ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

କୋକସରା,୧୪ା୯(ଡି.ଏନ୍‌.ଏ.): ଇନ୍ଦ୍ରାବତୀ ମେଗାଲିଫ୍ଟ କୋକସରା ବ୍ଲକ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀଙ୍କୁ ଜଳଯୋଗାଣ ପାଇଁ ଅଞ୍ଚଳର ଚାଷୀମାନେ ଅଭିଯୋଗ କରି ଚାଷୀ ନୟାନ୍ତ ହୋଇପଡ଼ିଲେଣି। ନା ହୋଇପାରୁଛି ସମାଧାନ ନା ଚାଷଜମିକୁ ମିଳୁଛି ମେଗାଲିଫ୍ଟ କେନାଲରୁ ଜଳ। ଅନ୍ୟପଟେ ବର୍ଷା ଅଭାବରୁ କୋକସରା ବ୍ଲକ ଅଞ୍ଚଳର ଶହ ଶହ ହେକ୍ଟର ଚାଷଜମି ଫାଟି ଆଁ କଲାଣି। ବୁଧବାର କୋକସରା ବ୍ଲକ ମୂଷାପାଲି ଅଞ୍ଚଳର ଶତାଧିକ ଚାଷୀ ମେଗାଲିଫ୍ଟ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ ସହ ଜଳଯୋଗାଣ କରିବାକୁ ଦାବି କରିଥିବା ଦେଖିବାକୁ ମିଳିଛି। ସରପଞ୍ଚ ଅକ୍ଷୟ କୁମାର ନାଏକଙ୍କ ନେତୃତ୍ୱରେ ଘନଶ୍ୟାମ ନାଏକ, ଦୈତାରୀ ସୁନାନୀ, ମଧୁ ସାଗର, ନାରାୟଣ ଗୋପାଳ, ଦୁର୍ଗା ପ୍ରସାଦ ଗୋପାଳ, ପ୍ରକାଶ ରାଉତ, ମହେଶ୍ବର ଦୁର୍ଗା, ଘେନୁରାମ ମାଝି, ବିଶେଶ୍ୱର ଗୋପାଳ, ପ୍ରକାଶ ରାଉତ, ରଖିରାମ ଦୁର୍ଗା, ଦୀନବନ୍ଧୁ ରାଉତ, ତୋଫାନ ନାଏକ ପ୍ରମୁଖ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିଥିଲେ। ନିର୍ବାହୀ ଯନ୍ତ୍ରୀ ଅକ୍ଷୟ ଭୋଇ ଉପସ୍ଥିତ ନ ଥିବାରୁ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ମଲ୍ଲିକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କୌଣସି ସମାଧାନ ନ ହେଲେ କାର୍ଯ୍ୟାଳୟ ଘେରାଉ ସହ ରାଜରାସ୍ତା ଅବରୋଧ କରିବାକୁ ମଧ୍ୟ ଚାଷୀମାନେ ଚେତାବନୀ ଦେଇଛନ୍ତି।