ମହିଳାଙ୍କ ମୃତଦେହ ଛାଡ଼ି ପଳାଇଲେ

ଚଣ୍ଡିଖୋଲ/ ଛତିଆ,୧୫।୫ (ଡି.ଏନ.ଏ.): ଅର୍ଥ ଅଭାବରୁ ମହିଳାଙ୍କ ମୃତଦେହ ଦାହ କରିପାରିଲେନି ପରିବାର। ରାସ୍ତାକଡ଼ରେ ଛାଡ଼ି ପଳାଇଲେ। ପ୍ରାୟ ୧୨ ଘଣ୍ଟା ମୃତଦେହ ପଡ଼ି ରହିବା ପରେ ଶନିବାର ସକାଳେ ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ କେତେଜେଣ ଯୁବକ ମୃତଦେହ ସତ୍କାର କରିଛନ୍ତି। ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୃତା ମହିଳା ହେଉଛନ୍ତି ଢେଙ୍କାନାଳ ଜିଲାର ଛବି ମିଶ୍ର (୨୭)। ଢେଙ୍କାନାଳ ଜିଲାର ମାୟାଧର ମହାନ୍ତିଙ୍କ ପରିବାର ଛତିଆ ପଞ୍ଚାୟତ ଅମରାବତୀ ପାଟଣା ଗ୍ରାମରେ ଘର ଭଡ଼ା ନେଇ ରହିଆସୁଛନ୍ତି। ସେ ତାଙ୍କ ସାନଝିଅ ଛବିଙ୍କୁ ଭୁବନ ଅଞ୍ଚଳରେ ବିବାହ କରାଇଥିଲେ। ତେବେ କିଛି ମାସ ହେବ ଛବି ଆସି ବାପଙ୍କ ଭଡ଼ା ଘର ଛତିଆରେ ରହୁଥିଲେ। ସେଠାରେ ପୁତ୍ରସନ୍ତାନ ଜନ୍ମ ହୋଇଥିଲା। ତେବେ ବୃଦ୍ଧ ମା’ବାପା ନିଜେ ରୋଜଗାର କରି ଚଳିବା ଅକ୍ଷମ ହୋଇଥିବା ବେଳେ ଝିଅ ଆସି ପହଞ୍ଚିବା ପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଥିଲା। ଏହାପରେ ଛବିଙ୍କ ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା। ତେବେ ଅର୍ଥ ଅଭାବ ଯୋଗୁ ତାଙ୍କର ଉତ୍ତମ ଚିକିତ୍ସା ହୋଇ ପାରି ନ ଥିଲା। ଶୁକ୍ରବାର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ବାମୀ ହେମନ୍ତ ମିଶ୍ର ପହଞ୍ଚି ତାଙ୍କୁ ବଡ଼ଚଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ମୃତଦେହ ଛତିଆକୁ ଆଣିଥିଲେ। ତେବେ ମୃତଦେହ ସତ୍କାର ପାଇଁ ଆବଶ୍ୟକ ଅର୍ଥ ନ ଥିବାରୁ ଛବିଙ୍କ ମା’ବାପା ଚିନ୍ତିତ ହୋଇ ପଡ଼ିଥିଲେ। ଶେଷରେ ଆମ୍ବୁଲାନ୍ସରୁ ଛବିଙ୍କ ମୃତଦେହ କାଢ଼ି ରାସ୍ତା କଡ଼ରେ ଥୋଇ ଘରକୁ ଫେରି ଆସିଥିଲେ। ଶନିବାର ସକାଳେ ଏହି ଘଟଣା ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଘଟଣା କ’ଣ ଜାଣି ନ ପାରି ଛତିଆ ବିଟ୍‌ ହାଉସ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ଛବିଙ୍କ ପରିବାରକୁ ପଚରାଉଚରା ବେଳେ ତାଙ୍କ ବାପା ଉପରୋକ୍ତ ଘଟଣା ପୋଲିସ ଆଗରେ ପ୍ରକାଶ କରିଥିଲେ। ଏହାପରେ ପୋଲିସ ଛବିଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପରେ ଛତିଆ ସରପଞ୍ଚ ରମେଶ ପୃଷ୍ଟି, ସ୍ଥାନୀୟ କେତେଜଣ ଯୁବକ ଓ ପୋଲିସ ସହାୟତାରେ ମୃତଦେହ ସତ୍କାର କରାଯାଇଥିଲା। ଅନ୍ୟପକ୍ଷରେ ଆମ୍ବୁଲାନ୍ସ ଚାଳକଙ୍କୁ ଅର୍ଥ ଦେଇ ନ ପାରିବାରୁ ସେ ରାସ୍ତାରେ ଛବିଙ୍କ ମୃତଦେହ ଛାଡ଼ି ଚାଲି ଯାଇଥିବା ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ: ରାଜନୀତିରେ ହଲଚଲ, ଆସିପାରେ ନୂଆ…

ଧର୍ମଶାଳା,୨୩ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…

ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍‌ନିକ୍‌ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri