ନକଲି ଡାକ୍ତରଙ୍କ ଭଉଣୀ ଅଟକ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ବିଷୟରେ ଦିନକୁ ଦିନ ନୂଆ ତଥ୍ୟ ଆସିବାରେ ଲାଗିଛି। କେବଳ ରମେଶ ନୁହନ୍ତି, ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଏହି କଳାକାରନାମାରେ ସମ୍ପୃକ୍ତ ଅଛନ୍ତି। ବିଶେଷକରି ରମେଶଙ୍କ ଠକେଇ କାରନାମାରେ ଭଉଣୀ ରଶ୍ମିତା ବେହୁରା ସହଯୋଗ କରୁଥିବା ତଦନ୍ତରୁ ଜଣାପଡ଼ିଛି। ତେଣୁ କମିଶନରେଟ ପୋଲିସର ଏକ ଟିମ୍‌ ମଙ୍ଗଳବାର ଭୋର ସମୟରେ କେନ୍ଦ୍ରାପଡ଼ା ଜିଲା ଈଶ୍ୱରପୁରରେ ରଶ୍ମିତାଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ରଶ୍ମିତାଙ୍କୁ ଭୁବନେଶ୍ୱର ଆଣି ଏକ ଅଜ୍ଞାତ ସ୍ଥାନରେ ଅଟକ ରଖି ଜେରା କରୁଥିବା ଜଣାପଡ଼ିଛି। ତେବେ ପୋଲିସର ଚଢ଼ାଉ ସମ୍ପର୍କରେ ଜାଣିପାରି ରମେଶଙ୍କ ଭିଣୋଇ ଗଣେଶ୍ୱର ବେହୁରା ଖସି ପଳାଇଛନ୍ତି। ସେହିପରି କମିଶନରେଟ୍‌ ପୋଲିସର ଦୁଇଜଣିଆ ଟିମ୍‌ ମଙ୍ଗଳବାର ରମେଶଙ୍କ ପାଟପୁରା ଥାନା ଭଗବାନପୁରସ୍ଥିତ ସିଂହଳ ଗ୍ରାମରେ ଥିବା ପୈତୃକ ଘର ଉପରେ ଚଢ଼ାଉ କରି ବ୍ୟାଙ୍କ ସମ୍ବନ୍ଧିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।
ଗୃହ ପ୍ରବେଶ କରାଉଥିଲେ ଭଉଣୀ, ଭିଣୋଇ
ପୋଲିସ ସୂଚନା ଅନୁଯାୟୀ, ଭଉଣୀ ରଶ୍ମିତା ଏବଂ ଭିଣୋଇ ଗଣେଶ୍ୱର ଅଭିଯୁକ୍ତ ରମେଶଙ୍କ ସହ ସମସ୍ତ ଘଟଣାରେ ସମ୍ପୃକ୍ତ ଥିଲେ। ରମେଶ ଏକାଧିକ ବିବାହ କରୁଥିବାବେଳେ ଭଉଣୀ ଓ ଭିଣୋଇ ବରଯାତ୍ରୀରେ ଯାଉଥିଲେ। ନୂଆ ବୋହୂ ଘରକୁ ଆସିଲେ ଭଉଣୀ ଗୃହ ପ୍ରବେଶ ମଧ୍ୟ କରାଉଥିଲେ। ରମେଶ ଯାହା ଟଙ୍କା ଓ ଅଳଙ୍କାର ମହିଳାଙ୍କଠୁ ଠକି ଆଣୁଥିଲେ ଭଉଣୀ ଓ ଭିଣୋଇ ସେସବୁରୁ ଭାଗ ନେଉଥିଲେ। ଏହି କାରନାମାରେ ରମେଶଙ୍କ ପପୁ ନାମକ ଜଣେ ଡ୍ରାଇଭର ମଧ୍ୟ ସାମିଲ ଥିଲେ। ତାଙ୍କୁ ଧରିବାକୁ ପୋଲିସ ଖୋଳତାଡ଼ କରୁଛି। ତାଙ୍କର ଦ୍ୱିତୀୟ ସ୍ତ୍ରୀ ଠକେଇରେ ସାମିଲ ଥିବା ଅଭିଯୋଗ ହେବାପରେ ପୋଲିସ ତାଙ୍କୁ ଖୋଜିବାରେ ଲାଗିଛି। ଡ୍ରାଇଭର, ଭିଣୋଇ ଧରାପଡ଼ିଲେ ଲୁଚି ରହିଥିବା ଅନେକ ଗୋପନ ତଥ୍ୟ ପଦାକୁ ଆସିବ। ବୁଧବାର ରିମାଣ୍ଡର ୫ମ ତଥା ଶେଷ ଦିନ ହୋଇଥିବାବେଳେ ଭଉଣୀ ଓ ରମେଶଙ୍କୁ ସାମ୍ନାସାମ୍ନି ଜେରା କରିବାକୁ ପୋଲିସ ଚେଷ୍ଟା କରିବ ବୋଲି ଜଣାପଡ଼ିଛି।
ଚାରା ଆଣି ବ୍ୟବସାୟୀଙ୍କୁ ୪ ଲକ୍ଷ ଠକିଥିବା ଅଭିଯୋଗ
ରମେଶଙ୍କ ନାଁରେ ଠକେଇର ତାଲିକା ବଢ଼ିବାରେ ଲାଗିଛି। ଆନ୍ଧ୍ରପ୍ରଦେଶର ଭେଙ୍କଟ ରମଣ ନାମକ ଜଣେ ବ୍ୟବସାୟୀଙ୍କଠୁ ରମେଶ ୪ ଲକ୍ଷ ଟଙ୍କାର ଚାରା ଆଣି ଟଙ୍କା ଦେଇ ନ ଥିଲେ। ଏହାପରେ ଜାଲ୍‌ ଚେକ୍‌ ଦେଇ ତାଙ୍କୁ ଠକିଥିଲେ। ଏନେଇ ମଙ୍ଗଳବାର ବ୍ୟବସାୟୀଙ୍କ ପକ୍ଷରୁ ମହିଳା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ଆଉ ଜଣେ ଡାକ୍ତର ରମେଶଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ଲାଇଫ୍‌ ସ୍ପାମ୍‌ କ୍ଲିନିକରେ ନନ୍‌-ବ୍ରାଣ୍ଡେଡ୍‌ ଔଷଧ ବିକ୍ରି କରିବାକୁ ବାଧ୍ୟ କରିବା ସହ ଦରମା ଦେଇ ନ ଥିବା ସେ ପୋଲିସକୁ କହିଛନ୍ତି। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଅଭିଯୁକ୍ତ ରମେଶ ନିଜକୁ ଡାକ୍ତର ପରିଚୟ ଦେଇ ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍‌ ସାଇଟ୍‌ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରୁଥିଲେ। ପରବର୍ତ୍ତୀ ସମୟରେ ଟଙ୍କା, ସୁନା ଓ ସମ୍ପତ୍ତି ଲୁଟୁଥିଲେ। ତାଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ଏବେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି।
୨୦୧୫ରେ ଡାଇବେଟିସ୍‌ କ୍ଲିନିକ ସିଲ୍‌ କରିଥିଲା ଡିଏମ୍‌ଇଟି
ଭୁବନେଶ୍ୱର ନୟାପଲ୍ଲୀ ଥାନା ଜୟଦେବ ବିହାର ଅଞ୍ଚଳରେ ରମେଶ ବେଆଇନ୍‌ ଭାବେ ଏକ ଡାଇବେଟିସ୍‌ କ୍ଲିନିକ୍‌ ଖୋଲିଥିଲେ। ସେ ଡାକ୍ତର ନ ହୋଇ ମଧ୍ୟ ରୋଗୀଙ୍କ ଚିକିତ୍ସା କରୁଥିଲେ। ସେଠାରେ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନ ଥିଲା। ଏପିରିକି କ୍ଲିନିକାଲ୍‌ ଆକ୍ରିଡେଶନ ଆକ୍ଟ ଅନୁଯାୟୀ ମଧ୍ୟ ରେଜିଷ୍ଟ୍ରେଶନ ହୋଇ ନ ଥିଲା। ରମେଶ ଉକ୍ତ କ୍ଲିନିକର ଡିଜିଟାଲ ମାଧ୍ୟମରେ ପ୍ରଚାର ପ୍ରସାର କରୁଥିଲେ। ରୋଗୀ ଫୋନ୍‌ କରିବା ପରେ ସେମାନଙ୍କ ଘରକୁ ଯାଇ ରମେଶ ଚିକିତ୍ସା କରୁଥିଲେ। ଅଭିଯୋଗ ହେବା ପରେ ୨୦୧୫ ନଭେମ୍ବର ୪ରେ ଡିଏମ୍‌ଇଟି ଓ ପୋଲିସ ମିଳିତ ଭାବେ ଚଢ଼ଉ କରି କ୍ଲିନିକ୍‌କୁ ସିଲ୍‌ କରିଥିଲେ। ସେତେବେଳେ ରମେଶ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri