ଶେଷ ହେଉନି ସମ୍ପ୍ରସାରଣ

ଅନୁଗୋଳ ଅଫିସ, ୧୧।୧୨: କେନ୍ଦ୍ରାଞ୍ଚଳ ଦେଇ ପୂର୍ବରୁ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଥିବା ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣରେ ଅହେତୁକ ବିଳମ୍ବ ହେଉଛି। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଏହି କାର୍ଯ୍ୟ ଠିକାସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟକୁ ଦିଆଯାଇଛି। କିନ୍ତୁ ସମୟସୀମା ଶେଷ ହୋଇଯାଇଥିଲେ ମଧ୍ୟ ଉକ୍ତ ସଂସ୍ଥା ନିର୍ମାଣ ଶେଷ କରିପାରି ନାହିଁ। ଫଳରେ ଦୈନିକ ହଜାର ହଜାର ଭାରୀଯାନ ଚଳାଚଳ କରୁଥିବା ଏହି ରାଜପଥରେ ଦୁର୍ଘଟଣା ସଂଖ୍ୟା ବଢ଼ିଚାଲିଛି। ଗତ ୩ ବର୍ଷ ମଧ୍ୟରେ ଶତାଧିକ ଯାତ୍ରୀଙ୍କ ଜୀବନ ହାନି ହୋଇସାରିଛି। ସମ୍ପ୍ରସାରଣ କିପରି ଶୀଘ୍ର ଶେଷ ହେବ ତାହା ଉପରେ ଠିକା ସଂସ୍ଥା କିମ୍ବା ଏନ୍‌ଏଚ୍‌ଏଆଇ ଜୋର୍‌ ଦେଉ ନ ଥିବାରୁ ଅନୁଗୋଳ ଜିଲାରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।
କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ଗାୟତ୍ରୀ ପ୍ରୋଜେକ୍ଟକୁ ମିଳିଛି। ଅନୁଗୋଳରୁ ସମ୍ବଲପୁର ପର୍ଯ୍ୟନ୍ତ ୧୨୫୫ କୋଟି ଓ ଅନୁଗୋଳରୁ କଟକ ଯାଏ ୫୮୩ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ଅନୁଗୋଳ-ସମ୍ବଲପୁର ରାସ୍ତା କାର୍ଯ୍ୟ ୨୦୧୬ରେ ଆରମ୍ଭ ହୋଇଥିଲା। ଚୁକ୍ତି ମୁତାବକ ହଜାରେ ଦିନରେ ସମ୍ପ୍ରସାରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ୪ଟି ଓଭରବ୍ରିଜ୍‌, ୩ ଅଣ୍ଡରପାସ୍‌, ୧୦ ସର୍ଭିସ ରୋଡ୍‌, ୨ଟି ଟ୍ରକ୍‌ ପାର୍କିଂ ସ୍ଥଳ ନିର୍ମାଣ ସହ ୩୮ଟି ବଡ଼ ଛକ ଓ ୬୫ଟି ଛୋଟ ଛକର ଉନ୍ନତୀକରଣ ହେବାର ଯୋଜନା ରହିଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ନୂଆ କାର୍ଯ୍ୟ ଏଥିରେ ଯୋଡ଼ି ହୋଇଛି। କିନ୍ତୁ ନିର୍ଦ୍ଧାରିତ ସମୟ ଗଡ଼ି ଯାଇଥିଲେ ମଧ୍ୟ ସମ୍ପ୍ରସାରଣ ସରିପାରୁ ନାହିଁ। ନୂତନ ନିର୍ମାଣ ଅତ୍ୟନ୍ତ କଛପ ଗତିରେ ଚାଲୁଥିବା ବେଳେ ପୁରୁଣା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୨୦୧୮ରେ ଜିଲାର ବିଭିନ୍ନ ରାସ୍ତାରେ ୪୯୬ ଦୁର୍ଘଟଣା ଘଟି ୨୧୫ ଜଣଙ୍କ ଜୀବନ ଯାଇଛି। ୨୦୧୯ରେ ୨ଶହ ଓ ୨୦୨୦ରେ ପାଖାପାଖି ୨ଶହ ଦୁର୍ଘଟଣାରେ ୯୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସଂଖ୍ୟା ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ଦୁର୍ଘଟଣା ଓ ଜୀବନହାନି ୫୫ ନଂ. ଜାତୀୟ ରାଜପଥରେ ହୋଇଛି। ସମ୍ପ୍ରସାରଣ ବିଳମ୍ବ ଓ ରାସ୍ତା ମରାମତି ଠିକ୍‌ ଭାବେ ହେଉ ନ ଥିବାରୁ ଅନେକ ସମୟରେ ଠିକା ସଂସ୍ଥା ଏବଂ ଏନ୍‌ଏଚ୍‌ଏଆଇ ବିରୋଧରେ ଜିଲାବାସୀ ଆନ୍ଦୋଳନ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଦୁଇ ଥର ଏନ୍‌ଏଚ୍‌ଏଆଇ ନାମରେ ମାମଲା ରୁଜୁ କରାଯାଇଛି। ପ୍ରଥମେ ୨୦୧୮ରେ ଅନୁଗୋଳ ଉପଜିଲାପାଳ ଏକ ମାମଲା ରୁଜୁ କରିଥିଲେ। ୨୦୧୯ ସେପ୍ଟେମ୍ବର ୧୨ରେ ନଂ. ୧୪୭/୨୦୧୯ରେ ଅନ୍ୟ ଏକ ମାମଲା ରୁଜୁ ହୋଇଥିଲା। ବଅଁରପାଳର ଏକ ସଙ୍ଗଠନ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିବା ପରେ ୧୩୩ ସିଆର୍‌ପିସି (ସାଧାରଣ ଲୋକଙ୍କ ସମସ୍ୟା ଜନିତ)ରେ ପିଡି ଏନ୍‌ଏଚ୍‌ଏଆଇ ଢେଙ୍କାନାଳଙ୍କ ନାମରେ ମାମଲା କରାଯାଇଥିଲା। ରାସ୍ତା ମରାମତିର ପ୍ରମାଣ ଏନ୍‌ଏଚ୍‌ଏଆଇ ଦେବା ପରେ ନଭେମ୍ବର ୭ରେ ଉକ୍ତ ମାମଲା ବନ୍ଦ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେହିପରି ରାଜପଥ ସମସ୍ୟା ନେଇ ଏକ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ନିକଟ ଅତୀତରେ ଧାରଣା ଦିଆଯାଇଥିଲା। ତଥାପି କାର୍ଯ୍ୟ ଜୋର୍‌ ଧରୁ ନ ଥିବା ଜିଲାବାସୀ ଅଭିଯୋଗ କରିଛନ୍ତି।
ପ୍ରଶାସନର ନିଷ୍କ୍ରିୟତା ଦାୟୀ
ଜିଲା ପ୍ରଶାସନର ନିଷ୍କ୍ରିୟତା କାରଣରୁ ଜାତୀୟ ରାଜପଥ କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ଏ ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିବାରୁ ଜନଆକ୍ରୋଶରୁ ବର୍ତ୍ତିବା ପାଇଁ ପ୍ରଶାସନ ଏନ୍‌ଏଚ୍‌ଏଆଇ ଓ ଠିକା ସଂସ୍ଥାକୁ ତାଗିଦ୍‌ କରିବାର କେବଳ ବାହାନା କରୁଛି।
-ରଶ୍ମିରଞ୍ଜନ ସାହୁ, ଅନୁଗୋଳବାସୀ
ଅଯଥାରେ ଅର୍ଥ ବ୍ୟୟ କରା ନ ଯାଉ
ରାଜପଥ ସମ୍ପ୍ରସାରଣ ପାଇଁ ସରକାର ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରା ନ ଯିବା ଦ୍ୱାରା ପ୍ରକଳ୍ପ ପାଇଁ ଅତିରିକ୍ତ ଅର୍ଥ ବ୍ୟୟ କରାଯାଉଛି। ତେଣୁ ଜନସାଧାରଣଙ୍କ ଅର୍ଥର ଏପରି ଅଯଥା ବ୍ୟୟ କରା ନ ଯାଉ।
-ଶ୍ରୀକାନ୍ତ ମିଶ୍ର, ବରିଷ୍ଠ ନାଗରିକ, ଅନୁଗୋଳ
ମାର୍ଚ୍ଚ ୨୦୨୧ ସୁଦ୍ଧା ସରିବ
ଦୁଇ ପର୍ଯ୍ୟାୟରେ ରାଜପଥ ଭାଗ କରାଯାଇଥିବାରୁ ସମସ୍ୟା ହେଉଛି। ମାର୍ଚ୍ଚ ୨୦୨୧ ସୁଦ୍ଧା ସମ୍ବଲପୁରରୁ ରନ୍ତଲେଇ ଯାଏ ସାରିବାକୁ ସମ୍ବଲପୁର ଏନ୍‌ଏଚ୍‌ଏଆଇ ପିଡି ପ୍ରତିଶ୍ରୁତି ଦେଇଛନ୍ତି। ଡିସେମ୍ବର ୨୦୨୧ ସୁଦ୍ଧା ବାଇପାସ୍‌ ନିର୍ମାଣ ଶେଷ ପାଇଁ ଢେଙ୍କାନାଳ ଏନ୍‌ଏଚ୍‌ଏଆଇ ପିଡି ପ୍ରତିଶ୍ରୁତି ଦେଇଛନ୍ତି।
-ବିଭବ ସାମନ୍ତସିଂହାର, ଆଞ୍ଚଳିକ ପରିବହନ ଅଧିକାରୀ, ଅନୁଗୋଳ
ବିଭିନ୍ନ ସମୟରେ ତାଗିଦ୍‌ କରାଯାଉଛି
ଜାତୀୟ ରାଜପଥ କାର୍ଯ୍ୟ ଅନୁଧ୍ୟାନ ସହ ମରାମତି କରିବାକୁ ଏନ୍‌ଏଚ୍‌ଏଆଇ ଓ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଉଛି। ଏନ୍‌ଏଚ୍‌ଏଆଇ ପକ୍ଷରୁ ମଧ୍ୟ କାର୍ଯ୍ୟ କରାଯାଉଛି। ଜିଲାବାସୀ ଯେପରି ଯାତାୟାତରେ ସମସ୍ୟା ନ ଭୋଗିବେ ସେଥିପ୍ରତି ପ୍ରଶାସନ ଯତ୍ନବାନ ରହିଛି।
-ବାସୁଦେବ ଶତପଥୀ, ଉପଜିଲାପାଳ ଅନୁଗୋଳ
ଜମି ଅଧିଗ୍ରହଣ ନ ହେବା ବାଧକ
ବିଭିନ୍ନ ସମୟରେ ପ୍ରଶାସନ ଜମି ହସ୍ତାନ୍ତର କରିପାରୁ ନ ଥିବାରୁ ରାସ୍ତା କାର୍ଯ୍ୟରେ ବାଧା ଉପୁଜୁଛି। ଅନୁଗୋଳରୁ ବାମୁର ପର୍ଯ୍ୟନ୍ତ ୪୮ଟି ପ୍ଲଟରେ ସମସ୍ୟା ରହିଛି। ପ୍ରଶାସନ ଏଯାଏ ସମାଧାନ ବାଟ ବାହାର କରିପାରୁ ନାହିଁ। ତେଣୁ ନିର୍ମାଣ କାମ ସମୟ ସୀମା ମଧ୍ୟରେ ଶେଷ ହୋଇପାରୁ ନାହିଁ। ତେବେ ଢେଙ୍କାନାଳରେ ୯୦ ପ୍ରତିଶତ ଜମି ମିଳିସାରିଛି।
-ଜି.ପଦ୍ମନାଭନ, ଡିଜିଏମ୍‌, ଗାୟତ୍ରୀ ପ୍ରୋଜେକ୍ଟ


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ମଝିରେ ଷ୍ଟେଜ୍‌ରେ ଗଳିପଡିଲେ ସାଇ, ରାତି ଅଧରେ ଗଲେ ମେଡିକାଲ

ଭୁବନେଶ୍ୱର,୬।୨: ଅସୁସ୍ଥ ହେଲେ ତୁଳସୀ ଗଣନାଟ୍ୟର ମୁଖ୍ୟ ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡା। ଅଧାରୁ ବନ୍ଦ ହେଲା ଯାତ୍ରା। ଯାତ୍ରା ଅଧାରୁ ସାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ପ୍ରାକ ବଜେଟ ବୈଠକରେ ହେଲା ଜରୁରୀ ଆଲୋଚନା: ମଧ୍ୟବିତ୍ତଙ୍କ ପାଇଁ ଏଥର ଫୋକସ୍‌ରେ ରହିବ…

ଭୁବନେଶ୍ୱର,୬।୨: ଆସନ୍ତା ୨୦ ଫେବୃୟାରୀରେ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଏହା ପୂର୍ବରୁ ଓଡ଼ିଶାବାସୀଙ୍କ ଠାରୁ ମଧ୍ୟ ରାୟ ଲୋଡିଛନ୍ତି ରାଜ୍ୟ ସରକାର। ମୁଖ୍ରମନ୍ତ୍ରୀ କହିଛନ୍ତି,…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

ଭାଙ୍ଗିଗଲାଣି ଶ୍ରେଣୀଗୃହ, ଗଛତଳେ ପଢୁଛନ୍ତି ପିଲା

କେସିଙ୍ଗା/ନର୍ଲା,୬ା୨(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳରେ ଅସ୍ଥାପତି ବିଦ୍ୟାଳୟକୁ ଶିକ୍ଷା ବିଭାଗ ସମେତ ନେତା ବିଧାୟକଙ୍କ ଦୃଷ୍ଟି ଗୋଚର…

ଶାଗୁଆନ ଜଙ୍ଗଲରେ ନିଆଁ

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ ବମକେଇ ପଞ୍ଚାୟତ ମାଟିଆପଲ୍ଲୀ ଗ୍ରାମ ଶାଗୁଆନ ଜଙ୍ଗଲରେ ଗୁରୁବାର ରାତିରେ ନିଆଁ ଲାଗିଥିବା ଜଣାପଡ଼ିବା…

ଓଡ଼ିଶାର ବିଭିନ୍ନ କୋର୍ଟକୁ ବୋମା ଧମକ: ସୁରକ୍ଷା କଡ଼ାକଡ଼ି, ତଲାସୀ ଜାରି

ଭୁବନେଶ୍ୱର,୬।୨: ଓଡ଼ିଶାର ବିଭିନ୍ନ ଜିଲା କୋର୍ଟକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି। ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri