Categories: Video

ତୀବ୍ର ହେଉଛି ଚାଷୀ ଆନ୍ଦୋଳନ, କେବେ ହେବ ସମାଧାନ

କୁହାଯାଉଛି ଯେ ସରକାର ନୂଆ କୃଷି ଆଇନକୁ ଉଚ୍ଛେଦ କରିବେ ନାହିଁ । କିନ୍ତୁ ଚାଷୀଙ୍କ ଦାବି ଅନୁସାରେ ଏଥିରେ କିଛି ଟା ସଂଶୋଧନ କରିପାରନ୍ତି । ବିଶେଷ କରି ଏମଏସପି ଓ ମଣ୍ଡି ବନ୍ଦ ହେବନାହିଁ ବୋଲି ସରକାର ଲିଖିତ ଭାବେ ୫ ତାରିଖ ବୈଠକରେ ଚାଷୀଙ୍କୁ ଦେବେ ବୋଲି ଜଣାପଡ଼ିଛି। ସେହିପରି କଣ୍ଟ୍ରାକ୍ଟ ଫାର୍ମିଂରେ ଯଦି ବିଶୃଙ୍ଖଳା ହୁଏ, ତା’ହେଲେ ଚାଷୀମାନେ ଚାହିଁଲେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବାର ପ୍ରାବଧାନ କୃଷି ଆଇନରେ ଯୋଡ଼ା ଯିବ। ତେବେ ଏବେ ଅପେକ୍ଷା ଆସନ୍ତାକାଲିର ବୈଠକକୁ ।