାରେଜ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ଏବଂ ଛୋଟ ପିଲାମାନଙ୍କୁ ବିଭିନ୍ନ ସ୍ଥାନରେ କାମରେ ଲଗାଯାଉଛ। ଗୋଟିଏ ପଟେ କର୍ମ ନିୟୋଜନ ଓ ସଚେତନତାର ଅଭାବ, ଅନ୍ୟପଟେ ପରିବାର ଆର୍ଥିକ ସ୍ଥିତିର ବୋଝ ଯୋଗୁ ସେମାଙ୍କର ପିଲାଙ୍କୁ ଛୋଟ ବୟସରେ କାମରେ ଲଗାଉଛନ୍ତ। ଏହାର ସୁଯୋଗରେ ଶିଶୁ ସୁରକ୍ଷା ଆଇନ ଆଖିରେ ଧୂଳିଦେଇ ମୁଷ୍ଟିମେୟ ଲୋକେ କୋମଳମତି ଶିଶୁଙ୍କୁ କର୍ମ କ୍ଷେତ୍ରରେ ବ୍ୟବହାର କରୁଛନ୍ତି। କେତେକ କ୍ଷେତ୍ରରେ ଏଭଳି ବେଆଇନ କାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କ ଜାଣତରେ ହେଉଥିବା ଅଭିଯୋଗ ହେଉଛି। ଶିଶୁମାନଙ୍କୁ କାର୍ଯ୍ୟରେ ଲଗାଇଥିବା ମାଲିକମାନଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଜଣା ପଡୁନାହିଁ। କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ସହ ଭାଗିତାରେ ଅନେକ ଯୋଜନା ପ୍ରଣୟନ କରାଯାଇଛି । ଶିଶୁ ମାନଙ୍କୁ ଚି଼ହ୍ନଟ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏହାର ମୂଳ ଲକ୍ଷ୍ୟ ମୁଖ୍ୟତଃ ଛୋଟ ପିଲାଙ୍କୁ ଶିକ୍ଷାଦାନ କରିବା, ମାଗଣା ପାଠ୍ୟ ପୁସ୍ତକ ଉପକରଣ ସହ ସେମାନଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ କରିବା ଆଦି ଅନେକ ଯୋଜନା ରହିଛି। ହେଲେ ଏହା ଏବେ ସ୍ଥାଣୁ ପାଲଟୁଛି । ଶ୍ରମ ବିଭାଗର ଦୂର ଦୃଷ୍ଟିର ଅଭାବରୁ ଶିଶୁ ଶ୍ରମିକଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ସରକାରଙ୍କ ଅନ୍ୟ ବହୁମୁଖୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚି ପାରୁ ନ ଥିବାରୁ ପରିବାରର ଆର୍ଥିକ ସ୍ଥିତି ସୁଧୁରି ପାରୁନାହିଁ। ଫକରେ ମୁଖ୍ୟସ୍ରୋତାକୁ ଫେରିଥିବା ପିଲାଙ୍କୁ ପରିବାର ଲୋକେ ପୁଣିଥରେ କାମ କରିବାକୁ ଛାଡି ଦେଉଛନ୍ତି।
ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ ଶିଶୁମାନେ, ଗୋରୁ ଚରାଇବା, ଜଙ୍ଗଳରୁ କାଠ ଆଣିବା,ହୋଟେଲରେ ବାସନ ମାଜିବା,ବିଭିନ୍ନ ଦୋକାନ ଆଉ ଗ୍ୟାରେଜରେ କାମ କରିବା, ଠିକାଦାରଙ୍କ ନିକଟରେ ମୂଲ ଲାଗିବା ଭଳି କାର୍ଯ୍ୟ କରୁଥିବା ଦେଖିଲେ ଜିଲାର ଶିଶୁ ଶ୍ରମିକଙ୍କ ସାଙ୍ଘାତିକ ସ୍ଥିତି ବିଷୟରେ ଜଣା ପଡେ। ଏ ସମ୍ପର୍କରେ ଜିଲା ସହକାରୀ ଶ୍ରମ ଅଧିକାରୀ ବିଶ୍ୱ ରଞ୍ଜନ କଅଁରଙ୍କୁ ପଚାରିବାରୁ ଶିଶୁ ଶ୍ରମିକ ପ୍ରଥକୁ ବନ୍ଦ କରିବା ପାଇଁ ବିଭିନ୍ନ ସମୟରେ ଜିଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରହିଛି। ଆଗାମୀ ଦିନରେ ଆହୁରି ଚଢ଼ାଉ କରଯିବ ା ଆଇନ ଉଲ୍ଲଂଘଂନ କରି ଶିଶୁମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସହକାରୀ ଶ୍ରମ ଅଧିକାରୀ କଅଁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri