ବିର୍ଲା ଟାୟାର୍ସ ସମ୍ମୁଖରେ ଧାରଣା ଦେଲେ ଶ୍ରମିକଙ୍କ ପରିବାର

ବାଲେଶ୍ୱର ଅଫିସ, ୨୧।୮-ବକେୟା ଦରମା ଏବଂ ନିୟମିତ କାମ ଦାବିରେ ବାଲେଶ୍ୱର ଜିଲା ରେମୁଣା ଶିଳ୍ପାଞ୍ଚଳ ଥାନା ଅଧୀନ ସରସ୍ବତୀପୁରସ୍ଥିତ ବିର୍ଲା ଟାୟାର୍ସ ଫାଟକ ସମ୍ମୁଖରେ ୧୫୦୦ ଶ୍ରମିକଙ୍କ ପରିବାର ଲୋକେ ଗତ ୧୮ ତାରିଖ ରାତିରୁ ଧାରଣାରେ ବସିଛନ୍ତି। ଦୀର୍ଘଦିନ ହେଲା ଶ୍ରମିକମାନେ ଦୁର୍ଦ୍ଦିନ ମଧ୍ୟରେ କାଳ କାଟୁଥିବା ବେଳେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆ ଯାଉ ନ ଥିବା ଅଭିଯୋଗ ହୋଇଛି। ଗୁରୁବାର ମଧ୍ୟାହ୍ନରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଶ୍ରମ ଅଧିକାରୀ ଅଭିମନ୍ୟୁ ପ୍ରଧାନ ଧାରଣାରତ ଶ୍ରମିକ ପରିବାର ଲୋକଙ୍କ ସହିତ ଆଲୋଚନା ପାଇଁ ଯାଇଥିବା ବେଳେ ଆକ୍ରୋଶର ଶିକାର ହୋଇଥିଲେ। ଫଳରେ ସେ ଧାରଣାସ୍ଥଳରୁ ପଳାଇ ଆସିଥିଲେ।
କାରଖାନାର ୯ଟି ସଙ୍ଗଠନ ମଧ୍ୟରୁ ୭ଟି ସଙ୍ଗଠନର ଶ୍ରମିକ ଓ ପରିବାର ଲୋକେ ଧାରଣାରେ ସାମିଲ୍‌ ଥିବା ବେଳେ ଅନ୍ୟ ୨ଟି ସଙ୍ଗଠନର ଶ୍ରମିକ ତଥା ଶ୍ରମିକ ନେତାଙ୍କର ସମର୍ଥନ ରହିଥିବା ଜଣାପଡ଼ିଛି। ଆପୋଷ ସମାଧାନ ପାଇଁ କାରଖାନାର ପରିଚାଳନା କମିଟି ଶ୍ରମିକ ସଙ୍ଗଠନର ନେତୃବର୍ଗଙ୍କ ସହ ଆଲୋଚନା କରିଥିଲେ। କାରଖାନା ଚଳାଇବାକୁ ପୁଞ୍ଜିର ଅଭାବ ଥିବା ସହ ଆସନ୍ତା ୨୧ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ କାରଖାନା ଚାଲୁ କଲେ ଗତ ଡିସେମ୍ବରରେ ଥିବା ବକେୟା ୧୫ଦିନର ଦରମା ଦିଆଯାଇପାରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଧାରଣାକାରୀମାନେ ଏକମତ ହୋଇ ନ ଥିବାରୁ ଆନ୍ଦୋଳନ ଜାରି ରହିଛି। ବିର୍ଲା ଟାୟାର୍ସ ମଜଦୁର ସଂଘର ସଦସ୍ୟ ଦେବେନ୍ଦ୍ର ସିଂ, ବିର୍ଲା ବିଜୁ ପଟ୍ଟନାୟକ କର୍ମଚାରୀ ସଭାର କମଳଲୋଚନ ଦାସ, ବିଜୁ କର୍ମଚାରୀ ସଂଘର ଶିବ ପ୍ରସାଦ ଦାସ, ବିର୍ଲା ଟାୟାର୍ସ କର୍ମଚାରୀ ସଂଗ୍ରାମୀ ସାମ୍ମୁଖ୍ୟର ରାମାୟଣ ଯାଦବ, ବିର୍ଲା ଟାୟାର୍ସ ଶ୍ରମିକ କଂଗ୍ରେସର ଅଶୋକ ରାଉତ, ବିର୍ଲା ଟାୟାର୍ସ ୱାର୍କର୍ସ ଆଣ୍ଡ ଏମ୍ପ୍ଲୋଇ ୟୁନିଅନ୍‌ର ନୀଲକମୋଲ ଦାସ, ବିଜୁ ଶ୍ରମିକ ସଂଘର ଛବିନ୍ଦ୍ର ମହାନ୍ତି ପ୍ରମୁଖ ଧାରଣାର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri