ଝୁଲି ରହିଛି ୨ ଅଭିନେତାଙ୍କ ଭାଗ୍ୟ

କଟକ,୨୨ା୪(ଶିଳ୍ପା ପ୍ରିୟଦର୍ଶିନୀ):ବିଜେଡି ଛାଡି ଭାଜପାରେ ଅଭିନେତା ଅରିନ୍ଦମ ରାଏ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ ଓ ଅନୁଭବ ମହାନ୍ତି ଯୋଗଦେଇଛନ୍ତି। ବିଜେଡି ଦଳ ଛାଡିବାରେ ସର୍ବପ୍ରଥମେ ରହିଛନ୍ତି ଅଭିନେତା ଅରିନ୍ଦମ। ଗତ ମାର୍ଚ୍ଚ ୧୫ରେ ଅରିନ୍ଦମ ବିଜେଡି ଛାଡି ଭାଜପାରେ ଯୋଗଦେଇଥିଲେ। ତାଙ୍କ ପରେ ସିଦ୍ଧାନ୍ତ ବିଜେଡିରୁ ଇସ୍ତଫା ଦେଇ ମାର୍ଚ୍ଚ ୨୮ରେ ନୂଆଦିଲୀସ୍ଥିତ କାର୍ଯ୍ୟାଳୟରେ ଭାଜପାରେ ସାମିଲ ହୋଇଥିଲେ। ମାର୍ଚ୍ଚ ୩୦ରେ ଆକାଶ ଏବଂ ପରେ କେନ୍ଦ୍ରାପଡା ଏମ୍‌ପି ଅନୁଭବ ଦଳରୁ ଇସ୍ତଫା ଦେଇଥିଲେ। ମାର୍ଚ୍ଚ ୩୧ରେ ରାଜ୍ୟ କାର୍ଯ୍ୟାଳୟରେ ଆକାଶ ଭାଜପାରେ ଯୋଗଦେଇଥିଲେ ଏବଂ ଏପ୍ରିଲ ୧ ତାରିଖରେ ଅନୁଭବ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ଯୋଗଦେଇଥିଲେ। ବିଜେଡି ଛାଡି ଭାଜପାରେ ଯୋଗ ଦେବାର କିଛି ଦିନ ମଧ୍ୟରେ ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଅଭିନେତା ସିଦ୍ଧାନ୍ତଙ୍କୁ ଦିଗପହଣ୍ଡି ଓ ଆକାଶଙ୍କୁ କୋରେଇ ନିର୍ବାଚନ ମଣ୍ଡଳୀରୁ ଭାଜପା ପ୍ରାର୍ଥୀ କରିଛି। ସେହିପରି ବିଜେଡିରେ ଗତ ୧୮ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯୋଗଦେଇଥିଲେ। ପରେ ଦଳ ତାଙ୍କୁ ବଡଚଣା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି। ତେବେ ଚଳିତ ନିର୍ବାଚନରେ ସିନେ ତାରକାଙ୍କ ନିର୍ବାଚନ ଲଢ଼େଇ ଦେଖିବାକୁ ମିଳିବା ସହ କେଉଁ ଅଭିନେତ୍ରୀ ଓ ଅଭିନେତା କ’ଣ ରଣନୀତି ଆପଣାଇବେ ତାହାକୁ ନେଇ ଲୋକେ ଆଲୋଚନା ଆରମ୍ଭ କରି ସାରିଛନ୍ତି। ହେଲେ ଭାଜପାରେ ଯୋଗଦେବାର ଏକ ମାସରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଏବେ ଯାଏଁ ଝୁଲି ରହିଛନ୍ତି ଅରିନ୍ଦମ ରାଏଙ୍କ ଭାଗ୍ୟ। ସେହିପରି ଅନୁଭବ ୧୫ ଦିନରୁ ଅଧିକ ସମୟ ହେବ ଦଳରେ ଯୋଗଦେଇଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେବା ନେଇ ଝୁଲେଇ ରଖିଛି। କିଛିଦିନ ତଳେ ଅରିନ୍ଦମ ସାଲେପୁର ନିର୍ବାଚନ ମଣ୍ଡଳୀର ଚା’ ଖଟିରେ ଯୋଗଦେବା ସହ ସେଠାରେ ଭୋଟରଙ୍କ ନିକଟତର ହେବାର ଫଟୋ ଭାଇରାଲ ହୋଇଥିଲା। ଏପରି କି ଅରିନ୍ଦମଙ୍କୁ ଦଳ ସାଲେପୁରରୁ ଟିକେଟ ଦେବ ବୋଲି ଲୋକ ଟୁପୁରୁଟାପୁରୁ ହେବା ଆରମ୍ଭ କରିଛନ୍ତି। ହେଲେ ଭାଜପାରେ ଯୋଗଦେବା ପରେ ସେ କୌଣସି ଦଳୀୟ କାର୍ଯ୍ୟରେ ସକ୍ରିୟ ନାହାନ୍ତି। ତେବେ ଭାଜପାର ବାରବାଟୀ-କଟକ ଓ ସାଲେପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଥିବାବେଳେ ଉଭୟ ଅଭିନେତା ଦୁଇଟି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏନେଇ ଅରିନ୍ଦମ କହିଛନ୍ତି, ଆଶାବାଦୀ ନୁହେଁ ଦଳରେ ଯୋଗଦେଇଛି ଲୋକଙ୍କ ପାଇଁ କାମ କରିବାକୁ। କାମ ଜାରି ରଖିବି ଏବଂ ତା’ର ଫଳ ନିଶ୍ଚିତ ମିଳିବ। ଦଳ ଯାହା ନିଷ୍ପତ୍ତି ନେବ ସେଥିପାଇଁ ମୁଁ ପ୍ରସ୍ତୁତ ରହିଛି। ଅପରପକ୍ଷରେ ଅନୁଭବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri