Posted inଜାତୀୟ

ଅଦାଲତଙ୍କ ନିଷ୍ପତ୍ତି ଉପରେ ଝୁଲୁଛି ବାଇଜୁସ୍‌ ଷ୍ଟାର୍ଟଅପ୍‌ର ଭାଗ୍ୟ

ନୂଆଦିଲ୍ଲୀ,୩୦ା୭:ଶିକ୍ଷକରୁ ବିଲିୟନେୟାର ଷ୍ଟାର୍ଟଅପ୍‌ର ମାଲିକ ହୋଇଥିବା ଭାରତୀୟ ମ୍ୟାଥ୍‌ମେଟିକ୍ସ ଓ୍ବିଜ୍‌ ବାଇଜୁ ରବୀନ୍ଦ୍ରନ୍‌ଙ୍କ ଶିକ୍ଷା-ପ୍ରଯୁକ୍ତି କମ୍ପାନୀ ଚଳିତବର୍ଷ ଭୁଶୁଡ଼ି ପଡ଼ିଛି। ଫଳରେ ବାଇଜୁ ସବୁଠୁ ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ନାମରେ ପରିଚିତ ହୋଇଥିବା ବାଇଜୁସ୍‌ ଅନ୍‌ଲାଇନ କୋଚିଂ ଫାର୍ମର ଭବିଷ୍ୟତ ଅଦାଲତଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଏକଦା ଭାରତର ସର୍ବବୃହତ୍‌ ଷ୍ଟାର୍ଟଅପ୍‌ର ପରିଚୟ ଲାଭ କରିଥିବା ବାଇଜୁସ୍‌ କୋଚିଂ ଫାର୍ମରେ ବିଦେଶୀ ନିବେଶକମାନେ ପୁଞ୍ଜିନିବେଶ କରିବାକୁ ଖୁବ୍‌ ଆଗ୍ରହୀ ଥିଲେ। ୨୨ ବିଲିୟନ ଡଲାର ଷ୍ଟାର୍ଟଅପ୍‌ରେ ପରିଣତ ହୋଇଥିବା ଉକ୍ତ କୋଚିଂ ସଂସ୍ଥା ଏବେ ୨ ବିଲିୟନ ଡଲାରକୁ ଖସିଆସିଛି। ଏକ ଟ୍ରିବ୍ୟୁନାଲ ଏହା ବିରୋଧରେ ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟା ଆରମ୍ଭ କରିବା ଫଳରେ ୬୬ ବର୍ଷୀୟ ବାଇଜୁ କମ୍ପାନୀ ଉପରୁ ନିୟନ୍ତ୍ରଣ ହରାଇଛନ୍ତି।
ଭାରତୀୟ କ୍ରିକେଟ ଫେଡେରେଶନକୁ ୧୯ ନିୟୁତ ଡଲାର ସ୍ପୋନ୍‌ସରଶିପ୍‌ ଦେୟ ପୈଠ କରି ନ ପାରିବାରୁ ଟ୍ରିବ୍ୟୁନାଲ ଏହାର ବୋର୍ଡକୁ ନିଲମ୍ବିତ କରିବା ସହ ଅଦାଲତଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟିକୁ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟା ରଦ୍ଦ ହେବ କି ନାହିଁ ଏହା ଉପରେ ଟ୍ରିବ୍ୟୁନାଲ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବ। କମ୍ପାନୀ ନିଜକୁ ଟିକସ ପ୍ରଦାନକ୍ଷମ ବୋଲି ଯୁକ୍ତି ବାଢ଼ିଛି। ଇନ୍‌ସଲ୍‌ଭେନ୍ସି ଏହାକୁ ତଳିତଳାନ୍ତ କରିଦେବା ସହ ଶିକ୍ଷକଙ୍କ ସମେତ ୨୭,୦୦୦ କର୍ମଚାରୀ ନିଯୁକ୍ତି ହରାଇବେ ବୋଲି କମ୍ପାନୀ ଦର୍ଶାଇଛି।
ସୂଚନାଯୋଗ୍ୟ, ବାଇଜୁସ୍‌ କମ୍ପାନୀ ଋଣ ପରିଶୋଧ କରୁ ନ ଥିବା ଏବଂ ବିଦେଶୀ ନିବେଶକଙ୍କ ସହ ବିବାଦ ଘଟଣା ପଦାକୁ ଆସିବା ପରେ ଏହା ମକଦ୍ଦମାର ସମ୍ମୁଖୀନ ହୋଇଥିଲା। ତେବେ କମ୍ପାନୀ ପକ୍ଷରୁ କୌଣସି ଭୁଲ୍‌ କରାଯାଇ ନ ଥିବା ଏବଂ ପରିଚାଳନାଗତ ତ୍ରୁଟି ନ ଥିବା ରବୀନ୍ଦ୍ରନ କହିଛନ୍ତି। କମ୍ପାନୀରେ ବିଶ୍ୱାସର ଅଭାବ ଥିଲା ବୋଲି ଗତବର୍ଷ ବାଇଜୁସ୍‌ ଛାଡ଼ିଥିବା ଜଣେ ବରିଷ୍ଠ ଉପାଧ୍ୟକ୍ଷ କହିଛନ୍ତି। ରବୀନ୍ଦ୍ରନ ୨୦୧୧ରେ କୋଚିଂ ସେଣ୍ଟର ଆରମ୍ଭ କରିଥିଲେ। ପରେ ଏହା ଅନ୍‌ଲାଇନ୍‌ କୋଚିଂ ଫାର୍ମରେ ପରିଣତ ହୋଇ ସାରା ଦେଶରେ ଖ୍ୟାତି ଅର୍ଜନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri