ସୁଧୁରିନି ଧାନବିକ୍ରି ସମସ୍ୟା, ବଢୁଛି ଅସନ୍ତୋଷ

ମଥୁରାନଗରୀ,୧୨।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ମାସ ପୂରିବ। ଅଥଚ ଜିଲାରେ ଧାନବିକ୍ରି ସମସ୍ୟାରେ ଆଶାନୁରୂପ ସୁଧାର ଆସି ନ ଥିବା ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ଅଭିଯୋଗ କରିଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ସଙ୍ଗଠନର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲାରେ ଏପର୍ଯ୍ୟନ୍ତ ୧ଲକ୍ଷ ୧୬ହଜାର ଚାଷୀଙ୍କଠାରୁ ୫୭ଲକ୍ଷ କୁଇଣ୍ଟାଲ ଧାନ କିଣାସରିଛି। ଯାହା ଧାର୍ଯ୍ୟଲକ୍ଷ୍ୟଠାରୁ ପ୍ରାୟ ୮୦ପ୍ରତିଶତ ହେବ। କିନ୍ତୁ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ରହିଥିବା ମଣ୍ଡିଗୁଡ଼ିକରୁ ୬୦ପ୍ରତିଶତ ଧାନ ଉଠି ନ ଥିବା ଅଭଯୋଗ ହୋଇଛି। ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ସ୍ମାରକପତ୍ରରେ ନିବେଦନ କରାଯାଇଛି।
ସେହିପରି କଟନୀଛଟନୀରେ ରାଜି ନ ହେଲେ ମଣ୍ଡିଗୁଡ଼ିକରୁ ଧାନ କିଣାଯାଉନାହିଁ। ବିଭିନ୍ନ ମଣ୍ଡିରେ ଦଲାଲରାଜ୍‌ ଚାଲିଛି ଏବଂ ଧାନ ଉଠୁ ନ ଥିବା ଯୋଗୁ ଚାଷୀ ନିରାଶ ହୋଇ ମଣ୍ଡିରୁ ଫେରୁଛନ୍ତି। ସ୍ମାରକପତ୍ର ପ୍ରଦାନ ସମୟରେ ସଙ୍ଗଠନର ଏକ ବୈଠକ ବସିଥିଲା। ବୈଠକରେ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପାଇକମାଳ, ଝାରବନ୍ଧ, ଗାଇସିଲେଟ୍‌, ପଦ୍ମପୁର ଶାଖା ସମେତ ଘେଁସ୍‌ର ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ, ମେଲଛାମୁଣ୍ଡା ଆଞ୍ଚଳିକ କୃଷକ ସଙ୍ଗଠନ, ବିଜେପୁର କୃଷକ ସଙ୍ଗଠନ, ସଂଯୁକ୍ତ କୃଷକ ସଙ୍ଗଠନର ବରପାଲି, ବରଗଡ଼ ଶାଖା, ଭେଡ଼େନ ବ୍ଲକ କୃଷକ ସଙ୍ଗଠନ, ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନର ଅତାବିରା ଶାଖା, ଭଟଲି କୃଷକ ପରିବାର, ଦଶମାଇଲର ବୀର ସୁରେନ୍ଦ୍ର ସାଏ କୃଷକ ସଙ୍ଗଠନ, ଭୁକ୍ତାର ଲାଲ ବାହାଦୂର କୃଷକ ସଙ୍ଗଠନ, ଅମ୍ବାଭୋନାର ବାରପାହାଡ଼ କୃଷକ ସଙ୍ଗଠନର ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ।
୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌, ଜଳସେଚନ କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍‌ ଦେୟ ଜଳକର ଆଧାରରେ ନିର୍ଦ୍ଧାରଣ କରାଯିବା, ବକେୟା ବିଦ୍ୟୁତ୍‌ ବିଲ୍‌ ଛାଡ଼, ସ୍ମାର୍ଟ ମିଟର ବନ୍ଦ, ବିଦ୍ୟୁତ୍‌କୁ ଘରୋଇକରଣ କରା ନ ଯିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗଗୁଡ଼ିକୁ ନେଇ ଆସନ୍ତା ଫେବୃୟାରୀ ମାସରେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ବୈଠକରେ ଉପତ୍ନ୍ନ ଭୋଇ ସଭାପତିତ୍ୱ କରିଥିଲେ। ରମେଶ ମହାପାତ୍ର ସଭା ପରିଚାଳନା କରିଥିଲେ। ଅଜିତ ଶତପଥୀ, ଲିଙ୍ଗରାଜ ପଧାନ, ଦିଲୀପ ବେହେରା, ସୁବାସ ସାମନ୍ତରାୟ, ରୋହିତ ପ୍ରଧାନ, ତୁଳାରାମ ପ୍ରଧାନ, ଅରବିନ୍ଦ ପଣ୍ଡା, ସରୋଜ ସାହୁ, ଇଶାନ୍ତ ଭୋଇ, ଜୟପ୍ରକାଶ ବେହେରା, ବିରେନ୍ଦ୍ର କର, ଭଗବାନ ପ୍ରଧାନଙ୍କ ସମେତ ଅନେକ ଚାଷୀ ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri