ଦକ୍ଷ ହେବେ ଚାଷୀ

ଭୁବନେଶ୍ୱର, ୧୨।୩(ଅସମାପିକା ସାହୁ):୫-ଟି ଉପକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନରେ ଥିବା ସମସ୍ତ ତାଲିମ ପ୍ରତିଷ୍ଠାନରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହା ରାଜ୍ୟର ଚାଷୀ ଏବଂ ବିଭାଗର ସମ୍ପ୍ରସାରଣ କର୍ମଚାରୀଙ୍କୁ ତାଲିମ ପ୍ରଦାନ କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଓ ପରିବର୍ତ୍ତନ ଆଣିବ ବୋଲି କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ସୋମବାର କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ସ୍ବାଇଁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ୧୧ଟି ତାଲିମ ପ୍ରତିଷ୍ଠାନର ନବନିର୍ମିତ ସ୍ମାର୍ଟ କ୍ଲାସ୍‌ରୁମ୍‌ଗୁଡ଼ିକର ଉଦ୍‌ଘାଟନ କରିଥିଲେ।
ଅବସରରେ ମନ୍ତ୍ରୀ କହିଛନ୍ତି, ୫-‘ଟି’ ଉପକ୍ରମରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ପ୍ରଚଳନ ଫଳରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର କାର୍ଯ୍ୟକ୍ରମରେ ଯୋଡ଼ି ହୋଇଯାଇଛି ଆଉ ଏକ ନୂତନ ଫର୍ଦ୍ଦ, ଯାହା ପାରମ୍ପରିକ ତାଲିମ ପ୍ରଦାନ ପଦ୍ଧତିରେ ରୂପାନ୍ତରଣ ଆଣି ପ୍ରଶିକ୍ଷଣକୁ ଅଧିକ ଯୁଗୋପଯୋଗୀ କରିପାରିଛି। ସେ କହିଛନ୍ତି, ପ୍ରଶିକ୍ଷଣ ପଦ୍ଧତିରେ ସ୍ମାର୍ଟ କ୍ଲାସ୍‌ରୁମ୍‌ର ପ୍ରଚଳନ ଫଳରେ ଚାଷୀ ଓ ବିଭାଗୀୟ କର୍ମଚାରୀମାନେ ପ୍ରଯୁକ୍ତିବିଦ୍ୟାର ଠିକ୍‌ ଉପଯୋଗ ନିମନ୍ତେ ଦକ୍ଷ ହୋଇପାରିବେ ଓ ସମୟ ସହିତ ତାଳଦେଇ ଚାଲିପାରିବେ। ଏହି କାର୍ଯ୍ୟକ୍ରମ ଚାଷୀଙ୍କ ପାଇଁ ଶିକ୍ଷଣୀୟ ଓ ଲାଭଦାୟକ ସାବ୍ୟସ୍ତ ହେବା ସହିତ ଓଡ଼ିଶାର କୃଷି କ୍ଷେତ୍ରରେ ରୂପାନ୍ତରଣ ଆଣିବାରେ ସକ୍ଷମ ହୋଇପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ, ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଓ ପ୍ରୟୋଗ କ୍ଷେତ୍ରରେ ବିଭାଗ ରାଜ୍ୟର ଏକ ଆଗୁଆ ବିଭାଗ ରୂପେ ବିବେଚିତ ହୋଇଆସୁଛି। ସ୍ମାର୍ଟ କ୍ଲାସ୍‌ରୁମ୍‌ ପ୍ରଚଳନ ତାଲିମ ଅନୁଷ୍ଠାନଗୁଡ଼ିକରେ ଶୈକ୍ଷିକ ବାତାବରଣକୁ ସ୍ମାର୍ଟ କରିବା ସହିତ ଚାଷୀଙ୍କର ବହୁଳ ଉପଯୋଗୀ ହୋଇପାରିବ। ସୂଚନାଯୋଗ୍ୟ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନରେ ଭୁବନେଶ୍ୱରରେ ଇମେଜ୍‌ ସମେତ ୫ଟି ତାଲିମ ପ୍ରତିଷ୍ଠାନ ସାଙ୍ଗକୁ ଢେଙ୍କାନାଳର ମହିଷାପାଟ, ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ ବଲାଙ୍ଗୀରର ୩ଟି ରିଜିଓନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର ଟ୍ରେନିଂ ଆଣ୍ଡ ଏକ୍ସଟେନ୍‌ସନ୍‌ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଅନ୍ତର୍ଗତ ଖୋର୍ଦ୍ଧା, ସମ୍ବଲପୁର ଓ କଳିଙ୍ଗା, ଜି. ଉଦୟଗିରିର ତାଲିମ କେନ୍ଦ୍ରରେ ସ୍ମାର୍ଟ କ୍ଲାସ୍‌ରୁମ୍‌ର ପ୍ରଚଳନ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଦେଇଥିଲେ। ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଆଭାସୀ ମାଧ୍ୟମରେ ସମସ୍ତ ତାଲିମ ପ୍ରତିଷ୍ଠାନର କର୍ମକର୍ତ୍ତା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri