ବିର୍ଲା ଟାୟାର୍ସ ସମ୍ମୁଖରେ ଧାରଣା ଦେଲେ ଶ୍ରମିକଙ୍କ ପରିବାର

ବାଲେଶ୍ୱର ଅଫିସ, ୨୧।୮-ବକେୟା ଦରମା ଏବଂ ନିୟମିତ କାମ ଦାବିରେ ବାଲେଶ୍ୱର ଜିଲା ରେମୁଣା ଶିଳ୍ପାଞ୍ଚଳ ଥାନା ଅଧୀନ ସରସ୍ବତୀପୁରସ୍ଥିତ ବିର୍ଲା ଟାୟାର୍ସ ଫାଟକ ସମ୍ମୁଖରେ ୧୫୦୦ ଶ୍ରମିକଙ୍କ ପରିବାର ଲୋକେ ଗତ ୧୮ ତାରିଖ ରାତିରୁ ଧାରଣାରେ ବସିଛନ୍ତି। ଦୀର୍ଘଦିନ ହେଲା ଶ୍ରମିକମାନେ ଦୁର୍ଦ୍ଦିନ ମଧ୍ୟରେ କାଳ କାଟୁଥିବା ବେଳେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆ ଯାଉ ନ ଥିବା ଅଭିଯୋଗ ହୋଇଛି। ଗୁରୁବାର ମଧ୍ୟାହ୍ନରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଶ୍ରମ ଅଧିକାରୀ ଅଭିମନ୍ୟୁ ପ୍ରଧାନ ଧାରଣାରତ ଶ୍ରମିକ ପରିବାର ଲୋକଙ୍କ ସହିତ ଆଲୋଚନା ପାଇଁ ଯାଇଥିବା ବେଳେ ଆକ୍ରୋଶର ଶିକାର ହୋଇଥିଲେ। ଫଳରେ ସେ ଧାରଣାସ୍ଥଳରୁ ପଳାଇ ଆସିଥିଲେ।
କାରଖାନାର ୯ଟି ସଙ୍ଗଠନ ମଧ୍ୟରୁ ୭ଟି ସଙ୍ଗଠନର ଶ୍ରମିକ ଓ ପରିବାର ଲୋକେ ଧାରଣାରେ ସାମିଲ୍‌ ଥିବା ବେଳେ ଅନ୍ୟ ୨ଟି ସଙ୍ଗଠନର ଶ୍ରମିକ ତଥା ଶ୍ରମିକ ନେତାଙ୍କର ସମର୍ଥନ ରହିଥିବା ଜଣାପଡ଼ିଛି। ଆପୋଷ ସମାଧାନ ପାଇଁ କାରଖାନାର ପରିଚାଳନା କମିଟି ଶ୍ରମିକ ସଙ୍ଗଠନର ନେତୃବର୍ଗଙ୍କ ସହ ଆଲୋଚନା କରିଥିଲେ। କାରଖାନା ଚଳାଇବାକୁ ପୁଞ୍ଜିର ଅଭାବ ଥିବା ସହ ଆସନ୍ତା ୨୧ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ କାରଖାନା ଚାଲୁ କଲେ ଗତ ଡିସେମ୍ବରରେ ଥିବା ବକେୟା ୧୫ଦିନର ଦରମା ଦିଆଯାଇପାରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଧାରଣାକାରୀମାନେ ଏକମତ ହୋଇ ନ ଥିବାରୁ ଆନ୍ଦୋଳନ ଜାରି ରହିଛି। ବିର୍ଲା ଟାୟାର୍ସ ମଜଦୁର ସଂଘର ସଦସ୍ୟ ଦେବେନ୍ଦ୍ର ସିଂ, ବିର୍ଲା ବିଜୁ ପଟ୍ଟନାୟକ କର୍ମଚାରୀ ସଭାର କମଳଲୋଚନ ଦାସ, ବିଜୁ କର୍ମଚାରୀ ସଂଘର ଶିବ ପ୍ରସାଦ ଦାସ, ବିର୍ଲା ଟାୟାର୍ସ କର୍ମଚାରୀ ସଂଗ୍ରାମୀ ସାମ୍ମୁଖ୍ୟର ରାମାୟଣ ଯାଦବ, ବିର୍ଲା ଟାୟାର୍ସ ଶ୍ରମିକ କଂଗ୍ରେସର ଅଶୋକ ରାଉତ, ବିର୍ଲା ଟାୟାର୍ସ ୱାର୍କର୍ସ ଆଣ୍ଡ ଏମ୍ପ୍ଲୋଇ ୟୁନିଅନ୍‌ର ନୀଲକମୋଲ ଦାସ, ବିଜୁ ଶ୍ରମିକ ସଂଘର ଛବିନ୍ଦ୍ର ମହାନ୍ତି ପ୍ରମୁଖ ଧାରଣାର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri