ଅସରାଏ ବର୍ଷାରେ କୃଷକ ବଜାରରେ ଆଣ୍ଠୁଏ ପାଣି

ଜଗତ୍‌ସିଂହପୁର, ୧୩ା୫(ପ୍ରମୋଦ କୁମାର ନାୟକ): ସ୍ବାଧୀନତାର ୭୭ ବର୍ଷ ପରେ ବି ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ ଡ୍ରେନେଜ୍‌ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ। ଯେଉଁ ସମସ୍ୟା ଥିଲା ତାହା ଦୂରହେବା ତ ଦୂରର କଥା ବରଂ ଦିନକୁ ଦିନ ନୂଆ ନୂଆ ସମସ୍ୟା ସୃଷ୍ଟିକରୁଛି। ବିଭାଗୀୟ ଅପାରଗତା, ଦୂରଦୃଷ୍ଟି ତଥା ଆନ୍ତରିକତାର ଅଭାବ ଯୋଗୁ ଏଭଳି ହେଉଥିବା ଆଲୋଚନା ହେଉଛି। ସ୍ଥାନୀୟ ହାଟବଜାରସ୍ଥିତ ଜଗତ୍‌ସିଂହପୁର-ଆଳିପିଙ୍ଗଳ ମୁଖ୍ୟରାସ୍ତା ପାର୍ଶ୍ୱ କୃଷକ ବଜାରରେ ଏହାର ଉଦାହରଣ ଦେଖିବାକୁ ମିଳିଛି।
ଶନିବାର କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁ କୃଷକ ବଜାର ପରିସରରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିଛି। କାରଣ ରାସ୍ତାର ଗୋଟିଏ ପାର୍ଶ୍ୱରେ ଜଗତ୍‌ସିଂହପୁର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସିି) ଦ୍ୱାରା ପରିଚାଳିତ ମାଛ, ମାଂସ ମାର୍କେଟ ଥିବାବେଳେ ଅପରପାର୍ଶ୍ୱରେ କୃଷକ ବଜାର ଅଛି। କିନ୍ତୁ ଉଭୟ ପାର୍ଶ୍ୱରୁ ଜଳ ନିଷ୍କାସନ ପାଇଁ ଜଗତ୍‌ସିଂହପୁର ଆର୍‌ଏମ୍‌ସିି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଆର୍‌ଏମ୍‌ସି କୃଷକ ବଜାରରେ ଥିବା ପକ୍କାଘର ଏବଂ ମାଛ ମାର୍କେଟ ଆଦି ଭଡ଼ା ସୂତ୍ରରେ ଦେଇ ବେଶ୍‌ ଲାଭବାନ୍‌ ହେଉଛି। କିନ୍ତୁ ଜଳ ନିଷ୍କାସନ ପାଇଁ ସୁବିଧା କରୁନାହିଁ। ଯେଉଁ କାରଣରୁ ଅଦିନିଆ ବର୍ଷାରେ ବି ଏଭଳି ପରିବେଶ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଆର୍‌ଏମ୍‌ସି ଘର ତିଆରି ଓ ମରାମତି ଆଦିରେ ବହୁ ଅନୁଦାନ ଖର୍ଚ୍ଚ କରୁଛି। ଏହି କାମ ମଧ୍ୟ ନିମ୍ନମାନର ହେଉଛି। ଠିକାଦାର ଓ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ସଲାସୁତୁରାରେ ଅର୍ଥ ଚଳୁ କରୁଛନ୍ତି। କିନ୍ତୁ ବିଲ୍ଡିଂ କିମ୍ବା ଅନ୍ୟ ଘର ନିର୍ମାଣ ପୂର୍ବରୁ ସୁଚିନ୍ତିତ ଯୋଜନା ହେଉଥିବା ପରିଲକ୍ଷିତ ହେଉନାହିଁ। ତାହା ହୋଇଥିଲେ ଆଜି ଏଭଳି ପରିସ୍ଥିତି ସୃଷ୍ଟିହୋଇ ନ ଥାନ୍ତା। ମାଛ ଓ ମାଂସ ମାର୍କେଟ ବିଲ୍ଡିଂ ନିର୍ମାଣ ସମୟରେ ଡ୍ରେନେଜ ସୁବିଧା କରାଯାଇ ନ ଥିବାରୁ ଏହି ପରିସର ସବୁଦିନ ଅପରିଷ୍କାର ରହୁଛି। ଫଳରେ କୌଣସି ବ୍ୟକ୍ତି ଏହି ମାର୍କେଟ ଭିତରକୁ ପ୍ରବେଶ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ରକ୍ତ ଓ ମଇଳାପାଣି ଜମି ରହୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏପରି କି ଠାଏ ଠାଏ ମଶା, ମାଛି ଭଣ ଭଣ ହେଉଛନ୍ତି। ତା’ଭିତରେ ଲୋକେ ବାଧ୍ୟହୋଇ ମାଛ, ମାଂସ କିଣିବାକୁ ଯାଉଛନ୍ତି। ଏହି ସମସ୍ୟାର ସମାଧାନ ଏଯାଏ ହୋଇପାରି ନ ଥିବା ବେଳେ କୃଷକ ବଜାରରେ ଡ୍ରେନେଜ୍‌ ସମସ୍ୟା ଲୋକଙ୍କୁ ଅତିଷ୍ଠ କରିଦେଲାଣି। କୃଷକ ବଜାରରେ ଏକାଧିକ ଦୋକାନ ରହିଛି। ତା’ପାର୍ଶ୍ୱରେ ସୋମନାଥ ହାଟ ରହିଛି। ପ୍ରତ୍ୟହ ଏହି ହାଟରେ ଗହଳି ଲାଗିରୁହେ। ନିକଟରେ ମାଛ, ମାଂସ ମାର୍କେଟ ପାର୍ଶ୍ୱରେ ଆର୍‌ଏମ୍‌ସି ବାଲି ପୋତି ନୂଆ ଘର ନିର୍ମାଣ କରୁଛି। କିନ୍ତୁ କାମ ଆରମ୍ଭ ପୂର୍ବରୁ ଡ୍ରେନେଜ୍‌ ବ୍ୟବସ୍ଥା କରି ନ ଥିବାରୁ ଜଳ ନିଷ୍କାସନ ଠପ୍‌ ହୋଇଯାଇଛି। ଏବେ ଜମିରହିଥିବା ପଚାପାଣି ସଂକ୍ରମଣର କାରଣ ହେଲାଣି। ଆଉ ଦିନେ ଦୁଇଦିନ ମଧ୍ୟରେ ପରିସ୍ଥିତି ଅଧିକ ବିଗିଡ଼ିବା ସମ୍ଭାବନା ସୃଷ୍ଟିକରିଛି ବୋଲି ଏହି ବ୍ୟକ୍ତିମାନେ ଅଭିଯୋଗରେ କହିଛନ୍ତି। ଏ ସମ୍ପର୍କରେ ଆର୍‌ଏମ୍‌ସି ସମ୍ପାଦକ ସୂର୍ଯ୍ୟକାନ୍ତ ଦାସଙ୍କୁ ପଚାରିବାରୁ ଡ୍ରେନେଜ୍‌ କରାଯିବ ବୋଲି ଚିନ୍ତା କରାଯାଇଛି। ମାତ୍ର ଏହା ପୂର୍ବରୁ ବର୍ଷା ହୋଇଯାଇଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟିହୋଇଛି ବୋଲି କହି ନିଜର ଅସହାୟତା ପ୍ରକାଶ କରିଥିଲେ। ଅନୁରୂପ ଭାବେ ଜଗତ୍‌ସିଂହପୁର ସହରର ଏକାଧିକ ସ୍ଥାନରେ ଜଳ ନିଷ୍କାସନ ସମସ୍ୟା ରହିଛି। ଆଗକୁ ବର୍ଷାଦିନ ଆସୁଥିବାରୁ ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଯୁକ୍ତି କରାଯାଇଛି। ଜିଲାପାଳ ଏହା ଉପରେ ଦୃଷ୍ଟିଦେଇ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଡ୍ରେନେଜ୍‌ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri