ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ ବରଂ ଅନ୍ୟର ପରମାଣୁ ଶକ୍ତିକୁ ପ୍ରତିହତ କରିବା। ଇରାକ୍‌ଠାରୁ ଲିବ୍ୟା ପରେ ଏବେ ଇରାନ୍‌ର ପାଳି। ତେବେ ପାଶ୍ଚାତ୍ୟ ଦେଶଗୁଡିକର ପ୍ରଧାନ ନିୟମ ହେଉଛି ନିଜେ ଏକାକୀ ହେଉ କିମ୍ବା କେବେ ସଙ୍ଗଠିତ ଭାବରେ ହେଉ ସମସ୍ତ ଶକ୍ତି ଖଟାଇ ପଶ୍ଚିମ ଏସିଆରେ କାହାକୁ କେବେ ହେଲେ ପରମାଣୁ ଶକ୍ତିରେ ବଳୀୟାନ ହେବାକୁ ଦେବେ ନାହିଁ। ସମୟାନୁକ୍ରମେ ଏହି ଲକ୍ଷ୍ୟ ଏବଂ ଆଭିମୁଖ୍ୟ ବଦଳିନାହିଁ ବରଂ ଏଥିରୁ ଆକ୍ରମଣକାରୀମାନେ ବେଶ୍‌ ଶିକ୍ଷା ପାଇଛନ୍ତି ଯାହା ଇତିହାସରୁ ସୁସ୍ପଷ୍ଟ। ତଥାପି ନିଜେ ଖଣ୍ଡିଆ ଖାବରା ହେଲେ ମଧ୍ୟ ବାହୁସ୍ଫୋଟ ମାରିବାରେ ଆଦୌ ହେଳା କରୁ ନାହିଁ ପାଶ୍ଚାତ୍ୟ ଶକ୍ତି।
କେତେଗୁଡ଼ିଏ ଉଦାହରଣ ଦେବା ପ୍ରାସଙ୍ଗିକ ମନେହୁଏ। ୧୯୮୧ର ଇସ୍ରାଏଲ ଏବଂ ଇରାକ୍‌ ଯୁଦ୍ଧ କଥା ମନେପକାନ୍ତୁ। ଇସ୍ରାଏଲର ପ୍ରଥମ ଭୟଙ୍କର ମାରଣାସ୍ତ୍ର ଆକ୍ରମଣ ଥିଲା ସଦ୍ଦାମ ହୁସେନଙ୍କ ‘ଓଶିରାକ’ ପରମାଣୁ ଶକ୍ତି ଉତ୍ପାଦନ କେନ୍ଦ୍ର ଉପରେ ।
ଯୁଦ୍ଧର ଅବସାନ ପରେ ଜାତିସଂଘର ପର୍ଯ୍ୟବେକ୍ଷକମାନେ କେବଳ ସେହି ଶକ୍ତି ଉତ୍ପାଦନ କେନ୍ଦ୍ର ଧ୍ୱଂସାବଶେଷର କିୟଦଂଶ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲେ। ଏଥିରୁ ଜଣାପଡେ ଯେ ପଶ୍ଚିମ ଏସିଆରେ ପରମାଣୁ ଶକ୍ତିରେ ଶକ୍ତିଶାଳୀ ହେବାର ଦୁର୍ବାର ଆଶା ଏବଂ ଇଚ୍ଛାକୁ ବଳ ପ୍ରୟୋଗ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ।
ଏ ପ୍ରକାରର ଦାବିକୁ ସାକାର ରୂପ ପ୍ରଦାନ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଇରାକ୍‌କୁ ସମୂହ ବିନାଶ ଅସ୍ତ୍ର ଏବଂ ଗ୍ୟାସ୍‌ ହାସଲ କରିଥିବା ଅଭିଯୋଗରେ ଭୟଙ୍କର ଆକ୍ରମଣ କରିଥିଲା, କିନ୍ତୁ ଅଭିଯୋଗର ସତ୍ୟତା ପ୍ରତିପାଦନ ହେଲା ନାହିଁ। ପରିଶେଷରେ ୧୯୯୦ରେ ଆମେରିକା ଦ୍ୱାରା ଇରାକ୍‌ର ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କୁ ହତ୍ୟା କରାଯାଇଥିଲା, ଯାହା ଆଜି ମଧ୍ୟ ବିସ୍ମୟକର ହୋଇରହିଛି।
ପରେ ପରେ ଲିବ୍ୟାର ଶାସକ ମୁଆମାର ଗଦ୍ଦାଫି ଯେ କି ଚୋରାରେ ପାକିସ୍ତାନର ପରମାଣୁ ଜନକ ଅବଦୁଲ କାଦିର ଖାଁଙ୍କ ସହାୟତାରେ ପରମାଣୁ ସମୃଦ୍ଧୀକରଣ ନିମନ୍ତେ ଚେଷ୍ଟା କରୁଥିବାରୁ ତାଙ୍କୁ ମଧ୍ୟ ଆମେରିକା ଓ ତାହାର ମିତ୍ରଦେଶଗୁଡ଼ିକ ନିହତ କରିଥିଲେ। ପାକିସ୍ତାନର ବିଜ୍ଞାନୀ ନିଜ ଦେଶରେ ପରମାଣୁ ଶକ୍ତି ସମୃଦ୍ଧୀକରଣ କରି ପରମାଣୁ ବୋମା ଖୁବ୍‌ ଲୁକ୍କାୟିତ ଭାବରେ ଆରମ୍ଭ କରିଥିଲେ। ସେ ମଧ୍ୟ ପରମାଣୁ ସମୃଦ୍ଧୀକରଣ ନିମନ୍ତେ ଆବଶ୍ୟକ ଯନ୍ତ୍ରାଂଶ ଗୋପନରେ ଇରାନ୍‌, ଲିବ୍ୟା ଏବଂ ଇରାକ୍‌କୁ ପ୍ରଦାନ କରିଥିଲେ। ଇରାକ୍‌ ଆକ୍ରମଣ ବର୍ଷ ଲିବ୍ୟା ବାଧ୍ୟ ହୋଇ ଏହାର ପରମାଣୁ ସମୃଦ୍ଧି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଏହାକୁ ଅନ୍ତର୍ଜାତୀୟ ପରମାଣୁ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ପରୀକ୍ଷଣ କରିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲା।
୨୦୦୪ରେ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା ଅଧିକାରୀଙ୍କ ସହ ଆମେରିକା ଏବଂ ବ୍ରିଟେନର ମିଳିତ ପର୍ଯ୍ୟବେକ୍ଷଣରୁ ଜଣାଗଲା ଯେ ଲିବ୍ୟାରେ ପରମାଣୁ ସମୃଦ୍ଧି କାର୍ଯ୍ୟକ୍ରମ ପ୍ରାଥମିକ ସ୍ତରରେ ଏବଂ ପାକିସ୍ତାନ ବିଜ୍ଞାନୀ କାଦିରଙ୍କ ସହାୟତାରେ ‘ତାଜୋରା’ଠାରେ ଗୋପନରେ ଆରମ୍ଭ କରାଯାଇଛି । କିନ୍ତୁ ଏହାକୁ ନେଇ ଅନୁସନ୍ଧାନକାରୀମାନେ ସେମାନଙ୍କର ଅନୁସନ୍ଧାନ ସଫଳ ହୋଇଛି ବୋଲି ମତ ପ୍ରକାଶ କରିଥିଲେ। ଅର୍ଥାତ ଏହା ଥିଲା ପାଶ୍ଚାତ୍ୟ ଦେଶ ନିମନ୍ତେ ସାମୂହିକ ବିଜୟ । ତେବେ ଏହାର ୮ ବର୍ଷ ପରେ ଅର୍ଥାତ୍‌ ୨୦୧୧ରେ ପାଶ୍ଚାତ୍ୟ ଦେଶ ସହାୟତାରେ ଲିବ୍ୟାର ସ୍ବାଧୀନ ଗୋଷ୍ଠୀ ଦ୍ୱାରା ଗଦ୍ଦାଫିଙ୍କୁ ଶାସନଗାଦିରୁ ବିଚ୍ୟୁତ କରାଯାଇ ହତ୍ୟା କରାଯାଇଥିଲା। ଏଣୁ ଇରାନ୍‌ ହେଉ କିମ୍ବା ଅନ୍ୟ ପଶ୍ଚିମ ଏସିଆ ଦେଶ ହୁଅନ୍ତୁ ନିଜେ ଆତ୍ମସମର୍ପଣ କଲେ କିମ୍ବା ନିଜର ପରମାଣୁ କେନ୍ଦ୍ରକୁ ଅନ୍ୟଙ୍କୁ ପର୍ଯ୍ୟବେକ୍ଷଣ ନିମନ୍ତେ ସୁବିଧା ପ୍ରଦାନ କଲେ ନିଜର ସାମ୍ରାଜ୍ୟ କେବେବି ସୁରକ୍ଷିତ ରହିବ ନାହିଁ। ଏହା ପ୍ରମାଣିତ ଏବଂ ପରୀକ୍ଷିତ ହୋଇସାରିଥିବାରୁ ଇରାନ୍‌ ଭବିଷ୍ୟତ ନିମନ୍ତେ ନିଜକୁ ପୂର୍ବ ପ୍ରସ୍ତୁତ କରିସାରିଛି । ଯେସାକୁ ତେସା ନ୍ୟାୟରେ ଆମେରିକା, ଇସ୍ରାଏଲକୁ ପ୍ରତିଆକ୍ରମଣ କରିବା ସହ ପାଶ୍ଚାତ୍ୟ ଅଞ୍ଚଳରେ ଥିବା ପାର୍ଶ୍ୱବର୍ତ୍ତୀ ଆମେରିକାର ସାମରିକ ଘାଟିଗୁଡିକ ଉପରେ ପ୍ରତି ଆକ୍ରମଣ କରିବାକୁ ଆଦୌ ଡେରି କରି ନାହିଁ।
ଏହା ଫଳରେ ଆମେରିକା ଏବଂ ଇସ୍ରାଏଲ ଯୁଦ୍ଧବିରତି ଏବଂ ପଛଘୁଞ୍ଚା ଇତ୍ୟାଦି ଅଭିନବ କୌଶଳ ଆପଣାଇବା ନିମନ୍ତେ ବାଧ୍ୟ ହୋଇଛନ୍ତି।
ଆମେ ଜାଣୁ ଯେ କୌଣସି ଯୁଦ୍ଧ ଆରମ୍ଭ କରିବା କିମ୍ବା କରାଇବା ଖୁବ୍‌ ସହଜ ଏବଂ ସରଳ ମଧ୍ୟ।
କିନ୍ତୁ ଯୁଦ୍ଧ ବନ୍ଦ କରିବା କଠିନ। ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ହେବା ପରେ ବହୁ ଯୁଦ୍ଧ ସଙ୍ଗଠିତ ହୋଇଛି ଏବଂ ଶୀତଳ ଯୁଦ୍ଧ ଅବ୍ୟାହତ ରହିଛି। ବିଶ୍ୱରେ ବଳଶାଳୀ ଦେଶଗୁଡିକ ଦୁର୍ବଳ ଦେଶକୁ ଆକ୍ରମଣ କରିବାରେ ଏବଂ ଅନ୍ୟଦ୍ୱାରା କରାଇବାରେ ବ୍ୟସ୍ତ। ରୁଷିଆ- ୟୁକ୍ରେନ ଯୁଦ୍ଧ ,ଇସ୍ରାଏଲ-ପାଲେଷ୍ଟାଇନ, ପାକିସ୍ତାନ-ଆଫଗାନିସ୍ତାନ ଏବଂ ମ୍ୟାନମାର, ସୁଦାନ, କାତାର, ସାଉଦୀ ଆରବ, ଲେବାନନ, ସିରିଆ, ଇଥିଓପିଆ, ମେକ୍ସିକୋ, ଭେନେଜୁଏଲା ପ୍ରଭୃତି ଦେଶରେ ଗୃହଯୁଦ୍ଧ, ଉଗ୍ରବାଦୀ ଯୁଦ୍ଧ ଜାରି ରହିଛି। ଯଦି ହିସାବ କରାଯାଏ ତେବେ ପ୍ରାୟ ୩୦ଟି ଦେଶ ବର୍ତ୍ତମାନ ଯୁଦ୍ଧ ବା ଆଞ୍ଚଳିକ ସଂଘର୍ଷରେ ନିମଗ୍ନ। ଯଦିଓ ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯଥାକ୍ରମେ ୩୦ଟି ଏବଂ ୫୦ଟି ଦେଶ ଭାଗ ନେଇଥିଲେ, ବର୍ତ୍ତମାନ ବିଶ୍ୱଯୁଦ୍ଧ ନ ହୋଇ ମଧ୍ୟ ସେହି ଅବସ୍ଥା। କହିବା ବାହୁଲ୍ୟ, ଅଧିକାଂଶ ଯୁଦ୍ଧରେ ଆମେରିକା ସିଧାସଳଖ ଭାବେ ସମ୍ପୃକ୍ତ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା କେବଳ ଇରାକ୍‌ ଯୁଦ୍ଧକୁ ଛାଡିଦେଲେ ଅନ୍ୟସବୁ ଯୁଦ୍ଧରେ ପଛଘୁଞ୍ଚା ଦେଇଛି। ଆମେରିକା ସହ ଇସ୍ରାଏଲ ଏବଂ ଇରାନ୍‌ ମଧ୍ୟରେ ଯୁଦ୍ଧ ଏବେ ଚାଲିଛି।
ଇରାକ୍‌ ଏବଂ ଲିବ୍ୟା ପରମାଣୁ ସମୃଦ୍ଧି ନିମନ୍ତେ ବାହ୍ୟ ଦେଶର ଯୋଗାଣ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବାବେଳେ ଇରାନ୍‌ ନିଜର ସ୍ବଦେଶୀ ଜ୍ଞାନ କୌଶଳରେ ପରମାଣୁ ସମୃଦ୍ଧି କରିପାରିଛି। ବିଶେଷ କରି ନିଜର ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରି ନିଜକୁ ନିଜେ ସ୍ବାବଲମ୍ବୀ କରାଇ ପାରିଛି। ୨୦୨୨ରୁ ଇରାନ୍‌ର ପରମାଣୁ ସମୃଦ୍ଧୀକରଣ ସୁବିଧା ପରଠାରୁ ଏହା ଉପରେ ଅନେକ ଅର୍ଥନୈତିକ ପ୍ରତିବନ୍ଧକ, ଏହାର ପରମାଣୁ କେନ୍ଦ୍ରରେ ଅନେକ ଅନ୍ତର୍ଘାତି କାର୍ଯ୍ୟ ଏବଂ ବିଶେଷ କରି ଏହାକୁ ବାଧ୍ୟତାମୂଳକ ଚୁକ୍ତି କରିବାକୁ ବାଧ୍ୟ କରାଯାଇଛି। ପରିଶେଷରେ ୨୦୧୫ର ପରମାଣୁ ଚୁକ୍ତି ‘ମିଳିତ ବ୍ୟାପକ କାର୍ଯ୍ୟକ୍ରମ ଯୋଜନାରେ’ରେ ଏହାକୁ ପ୍ରାୟତଃ ବଳ ପ୍ରୟୋଗ କରି ବାଧ୍ୟତାମୂଳକ ସ୍ବାକ୍ଷର କରାଇପାରିଛନ୍ତି।
ଲିବ୍ୟା ଏବଂ ଇରାକ୍‌ର ପରିସ୍ଥିତିରୁ ଇରାନ ଶିକ୍ଷା ପାଇଥିଲେ ମଧ୍ୟ ଆଣବିକ କ୍ଷେତ୍ରରେ ଖୁବ୍‌ଶୀଘ୍ର ଅଗ୍ରଗତି କରି ବାହ୍ୟ ଆକ୍ରମଣର ସମ୍ମୁଖୀନ ହୋଇଛି। ଇରାନ୍‌ର ଅଘୋଷିତ ପରମାଣୁ ସମୃଦ୍ଧି କେନ୍ଦ୍ର ‘ଡିମୋନା’ ଏବେ ସମ୍ବେଦନଶୀଳ ଅଞ୍ଚଳ, ଯେଉଁଠି କ୍ଷୁଦ୍ର ରିଆକ୍ଟରରେ ୟୁରାନିୟମରୁ ପ୍ଲାଟୋନିୟମ ଉତ୍ପାଦନ କରାଯାଉଥିଲା ।
ଏହା ହିଁ ଇରାନ୍‌ର ପରମାଣୁ ପ୍ରକ୍ରିୟାକରଣରେ ପ୍ରାରମ୍ଭିକ ପଦକ୍ଷେପ ଯାହା କେବଳ ଇରାନ୍‌ ଜାଣିଥିଲା। ଏହି ରିଆକ୍ଟର ରୁଷିଆର ଚେର୍ନୋବିଲ ରିଆକ୍ଟରଠାରୁ ଛୋଟ ଏବଂ ବିଶେଷଜ୍ଞଙ୍କ ମତରେ ଅଧିକ ସଶକ୍ତ ଯାହା, କ୍ଷେପଣାସ୍ତ୍ର ମାଡକୁ ପ୍ରତିହତ କରିବାରେ ସକ୍ଷମ। ତେବେ ପଶ୍ଚିମ ଏସିଆରେ ଏବେ ପରମାଣୁ ଅସ୍ତ୍ର ହାସଲ ନିମନ୍ତେ ପ୍ରତିଯୋଗିତା ଆରମ୍ଭ ହୋଇ ନାହିଁ। କିନ୍ତୁ ଇରାନର ପଦାଙ୍କ ଅନୁସରଣ କରିବେ ପ୍ରାୟ ଅଧିକାଂଶ ଦେଶ। ନିଜକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଆରମ୍ଭ ହେବ ଏହି ପ୍ରତିଯୋଗିତା ଯାହାକୁ ନିୟନ୍ତ୍ରଣ କରିବା ବିଶ୍ୱବାସୀଙ୍କ ପକ୍ଷରେ କଷ୍ଟକର ହେବ ଏଥିରେ ସନ୍ଦେହ ନାହିଁ। ପରମାଣୁର ମୋହ ନିଶ୍ଚିତ ଭାବେ ବିଶ୍ୱକୁ ଧ୍ୱଂସ କରିଦେବ।

ସୁକାନ୍ତ କୁମାର ପଟେଲ
ଆଇନଜୀବୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ
ମୋ:୯୪୩୭୯୩୬୭୪୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri