ତାଳସଜ ବେପାରରେ ଚଳୁଛି ପରିବାର

ସିମୁଳିଆ,୧୭।୫-ମହାମାରୀ କରୋନା ସମୟରେ କ୍ଷୁଦ୍ର ବ୍ୟବସାୟୀମାନେ ଜୀବିକା ହରାଇ ନିରାଶ ହୋଇପଡିଥିବା ବେଳେ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଗୌଡ଼ଦିଆ ଅଞ୍ଚଳର ୬୪ବର୍ଷୀୟ ବ୍ରଜ ଶିଅଳ ଏବେ ରାସ୍ତାକଡରେ ତାଳସଜ ବିକି ବେଶ୍‌ ଦୁଇ ପଇସା ରୋଜଗାର କରୁଛନ୍ତି। ଏଭଳି ପ୍ରତିକୂଳ ପରିସ୍ଥିତିରେ ରୋଜଗାର ହେଉଥିବା ସୀମିତ ଅର୍ଥରେ ତାଙ୍କ ପରିବାର କଷ୍ଟେମଷ୍ଟେ ଚଳିଯାଉଛି। ସେ ନିଜେ ଗଛ ଚଢି ତାଳସଜ କାଟନ୍ତି। ଏଥିରୁ ସେ ଦୈନିକ ପ୍ରାୟ ଦେଢ଼ଶହରୁ ଦୁଇଶହ ଟଙ୍କା ରୋଜଗାର କରି ଗଛ ମାଲିକଙ୍କୁ ତାଙ୍କ ପ୍ରାପ୍ୟ ଦେବା ପରେ ସେ ମାର୍କୋଣା ଷ୍ଟେଶନ ବଜାର ଓ ଘରେ ତାଳସଜ ବିକ୍ରି କରନ୍ତି। ପୂର୍ବରୁ ୧୦ ପଇସାରେ ୪ଟା କୋଷା(ପିସ୍‌) ବିକ୍ରି କରାଯାଉଥିବା ବେଳେ ଏବେ ଦରଦାମ ବୃଦ୍ଧି ଯୋଗୁ ସେ ୧୦ଟଙ୍କାରେ ୫ଟି କୋଷା ବିକ୍ରି କରୁଛନ୍ତି। ତେବେ ସିଜିନ ଫଳ ଦେହ ପାଇଁ ହିତ। ଦିନକୁ ଦିନ ଗଛ ସଂଖ୍ୟା କମି ଚାଲିଥିବାରୁ ଆଗକୁ ଏହା ସ୍ବପ୍ନ ହେବ ବୋଲି ସେ କୁହନ୍ତି।
ତାଙ୍କ ୮ଜଣ ଭାଇଭଉଣୀ ମଧ୍ୟରେ ବ୍ରଜ ହେଉଛନ୍ତି ସବା ବଡ଼। ପରିବାର ଚଳାଇବା ପାଇଁ ସେ ୭ମ ଶ୍ରେଣୀରୁ ପାଠପଢ଼ାରେ ଡୋରି ବାନ୍ଧି ସେ ବାପାଙ୍କଠାରୁ ତାଳ ଗଛ ଓ ନଡ଼ିଆ ଗଛ ଚଢ଼ିବାର କୌଶଳ ଶିକ୍ଷା କରିଥିଲେ। ଲୋକଙ୍କ ଡାକରାରେ ସେ ନଡ଼ିଆ ଓ ତାଳ ଗଛର ବାହୁଙ୍ଗା ହାଣି ସଫା କରିବା ସହିତ ତାଳ ଓ ନଡ଼ିଆ ବିଛାଇବା କାମ କରନ୍ତି। ଏଥିପାଇଁ ନଡ଼ିଆ ଗଛ ପ୍ରତି ୫୦ ଓ ତାଳ ଗଛ ପ୍ରତି ୮୦ରୁ ୧୦୦ ଟଙ୍କା ପାରିଶ୍ରମିକ ନିଅନ୍ତି। ଏପ୍ରିଲ ଓ ମେ’ ଦୁଇମାସ ତାଳସଜ ବେପାର ହୁଏ। ଏହି ଦୁଇ ମାସରେ ତାଳ ସଜରୁ ସେ ପ୍ରାୟ ୧୦ହଜାର ଟଙ୍କା ଆୟ କରନ୍ତି। ବର୍ଷାଋତୁ ବ୍ୟତୀତ ଅବଶିଷ୍ଟ ଦିନରେ ସେ ଲୋକଙ୍କ ଡାକରା ଅନୁସାରେ ଯାଆନ୍ତି। ନିଜର ଏକର ଏକର ଜମିରେ ଧାନ ଚାଷ ମଧ୍ୟ କରନ୍ତି। ସୀମିତ ରୋଜଗାର ମଧ୍ୟରେ ନିଜର ୪ ଝିଅ ଓ ଜଣେ ପୁଅଙ୍କୁ ସେ ପାଠ ପଢ଼ାଇଛନ୍ତି। ପ୍ରତ୍ୟେକ ଦିନ ଗଛ ଚଢୁଥିବାରୁ ସୁସ୍ଥ ଅଛନ୍ତି ବୋଲି କୁହନ୍ତି ବ୍ରଜ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri