ସୁଧୁରିନି ଧାନବିକ୍ରି ସମସ୍ୟା, ବଢୁଛି ଅସନ୍ତୋଷ

ମଥୁରାନଗରୀ,୧୨।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ମାସ ପୂରିବ। ଅଥଚ ଜିଲାରେ ଧାନବିକ୍ରି ସମସ୍ୟାରେ ଆଶାନୁରୂପ ସୁଧାର ଆସି ନ ଥିବା ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ଅଭିଯୋଗ କରିଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ସଙ୍ଗଠନର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲାରେ ଏପର୍ଯ୍ୟନ୍ତ ୧ଲକ୍ଷ ୧୬ହଜାର ଚାଷୀଙ୍କଠାରୁ ୫୭ଲକ୍ଷ କୁଇଣ୍ଟାଲ ଧାନ କିଣାସରିଛି। ଯାହା ଧାର୍ଯ୍ୟଲକ୍ଷ୍ୟଠାରୁ ପ୍ରାୟ ୮୦ପ୍ରତିଶତ ହେବ। କିନ୍ତୁ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ରହିଥିବା ମଣ୍ଡିଗୁଡ଼ିକରୁ ୬୦ପ୍ରତିଶତ ଧାନ ଉଠି ନ ଥିବା ଅଭଯୋଗ ହୋଇଛି। ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ସ୍ମାରକପତ୍ରରେ ନିବେଦନ କରାଯାଇଛି।
ସେହିପରି କଟନୀଛଟନୀରେ ରାଜି ନ ହେଲେ ମଣ୍ଡିଗୁଡ଼ିକରୁ ଧାନ କିଣାଯାଉନାହିଁ। ବିଭିନ୍ନ ମଣ୍ଡିରେ ଦଲାଲରାଜ୍‌ ଚାଲିଛି ଏବଂ ଧାନ ଉଠୁ ନ ଥିବା ଯୋଗୁ ଚାଷୀ ନିରାଶ ହୋଇ ମଣ୍ଡିରୁ ଫେରୁଛନ୍ତି। ସ୍ମାରକପତ୍ର ପ୍ରଦାନ ସମୟରେ ସଙ୍ଗଠନର ଏକ ବୈଠକ ବସିଥିଲା। ବୈଠକରେ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପାଇକମାଳ, ଝାରବନ୍ଧ, ଗାଇସିଲେଟ୍‌, ପଦ୍ମପୁର ଶାଖା ସମେତ ଘେଁସ୍‌ର ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ, ମେଲଛାମୁଣ୍ଡା ଆଞ୍ଚଳିକ କୃଷକ ସଙ୍ଗଠନ, ବିଜେପୁର କୃଷକ ସଙ୍ଗଠନ, ସଂଯୁକ୍ତ କୃଷକ ସଙ୍ଗଠନର ବରପାଲି, ବରଗଡ଼ ଶାଖା, ଭେଡ଼େନ ବ୍ଲକ କୃଷକ ସଙ୍ଗଠନ, ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନର ଅତାବିରା ଶାଖା, ଭଟଲି କୃଷକ ପରିବାର, ଦଶମାଇଲର ବୀର ସୁରେନ୍ଦ୍ର ସାଏ କୃଷକ ସଙ୍ଗଠନ, ଭୁକ୍ତାର ଲାଲ ବାହାଦୂର କୃଷକ ସଙ୍ଗଠନ, ଅମ୍ବାଭୋନାର ବାରପାହାଡ଼ କୃଷକ ସଙ୍ଗଠନର ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ।
୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌, ଜଳସେଚନ କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍‌ ଦେୟ ଜଳକର ଆଧାରରେ ନିର୍ଦ୍ଧାରଣ କରାଯିବା, ବକେୟା ବିଦ୍ୟୁତ୍‌ ବିଲ୍‌ ଛାଡ଼, ସ୍ମାର୍ଟ ମିଟର ବନ୍ଦ, ବିଦ୍ୟୁତ୍‌କୁ ଘରୋଇକରଣ କରା ନ ଯିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗଗୁଡ଼ିକୁ ନେଇ ଆସନ୍ତା ଫେବୃୟାରୀ ମାସରେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ବୈଠକରେ ଉପତ୍ନ୍ନ ଭୋଇ ସଭାପତିତ୍ୱ କରିଥିଲେ। ରମେଶ ମହାପାତ୍ର ସଭା ପରିଚାଳନା କରିଥିଲେ। ଅଜିତ ଶତପଥୀ, ଲିଙ୍ଗରାଜ ପଧାନ, ଦିଲୀପ ବେହେରା, ସୁବାସ ସାମନ୍ତରାୟ, ରୋହିତ ପ୍ରଧାନ, ତୁଳାରାମ ପ୍ରଧାନ, ଅରବିନ୍ଦ ପଣ୍ଡା, ସରୋଜ ସାହୁ, ଇଶାନ୍ତ ଭୋଇ, ଜୟପ୍ରକାଶ ବେହେରା, ବିରେନ୍ଦ୍ର କର, ଭଗବାନ ପ୍ରଧାନଙ୍କ ସମେତ ଅନେକ ଚାଷୀ ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri