ଦୁଇ ସନ୍ତାନର ବାପାଙ୍କ ପ୍ରେମରେ ପଡ଼ିଥିଲେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡରେ ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ପ୍ରମାଣ କରିଦେଇଛନ୍ତି ଯେ, ପ୍ରେମ ବୟସ, ଧର୍ମ ଏସବୁରୁ ଊର୍ଦ୍ଧ୍ୱରେ। ପ୍ରେମରେ କିଛି ଦେଖାଯାଏ ନାହିଁ। ତେବେ ଅନେକ ବଲିଉଡ ଅଭିନେତ୍ରୀ ବିବାହିତ ପୁରୁଷଙ୍କ ପ୍ରେମରେ ପଡି ବିବାହ କରିଥିଲେ। ସେମାନଙ୍କ ମଧ୍ୟରୁ ଅନ୍ୟତମ ରବିନା ଟଣ୍ଡନ।

ରବିନା ବିଶିଷ୍ଟ ଫିଲ୍ମ ବିତରକ ଅନିଲ ଥଡାନୀଙ୍କ ପ୍ରେମରେ ପଡିଥିଲେ। ଅନିଲ ପୂର୍ବରୁ ବିବାହିତ ଥିବାବେଳେ ତାଙ୍କ ସ୍ତ୍ରୀଙ୍କ ନାମ ନତାଶା ସିପି ଥିଲା। ନତାଶା ଏବଂ ଅନିଲଙ୍କର ଦୁଇଟି ସନ୍ତାନ ଥିଲେ ମଧ୍ୟ ସେ ରବିନାଙ୍କୁ ବିବାହ କରିଥିଲେ। କୁହାଯାଏ ସେମାନଙ୍କର ବିବାହ ସେତେଟା ସଫଳ ହୋଇ ନ ଥିଲା। ତେଣୁ ଅନିଲ ନତାଶାଙ୍କୁ ଛାଡପତ୍ର ଦେଇଥିଲେ। ୨୦୦୩ରେ ନତାଶାଙ୍କୁ ଛାଡପତ୍ର ଦେବା ପରେ ସେ ରବିନାଙ୍କୁ ବିବାହ କରିଥିଲେ।

Share