ଗଞ୍ଜାମ,୨୧।୮(ବିଦ୍ୟାଧର ସାହୁ ): ମଙ୍ଗଳବାର ଜାତୀୟ ରାଜପଥ ୧୬ ନମ୍ବର ହୁମା ଫାଣ୍ଡି ସାମ୍ନାରେ ଏକ ଟ୍ୟାଙ୍କର ଧକ୍କାରେ ଜଣେ ମହିଳାଙ୍କ ମୁତ୍ୟୁ ହୋଇଥିଲା । ସେ ହେଲେ ହୁମା କୈବର୍ତ୍ତ ସାହିର ବି ମାଳତୀ ପ୍ରଧାନ ଏବଂ ଅନ୍ୟ ଜଣେ ଆହତ ହୋଇଥିଲେ ସେ ହେଲେ କେ ଯମୁନା ପ୍ରଧାନ। ଏନେଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାର ନିକଟତମ ଆତ୍ମୀୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଚାରି ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଫଳରେ ମୃତକଙ୍କ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ବିଧାୟକ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ହୁମା ସମିତି ସଭ୍ୟ ତଥା ଭାଜପା ହୁମା ମଣ୍ଡଳ ସଭାପତି ଧ୍ରୁବ ଚରଣ ପଲାଇ କୃତଜ୍ଞତା ଜଣାଇଛନ୍ତି ।


