Posted inଜାତୀୟ

ଅଦାଲତଙ୍କ ନିଷ୍ପତ୍ତି ଉପରେ ଝୁଲୁଛି ବାଇଜୁସ୍‌ ଷ୍ଟାର୍ଟଅପ୍‌ର ଭାଗ୍ୟ

ନୂଆଦିଲ୍ଲୀ,୩୦ା୭:ଶିକ୍ଷକରୁ ବିଲିୟନେୟାର ଷ୍ଟାର୍ଟଅପ୍‌ର ମାଲିକ ହୋଇଥିବା ଭାରତୀୟ ମ୍ୟାଥ୍‌ମେଟିକ୍ସ ଓ୍ବିଜ୍‌ ବାଇଜୁ ରବୀନ୍ଦ୍ରନ୍‌ଙ୍କ ଶିକ୍ଷା-ପ୍ରଯୁକ୍ତି କମ୍ପାନୀ ଚଳିତବର୍ଷ ଭୁଶୁଡ଼ି ପଡ଼ିଛି। ଫଳରେ ବାଇଜୁ ସବୁଠୁ ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ନାମରେ ପରିଚିତ ହୋଇଥିବା ବାଇଜୁସ୍‌ ଅନ୍‌ଲାଇନ କୋଚିଂ ଫାର୍ମର ଭବିଷ୍ୟତ ଅଦାଲତଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଏକଦା ଭାରତର ସର୍ବବୃହତ୍‌ ଷ୍ଟାର୍ଟଅପ୍‌ର ପରିଚୟ ଲାଭ କରିଥିବା ବାଇଜୁସ୍‌ କୋଚିଂ ଫାର୍ମରେ ବିଦେଶୀ ନିବେଶକମାନେ ପୁଞ୍ଜିନିବେଶ କରିବାକୁ ଖୁବ୍‌ ଆଗ୍ରହୀ ଥିଲେ। ୨୨ ବିଲିୟନ ଡଲାର ଷ୍ଟାର୍ଟଅପ୍‌ରେ ପରିଣତ ହୋଇଥିବା ଉକ୍ତ କୋଚିଂ ସଂସ୍ଥା ଏବେ ୨ ବିଲିୟନ ଡଲାରକୁ ଖସିଆସିଛି। ଏକ ଟ୍ରିବ୍ୟୁନାଲ ଏହା ବିରୋଧରେ ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟା ଆରମ୍ଭ କରିବା ଫଳରେ ୬୬ ବର୍ଷୀୟ ବାଇଜୁ କମ୍ପାନୀ ଉପରୁ ନିୟନ୍ତ୍ରଣ ହରାଇଛନ୍ତି।
ଭାରତୀୟ କ୍ରିକେଟ ଫେଡେରେଶନକୁ ୧୯ ନିୟୁତ ଡଲାର ସ୍ପୋନ୍‌ସରଶିପ୍‌ ଦେୟ ପୈଠ କରି ନ ପାରିବାରୁ ଟ୍ରିବ୍ୟୁନାଲ ଏହାର ବୋର୍ଡକୁ ନିଲମ୍ବିତ କରିବା ସହ ଅଦାଲତଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟିକୁ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟା ରଦ୍ଦ ହେବ କି ନାହିଁ ଏହା ଉପରେ ଟ୍ରିବ୍ୟୁନାଲ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବ। କମ୍ପାନୀ ନିଜକୁ ଟିକସ ପ୍ରଦାନକ୍ଷମ ବୋଲି ଯୁକ୍ତି ବାଢ଼ିଛି। ଇନ୍‌ସଲ୍‌ଭେନ୍ସି ଏହାକୁ ତଳିତଳାନ୍ତ କରିଦେବା ସହ ଶିକ୍ଷକଙ୍କ ସମେତ ୨୭,୦୦୦ କର୍ମଚାରୀ ନିଯୁକ୍ତି ହରାଇବେ ବୋଲି କମ୍ପାନୀ ଦର୍ଶାଇଛି।
ସୂଚନାଯୋଗ୍ୟ, ବାଇଜୁସ୍‌ କମ୍ପାନୀ ଋଣ ପରିଶୋଧ କରୁ ନ ଥିବା ଏବଂ ବିଦେଶୀ ନିବେଶକଙ୍କ ସହ ବିବାଦ ଘଟଣା ପଦାକୁ ଆସିବା ପରେ ଏହା ମକଦ୍ଦମାର ସମ୍ମୁଖୀନ ହୋଇଥିଲା। ତେବେ କମ୍ପାନୀ ପକ୍ଷରୁ କୌଣସି ଭୁଲ୍‌ କରାଯାଇ ନ ଥିବା ଏବଂ ପରିଚାଳନାଗତ ତ୍ରୁଟି ନ ଥିବା ରବୀନ୍ଦ୍ରନ କହିଛନ୍ତି। କମ୍ପାନୀରେ ବିଶ୍ୱାସର ଅଭାବ ଥିଲା ବୋଲି ଗତବର୍ଷ ବାଇଜୁସ୍‌ ଛାଡ଼ିଥିବା ଜଣେ ବରିଷ୍ଠ ଉପାଧ୍ୟକ୍ଷ କହିଛନ୍ତି। ରବୀନ୍ଦ୍ରନ ୨୦୧୧ରେ କୋଚିଂ ସେଣ୍ଟର ଆରମ୍ଭ କରିଥିଲେ। ପରେ ଏହା ଅନ୍‌ଲାଇନ୍‌ କୋଚିଂ ଫାର୍ମରେ ପରିଣତ ହୋଇ ସାରା ଦେଶରେ ଖ୍ୟାତି ଅର୍ଜନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri