ରାସ୍ତାକୁ ଓହ୍ଲାଇଲେ ଚାଷୀ, ୩୦୦ ୟୁନିଟ୍‌ ବିଦ୍ୟୁତ୍‌ ଛାଡ଼- କଟ୍‌ନି ଛଟ୍‌ନି ବନ୍ଦ ନ କଲେ ଜୋର୍‌ଦାର ହେବ…

ସୋହେଲା,୨୮ା୨(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ଅନ୍ତର୍ଗତ ସୋହେଲାଠାରେ ଶୁକ୍ରବାର ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନର ଆହ୍ବାନ କ୍ରମେ ତହସିଲଦାର ଶୁଭରଞ୍ଜନ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୃଷିକ୍ଷେତ୍ରରେ ବ୍ୟବହୃତ ବିଜୁଳି ଛାଡ଼, କଟ୍‌ନି ଛଟ୍‌ନି ଓ ନାନୋ ସାର ବାଧ୍ୟ ନ କରିବା ଆଦି ଦାବିରେ ବିଭିନ୍ନ ନାରା ଦେଇ ସୋହେଲା ଥାନା ଛକରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ପହଞ୍ଚିଥିଲା। ବ୍ଲକ ସଭାପତି ସୁରେନ୍ଦ୍ର ମେହେରଙ୍କ ସଞ୍ଚାଳନରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିବାଦ ସଭାରେ ବିଜୁଳି କ୍ଷେତ୍ରର କମ୍ପାନୀକରଣକୁ ନେଇ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କୃଷିକ୍ଷେତ୍ରରେ ବ୍ୟବହୃତ ବିଜୁଳି ସମ୍ପୂର୍ଣ୍ଣ ଛାଡ, ପ୍ରତ୍ୟେକ ପରିବାରକୁ ମାସିକ ଅନ୍ତତଃ ୩୦୦ ୟୁନିଟ ବିଜୁଳି ବିଲ ଛାଡ଼, ବିଜୁଳି କ୍ଷେତ୍ରରେ ଘରୋଇ କରଣ ବନ୍ଦ, ଧାନ ବିକ୍ରି ବ୍ୟବସ୍ଥାରେ ମିଲମାଲିକଙ୍କ ହସ୍ତକ୍ଷେପ ବନ୍ଦ କରିବା ଏବଂ ନାନୋ ସାରକୁ ବାଧ୍ୟ ନ କରିବା ଆଦି ଦାବି ହୋଇଥିଲା। ବିଜେଡି ସରକାର ଶାସନଠାରୁ ଆଜିର ସରକାର ପର୍ଯ୍ୟନ୍ତ ଟାଟା ପାଓ୍ବାର ଦୌରାତ୍ମ୍ୟ ବଜାୟ ଥିବା ବିଷୟରେ ଚାଷୀ ନେତାମାନେ ଆରୋପ ଲଗାଇଥିଲେ। ବର୍ତ୍ତମାନ ସରକାର ତାର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ଧାନ କ୍ବିଣ୍ଟାଲ ପ୍ରତି ୮୦୦ ଟଙ୍କା ଇନ୍‌ପୁଟ୍‌ ସହାୟତା ରାଶି ପ୍ରଦାନ କରିଛନ୍ତି ସତ। କିନ୍ତୁ ମଣ୍ଡିରେ କଟଣି ଛଟ୍‌ନିଛଟ୍‌ନି, ଦଲାଲ ଓ ମିଲରମାନଙ୍କ ଲୁଟ ଅନ୍ୟବର୍ଷ ତୁଳନାରେ ଢେର ଅଧିକ ଦେଖିବାକୁ ମିଳିଥିଲା ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ଏହି ସରକାର ସମୟରେ ନୂଆ କରି ଅଣାଯାଇଥିବା ଗ୍ରେନ୍‌ ଏନଲାଇଜର୍‌ ମେସିନ ଲୁଟ ପ୍ରକ୍ରିୟା ବହୁ ଗୁଣିତ କରିଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ। ଚଳିତ ରବି ଋତୁରେ ସାର କଳାବଜାର ଏବଂ ନାନୋ ସାର ଚାଷୀମାନଙ୍କୁ ନେବାପାଇଁ ବାଧ୍ୟ କରାଯାଇଛି। ଫଳରେ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡୁଛି। ଫଳରେ ଆଗାମୀ ଦିନରେ ଉପରୋକ୍ତ ଦାବି ସମୂହକୁ ନେଇ ସରକାର ଗମ୍ଭୀରତାର ସହ ଚିନ୍ତାକରି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ, ଅନ୍ୟଥା ପରିସ୍ଥିତି ଭୟଙ୍କର ହେବ ବୋଲି ଚାଷୀନେତାମାନେ କହିଥିଲେ। ଫସଲ ଥିବା ସମୟରେ କୌଣସି ପରିସ୍ଥିତିରେ କୌଣସି ଚାଷୀର ଲାଇନ କାଟ୍‌ ବରଦାସ୍ତ କରାଯିବ ନାହିଁ ବୋଲି ଜୟ କିଷାନ ଆନ୍ଦୋଳନର ସାଧାରଣ ସମ୍ପାଦକ ହର ବଣିଆଁ ସରକାରଙ୍କୁ ଆହ୍ବାନ ଦେଇଥିଲେ। ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ସଂଗଠନର ଜିଲା ସଭାପତି ସୁଶୀଲ କୁମାର ସାହୁ, ଶିବ ପ୍ରସାଦ ପ୍ରଧାନ, ଅରୁଣ କୁମାର ସାହୁ, ଚଞ୍ଚଳ ପ୍ରଧାନ, ମହେଶ୍ବର ପ୍ରଧାନ, ଅରୁଣ ପ୍ରଧାନ, ତପୋବନ୍ତ ନାୟକ, ପୁଷ୍ପରଞ୍ଜନ ସାହୁ ରେବତୀ କାନ୍ତ ବେହେରା ଉଦ୍‌ବୋଧନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ବାବା ଖଣ୍ଡୁଆଳଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ଲାଞ୍ଜିଗଡ ବିଧାୟକଙ୍କ ସହ…

ଥୁଆମୂଳ ରାମପୁର, ୨୮।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳ ଆମ୍ବପଦର ଗ୍ରାମପଞ୍ଚାୟତ ସ୍ଥିତ ଚୁଲବାଡି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ଅଫିସକୁ ଚାଲି ଚାଲି ଆସିଲେ ସିଡିଓ, ବନ୍ଦ ଡାକରା ଯୋଗୁ…

କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟରେ ବନ୍ଦ ଡାକରାର ପଡ଼ିଛି ପ୍ରଭାବ। ଏଥିଯୋଗୁ ଗାଡି ମୋଟର ବନ୍ଦ ରହିଥିଲା। ଫଳରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ବେଣୁଧର ଶବର…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri