Posted inଜାତୀୟ

ବଜାରରେ ରେନୋ କାଇଗରର ପରିବର୍ଦ୍ଧିତ ରେଞ୍ଜ

ନୂଆଦିଲ୍ଲୀ,୨୧।୫: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ରେନୋଲ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌(ରେନୋ)ର ଲୋକପ୍ରିୟ ଏବଂ ପ୍ରମୁଖ ଭାରିଆଣ୍ଟ ରେନୋ କାଇଗରର ପରିବର୍ଦ୍ଧିତ ରେଞ୍ଜକୁ ନିକଟରେ ବଜାର ପ୍ରବେଶ କରାଯାଇଛି। ସେହିଭଳି ବର୍ତ୍ତମାନ ରେନୋ କାଇଗରର ଆର୍‌ଏକ୍ସଟି(ଓ) ଏମ୍‌ଟି ଭାରିଆଣ୍ଟ ବଜାରରେ ଉପଲବ୍ଧ ହେଉଛି। ଏହାର ବଜାର ମୂଲ୍ୟ ୭. ୯୯ ଲକ୍ଷ ଟଙ୍କା ରହିଥିବା ବେଳେ ସେଥିରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସାମିଲ ରହିଛି। ୮ ଇଞ୍ଚର ବୃହତ୍‌ ଟଚ୍‌ସ୍କ୍ରିନ୍‌ ସହ ଓୟାରଲେସ୍‌ କନେକ୍ଟିଭିଟ, ଏଲ୍‌ଇଡି ହେଡ୍‌ ଲ୍ୟାମ୍ପ, ଆଲୟହୁଇଲ ଏବଂ ହାଇ ସେଣ୍ଟର କନ୍‌ସୋଲ ଭଳି ଅନେକ ସୁବିଧା ଉପଲବ୍ଧ। ସେହିପରି କମ୍ପାନୀର ଆର୍‌ଏକ୍ସଜେଡ୍‌ ଭର୍ସନରେ ମଧ୍ୟ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଯୋଗାଇ ଦିଆଯାଉଛି। ବିଶେଷ କରି ଉକ୍ତ ଅଫର ଜରିଆରେ କମ୍ପାନୀ ଗ୍ରାହକଙ୍କୁ ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ ସୁବିଧା ଯୋଗାଇ ଦେଉଥିବାବେଳେ ଏକ୍ସଚେଞ୍ଜ କ୍ଷେତ୍ରରେ ୨୦, ୦୦୦ ଟଙ୍କାର ସୁବିଧା ଏବଂ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ କର୍ପୋରେଟ ସୁବିଧା ଓ ୪୯, ୦୦୦ ଟଙ୍କାର ଲୟାଲିଟି ବେନିଫିଟ୍‌ ପ୍ରଦାନ କରାଯାଉଛି। ଏ ସମ୍ପର୍କରେ ରେନୋଲ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା କଣ୍ଟ୍ରି ସିଇଓ ଭେଙ୍କଟରାମ ମାମିଲାପାଲେ କହିଛନ୍ତି, କମ୍ପାନୀ ସର୍ବଦା ଗ୍ରାହକଙ୍କୁ ବିଶ୍ୱଶ୍ରେଣୀୟ ଉତ୍ପାଦ ଓ ସେବା ଯୋଗାଇ ଦେଉଛି। ଏପରିକି ଗ୍ରାହକଙ୍କୁ ଭରସାଯୋଗ୍ୟ ଡେଲିଭରି ପ୍ରଦାନ କରିଥାଉ। ସେହିଭଳି ଗ୍ରାହକଙ୍କ ସହ ନିରନ୍ତର ସମ୍ପର୍କ ସୃଷ୍ଟି ଏବଂ ଆବଶ୍ୟକ ସେବା ଓ ସୁବିଧା ଯୋଗାଇଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri