କ୍ଷମତା ନିୟନ୍ତ୍ରଣର ଯୁଗ

ଶିକ୍ଷାବିତ୍‌ଙ୍କ ବାସ୍ତବ ତଥ୍ୟ ଓ ରାଜନେତାଙ୍କ ବିଚାରର ଦ୍ୱନ୍ଦ୍ୱ ମଧ୍ୟରୁ କେଉଁଟିକୁ ପସନ୍ଦ କରିବ ବୋଲି ଭାରତ ଯେଭଳି ଜଟିଳତାର ସମ୍ମୁଖୀନ ହୋଇଛି ଚାଇନା ମଧ୍ୟ ସେହିଭଳି ସ୍ଥିତିକୁ ସାମ୍ନା କରିଛି। କିନ୍ତୁ ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ଭାରତର ଇତିହାସ ବିବିଧତା ଉପରେ ଅଧାରିତ ଥିବାବେଳେ ଚାଇନାର ଇତିହାସ ହେଉଛି ଏକତାର ସମ୍ଭାର। ଭାରତରେ ଆନ୍ତଃଜାତି ବିବାହକୁ ବିଶ୍ୱାସ କରୁଥିବା ଅନେକ ଶହ ଜାତି ଅଛନ୍ତି। କର୍ମ ଓ ବର୍ଣ୍ଣ ଅନୁଯାୟୀ ସେମାନଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇଛି। ଏଥିରେ ଆଉ କୌଣସି ନୂଆ ଜାତି ଯୋଡ଼ି ହୋଇନାହିଁ। ଏହିସବୁ ଜାତି ମଧ୍ୟରେ ବିଶ୍ୱାସ ରହିଛି ଯେ, ଜାତି ବାହାରେ ବିବାହ କରିବା ଏକ ଅପବିତ୍ର କାର୍ଯ୍ୟ। ପୁରାତନ ଯୁଗରେ ବୌଦ୍ଧ ଧର୍ମକୁ ଏକ ଧର୍ମ ଭାବେ ଗଣାଯିବା ପୂର୍ୱରୁ ଅଧିକାଂଶ ଲୋକ, ଯେଉର୍ଁମାନେ ବୁଦ୍ଧଙ୍କୁ ଓ ବୌଦ୍ଧ ଧର୍ମର ବ୍ୟବସ୍ଥାକୁ ଗ୍ରହଣ କରୁଥିଲେ , ସେମାନେ ସେମାନଙ୍କ ଜାତି ପ୍ରତି ଅନୁରକ୍ତ ଥିଲେ। ତେବେ ବୌଦ୍ଧ ବିଚାରଧାରା ପରବର୍ତ୍ତୀ ସମୟରେ ଏକ ଧର୍ମ ଭାବେ ପରିପ୍ରକାଶ ହୋଇଥିଲା।
ବୌଦ୍ଧଧର୍ମ ଚାଇନାରେ ଯେତେବେଳେ ପ୍ରବେଶ କରିଥିଲା ସେତେବେଳେ ଚାଇନା ତାଓ୍ୱିଷ୍ଟ ଓ କନ୍‌ଫ୍ୟୁସିଆନ ସିଦ୍ଧାନ୍ତ ଆଧାରରେ ଚାଲୁଥିଲା। ସେ ସମୟରେ ଚାଇନାର ଆଧ୍ୟାତ୍ମିକ ବା ଦାର୍ଶନିକ ପଥ ପ୍ରତି ବୌଦ୍ଧଧର୍ମ ଏକ ଆହ୍ୱାନକାରୀ ଶକ୍ତି ଭାବେ ଉଭା ହୋଇଥିଲା। ହେଲେ ଧୀରେ ଧୀରେ ବୌଦ୍ଧ ବିରାରଧାରାକୁ ଚାଇନା ଗ୍ରହଣ କରିଥିଲା। ତେବେ ଚାଇନାରେ ହାନ୍‌ ସିଦ୍ଧାନ୍ତ ଅଧିକ ଗ୍ରହଣୀୟ ହୋଇଛି। ଚାଇନା ଦର୍ଶନର ସଂସ୍କୃତିଗତ ଗ୍ରହଣୀୟତାକୁ ଆଧାର କରି ଗଢ଼ିଉଠିଥିବା ହାନ୍‌ ସିଦ୍ଧାନ୍ତ ସାମାଜିକ ବ୍ୟବସ୍ଥାର ଅଂଶ ପାଲଟିଯାଇଛି। ଏପରିକି ଚାଇନାକୁ ଶାସନ କରିଥିବା ମଙ୍ଗୋଲୀୟ ଓ ମାଞ୍ଚୁରୀୟ, ଉତ୍ତରଭାଗର ଯାଯାବର ସମୁଦାୟ ସମୟକ୍ରମେ ହାନ୍‌ ବିଚାରଧାରାକୁ ଗ୍ରହଣ କରିଯାଇଥିଲେ। ଏବେ ଚାଇନାର ୯୦% ଲୋକ ହାନ୍‌ ସିଦ୍ଧାନ୍ତକୁ ମାନିନେଇଛନ୍ତି। ହେଲେ ତିବ୍ୱତର ବୌଦ୍ଧଧର୍ମାବଲମ୍ୱୀ ଓ ଉଇଘରର ମୁସଲମାନମାନେ ଏହି ଦର୍ଶନକୁ ଗ୍ରହଣ କରିନାହାନ୍ତି, ଯେଉଁଥିପାଇଁ ରାଜନୈତିକ ସ୍ତରରେ ସେମାନଙ୍କୁ ଏକ ବିପଦ ବୋଲି ମନେକରାଯାଉଛି।
ଚାଇନାର ଇତିହାସକୁ ବୁଝିବାକୁ ହେଲେ ଏହାର କ୍ଷମତା, ଅବିଶ୍ୱାସ ମାନସିକତା, ପତନ ତଥା ପୁନରାବୃତ୍ତିର ଏକ ଚକ୍ରକୁ ବଝିିବାକୁ ପଡ଼ିବ। ଅନେକ ଶତାବ୍ଦୀ ଧରି କନ୍‌ଫୁସିୟସ ଦର୍ଶନର ସମ୍ପର୍କବାଦ ଏବଂ ବିଧିବାଦୀ ଯୋଗ୍ୟତାବାଦ ମଧ୍ୟରେ ଚାଇନା ଲଗାତର ଆଗପଛ ହୋଇ ଚାଲିଆସିଛି। ଚାଇନା ଇତିହାସରେ ୩,୦୦୦ରୁ ଊର୍ଦ୍ଧ୍ୱ ଏକ ଡଜନରୁ ଅଧିକ ରାଜବଂଶ ଶାସନ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକେ ଅନ୍ୟଠାରୁ ନିଜକୁ ନିଆରା ବୋଲି ଦାବି କରନ୍ତି, ହେଲେ କାହାଣୀ ସବୁବେଳେ ସମାନ ହୋଇଛି। ନୂଆ ସମ୍ରାଟ ଆସିଛନ୍ତି, କିନ୍ତୁ ଏକାପ୍ରକାର ଏକଚ୍ଛତ୍ରବାଦ ଆପଣାଇଛନ୍ତି। ଶାସନରେ ନୂଆ ପତାକା ହୋଇଛି, ହେଲେ ସମାନ ପ୍ରକାର ଭୟ ରହିଛି। ଗୋଟିଏ ରାଜବଂଶର ପତନ ଘଟିଛି ଏବଂ ପୁନର୍ୱାର ଏକ ନୂଆ ଜାତି, ନୂଆ ପ୍ରଥାକୁ ନେଇ ଆଉ ଏକ ରାଜବଂଶର ଉତ୍‌ଥାନ ଆରମ୍ଭ ହୋଇଛି। ରାଜବଂଶ ଶାସନର ଅଧ୍ୟାୟରେ କେବେ ବି ପରିବର୍ତ୍ତନ ଘଟିନାହିଁ। କୃଷକମାନେ ଭୋକରେ ମୃତ୍ୟୁବରଣ କରୁଥିବାବେଳେ ଶାସକମାନେ ବିଳାସରେ ସମୟ କାଟନ୍ତି। ପରେ ଏଭଳି ସ୍ଥିତିକୁ ନେଇ ବିଦ୍ରୋହ ତେଜିବା ଅପରିହାର୍ଯ୍ୟ ହୋଇପଡ଼େ। ବିଦ୍ରୋହରୁ ପରିବର୍ତ୍ତନର ଧାରା ଆସେ। ଦାବି କରାଯାଏ ଯେ,‘ସ୍ୱର୍ଗର ଦେବଶକ୍ତି’ ତାଙ୍କୁ ଶାସକ ଭାବେ ବାଛିଛି ଏବଂ ସେ ପୁରୁଣା ସମ୍ରାଟଙ୍କୁ ହତ୍ୟା କରି ସିଂହାସନ ଦଖଲ କରନ୍ତି । ନିଜକୁ ସ୍ୱର୍ଗର ପୁତ୍ର ବୋଲି ଘୋଷଣା କରନ୍ତି। ଗୋଟିଏ କିମ୍ୱା ଦୁଇଟି ପିଢ଼ି ପାଇଁ ଏଭଳି ବ୍ୟବସ୍ଥା ଜାରି ରହେ। ତା’ପରେ ଆସିଯାଏ ବନ୍ୟା, ଦୁର୍ଭିକ୍ଷର ପ୍ରଭାବ ଏବଂ ଟିକସ ଚାପ। ସମ୍ରାଟଙ୍କ କ୍ଷମତା ବଢ଼େ ଏବଂ କୃଷକ ହତାଶ ହୋଇଯାଏ। ସମୟକ୍ରମେ ସାମ୍ରାଜ୍ୟ ଭୁଶୁଡ଼ି ପଡ଼େ ଏବଂ ଆଉ ଏକ ପର୍ଯ୍ୟାୟ ଆରମ୍ଭର ସଙ୍କେତ ଦିଏ। ଅବଶ୍ୟ ଏହା ହେଉଛି ନିଶ୍ଚିତ ରୂପେ ଏକ ନିରାଶାବାଦୀ ଦୃଷ୍ଟିକୋଣ।
ପ୍ରତ୍ୟେକ ରାଜବଂଶ ଏକଚ୍ଛତ୍ରବାଦକୁ ନୂଆ ରୂପ ଦେଇଛନ୍ତି। କିନ୍‌ ରାଜବଂଶ ବିଧିବାଦ ଅର୍ଥାତ କଠୋର ଆଇନକୁ ଉପଯୋଗ କରିଥିଲା, ଯାହାର ସାମାଜିକ, ଭାବଗତ କିମ୍ୱା ବୃତ୍ତିଗତ ପରିଣାମ ଅତ୍ୟନ୍ତ ଭୟଙ୍କର ଥିଲା। ହାନ୍‌ ବଂଶ ରାଜତ୍ୱ ସମୟରେ କନ୍‌ପୁସିୟସ ବିଚାରରେ ଏକଚ୍ଛତ୍ରବାଦକୁ ଆପଣାଇଥିଲା। ସେ ସମୟର ସିଭଲ ସର୍ଭିସ ପରୀକ୍ଷା ହେଉଛି ୨୦୦୦ ବର୍ଷର ଏକ ପୁରୁଣା ବ୍ୟବସ୍ଥା। ତାଙ୍ଗ ବଂଶର ଶାସନ ସମୟରେ କାବ୍ୟର ବିକାଶ ହେବା ସହ ପ୍ରାସାଦରେ ହତ୍ୟା ଲାଗି ବେଶ୍‌ ଜଣାଶୁଣା। ସୋଙ୍ଗ୍‌ ବଂଶ ରାଜତ୍ୱ କାଳ ଆର୍ଥିକ ସମୃଦ୍ଧିର ସୁବର୍ଣ୍ଣ ଯୁଗ ହେଲେ ମଧ୍ୟ ନିଜକୁ ରକ୍ଷା କରିପାରି ନ ଥିଲା। ୟୁଆନ କହିଲେ ବିଦେଶୀ ମଙ୍ଗୋଲ ଶାସକଙ୍କ ସମୟକୁ ବୁଝାଏ, ଯେଉଁମାନେ ଚାଇନାର ଲମ୍ୱା ପୋଷାକ ପରିଧାନ କରୁଥିଲେ। ମିଙ୍ଗ୍‌ ବଂଶ ରାଜତ୍ୱରେ ଓ୍ୱାଲ ନିର୍ମାଣ କରାଯିବା ସହ ସମୁଦ୍ର ପଥରେ ଜାହାଜ ପୋଡ଼ିଥିଲେ, ଯାହା ବିଦେଶୀଙ୍କୁ ଘୃଣା କରିବାର ଏକ ବଡ଼ ଦୃଷ୍ଟାନ୍ତ। କ୍ୱିଙ୍ଗ୍‌ ଶାସନରେ ପୁରୁଷଙ୍କୁ କପାଳ ସାମ୍ନା ଲଣ୍ଡା ହୋଇ ପଛରେ ଜଟ ଭଳି ଚୁଟି ରଖିବାକୁ ବାଧ୍ୟ କରାଯାଇଥିଲା ଏବଂ ନିଜର ବିଫଳତା ଯୋଗୁ ଏହି ରାଜବଂଶର ଅଧପତନ ଘଟିଥିଲା। ଦେଖିବାକୁ ଗଲେ ଚାଇନାରେ ପ୍ରତ୍ୟେକ ରାଜବଂଶର ପତନର କାହାଣୀ ସମାନ ରହିଛି। ଜଣେ ଐତିହାସିକଙ୍କ ମତରେ, ଚାଇନାରେ ସଭ୍ୟତା କମ୍‌ ଏବଂ ନିଜ ସ୍ୱାର୍ଥ ପାଇଁ ଲୋକଙ୍କୁ ନିୟନ୍ତ୍ରଣ କରୁଥିବା ଲୋକଙ୍କ ଦ୍ୱାରା ଏହା ଚାଲିଆସିଛି।
ରାଜବଂଶ ଶାସନ ବଡ଼ ଆକାରରେ ଆରମ୍ଭ ହୋଇଥିଲେ ମଧ୍ୟ ଗ୍ରହଣୀୟ ହୋଇନାହିଁ, କ୍ଷମତା ଭୁଶୁଡ଼ି ପଡ଼ିଛି। ତଥାପି ଶାସନ ସବୁବେଳେ ଲୋକଙ୍କୁ ଖାଦ୍ୟ ଯୋଗାଇବା ଉପରେ ଅତ୍ୟଧିକ ଗୁରୁତ୍ୱ ଦେଇଛି। ସବୁ ଆହ୍ୱାନର ସମ୍ମୁଖୀନ ହୋଇ ଆଗକୁ ବଢ଼ିଛି। ଏହି ଦେଶ ପ୍ରତିଯୋଗିତାରେ ବିଜୟୀ ହୋଇଛି। ୫୦୦ ବର୍ଷର ଲଗାତର ଯୁଦ୍ଧ ପରେ ଏହି ଦେଶର ଅସ୍ତିତ୍ୱ ଆଜକୁ ୨୨୦୦ ବର୍ଷ ତଳେ ସାମ୍ନାକୁ ଆସିଥିଲା ଏବଂ ରକ୍ଷକର ଭୂମିକା ନିଭାଇଥିଲା, ଯାହା ଏବେ ସୁଦ୍ଧା ରହିଆସିଛି। ତେବେ ବିଂଶ ଶତାବ୍ଦୀରେ ଚାଇନାର କମ୍ୟୁନିଷ୍ଟ ପାର୍ଟି ସେହି ବ୍ୟବସ୍ଥା ପୁନରାବୃତ୍ତି ପାଇଁ ପଦକ୍ଷେପ ନେଇଥିଲା। ସେମାନେ ରାଜବଂଶ ଶାସନକୁ ନ ହଟାଇ କେବଳ ଏହାର ପୁନଃନାମକରଣ କରି ପରିବର୍ତ୍ତନ କରିଥିଲେ। ରାଜକୀୟ ଆଦେଶ ବଦଳରେ ପାର୍ଟି ନିର୍ଦ୍ଦେଶ ପ୍ରଚଳନ ହୋଇଛି। ‘ସ୍ୱର୍ଗର ଦେବତାଙ୍କ ପ୍ରେରିତ ଶାସକ’ର ସିଦ୍ଧାନ୍ତ ବଦଳରେ ଏବେ ଚାଇନିଜଙ୍କ ପ୍ରବୃତ୍ତିରେ ସମାଜବାଦ କିମ୍ୱା ପୁଞ୍ଜିବାଦ ବସା ବାନ୍ଧିଛି। ଚାଇନା ଏବେ ସୁଦ୍ଧା ଏକ ଦଳୀୟ ଶାସନ ବ୍ୟବସ୍ଥାରେ ରହିଛି। କିନ୍ତୁ ଏକ ବଡ଼ ପରିବର୍ତ୍ତନ ଘଟିଥିଲା। ଅନେକ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲେ ବି ଖୁବ୍‌ କମ୍‌ ସମୟ ମଧ୍ୟରେ ସଂଖ୍ୟାଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଥିଲେ, ଯାହା ଏକ ଉଲ୍ଲେଖନୀୟ ସଫଳତା ହୋଇ ରହିଛି।
୩,୦୦୦ ବର୍ଷ ପୂର୍ୱେ, ସ୍ୱର୍ଗର ଶକ୍ତି ନାମରେ ଚାଇନାରେ କ୍ଷମତା ଦଖଲ କରାଯିବା ଦେଖାଯାଇଛି। ସ୍ଥାୟିତ୍ୱ ବଦଳରେ ଭୟ ରହିଥିଲା। ଲୋଭ ଏବଂ ଦୁର୍ନୀତି ଯୋଗୁ ଶାସନ ଭୁଶୁଡ଼ି ପଡ଼ିଥିଲା। ରାଜବଂଶ ପରେ ରାଜବଂଶ, ପାର୍ଟି ପରେ ପାର୍ଟି କ୍ଷେତ୍ରରେ ଏହା ଘଟିଛି। ଚାଇନାର ଇତିହାସ ଜ୍ଞାନର ଏକ ନଦୀ ନୁହେଁ, ବରଂ ଏହା ହେଉଛି କ୍ଷମତା ନିୟନ୍ତ୍ରଣର ଏକ ଚକ୍ର। କେବଳ ରାଜବଂଶ ଶାସନ ସମୟରେ ଅଧିକ ଟିକସ, ବନ୍ୟା ଓ ଯୁଦ୍ଧ ସହୁଥିବା କୃଷକଙ୍କ ନିର୍ଯାତନା ସ୍ଥାୟୀ ଭାବେ ରହିଆସିଛି। ଏହି ଦୀର୍ଘ କାହାଣୀରୁ ଯେଉଁ ଗୋଟିଏ ଶିକ୍ଷା ମିଳିଛି ତାହା ହେଉଛି ନାମାନୁସାରେ ଶାସନ ବଦଳିଛି, କିନ୍ତୁ ଘଟଣାଚକ୍ରର ପୁନରାବୃତ୍ତି ଜାରି ରହିଛି। ଯଦି ପ୍ରାସାଦରେ ଜନ୍ମ ହୋଇଛନ୍ତି ତୁମେ ମହାନ, ଯଦି କୃଷକ ଭାବେ ଜନ୍ମ ହୋଇଛନ୍ତି ତେବେ ତୁମେ ତାହା ନୁହେଁ। ଭାରତ ସମ୍ପର୍କରେ ଜଣେ ଏହି ସମାନ କଥା କହିପାରନ୍ତି, ଯେଉଁଠି ସବର୍ଣ୍ଣ ଜନ୍ମିତ ଶୋଷକ ଥିବାବେଳେ ଶୋଷିତ ଅସବର୍ଣ୍ଣ ଅଛନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲାଣି ଖରା, ଜମୁଛି ତରଭୁଜ ବେପାର

ଗୁଣପୁର, ୨୬।୨(ସଂକେତ ପାତ୍ର):ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ଯୋଗୁ ରାୟଗଡ଼ା ଜିଲା ଗୁଣପୁରରେ ଏବେ ତରଭୁଜର ଚାହିଦା ମଧ୍ୟ ବଢି ଚାଲିଥିବା ଦେଖିବାକୁ…

ଡିନର ପୂର୍ୱରୁ ମୋଦିଙ୍କୁ ସରପ୍ରାଇଜ୍‌ ଦେଲେ ନେତାନ୍ୟାହୁ, ଭାରତୀୟ ପୋଷାକ ପିନ୍ଧି କଲେ ଏମିତି ତାଜୁବ ହୋଇଗଲେ ମୋଦି!

ନୂଆଦିଲ୍ଲୀ,୨୬।୨: ବୁଧବାର (୨୫ ଫେବୃଆରୀ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ରାତ୍ରୀଭୋଜନ ପୂର୍ୱରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧିଥିଲେ। ସେ ସୋସିଆଲ…

ମୋଦିଙ୍କୁ ଭଲବନ୍ଧୁ କହିଲେ ଇସ୍ରାଏଲର ବଡ଼ ଶତ୍ରୁ, କରିଦେଲେ ଏମିତି ଦାବି…

ନୂଆଦିଲ୍ଲୀ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ତାଙ୍କୁ ପାଲେଷ୍ଟାଇନ ପ୍ରସଙ୍ଗ ଉଠାଇବାକୁ ଅନୁରୋଧ…

୨୫ବର୍ଷ ବୟସରେ କରନ୍ତୁ ୧୦୦୦ଟଙ୍କାର SIP, ମାସକୁ ହେବ ୨୦ହଜାର ଟଙ୍କାର ରୋଜଗାର

ନୂଆଦିଲ୍ଲୀ,୨୬।୨: 50 ବର୍ଷ ବୟସ ପରେ କେବଳ 1,000 ର ମାସିକ SIP ପେନସନ ପରି ଆୟ ସୃଷ୍ଟି କରିପାରିବ କି? ଉତ୍ତର ହେଉଛି ହଁ, ଯଦି…

ସ୍ବାମୀ-ସ୍ତ୍ରୀ ମଧ୍ୟରେ ଲାଗିଲା କଳି, ରାଗିକି ସ୍ବାମୀ ନେଲେ ଏମିତି ପଦକ୍ଷେପ

ଦେବଗଡ଼,୨୬ା୨(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ବରଡାତଇଲା ଗ୍ରାମରେ ସ୍ବାମୀ-ସ୍ତ୍ରୀ ଗଣ୍ଡଗୋଳର କରୁଣ ପରିଣତି ଦେଖିବାକୁ ମିଳିଛି। ଗଣ୍ଡଗୋଳ ପରେ ରାଗିଯାଇ ସ୍ତ୍ରୀ ବାପଘରକୁ…

ଭାରତୀୟଙ୍କ ତୁଳନାରେ କେତେ ଧନୀ ଇସ୍ରାଏଲୀ? ଗୋଟିଏ ଦିନରେ ରୋଜଗାର କରନ୍ତି ଏତେଟଙ୍କା…

ନୂଆଦିଲ୍ଲୀ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲକୁ ଦୁଇ ଦିନିଆ ଗସ୍ତରେ ଅଛନ୍ତି। ଗତ ନଅ ବର୍ଷ ମଧ୍ୟରେ ଏହା ତାଙ୍କର ଦ୍ୱିତୀୟ ଗସ୍ତ। ପୂର୍ୱରୁ ସେ ଜୁଲାଇ…

ତ୍ରିରଙ୍ଗା ପତାକାରେ ନାହିଁ ଅଶୋକ ଚକ୍ର ଚିହ୍ନ: ଖୋଲାଖୋଲି ସମ୍ଭିଧାନ

ଝାରସୁଗୁଡ଼ା,୨୬ା୨(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ରେଳଷ୍ଟେଶନ ପରିସରରେ ଉଡୁଥିବା ତ୍ରିରଙ୍ଗା ପତାକାରେ ଅଶୋକ ଚକ୍ର ଚିହ୍ନ ନାହିଁ। ଏହାକୁ ତୁରନ୍ତ ପରିବର୍ତ୍ତନ କରିବା ଝାରସୁଗୁଡାର ଟିମ୍‌ ସେଭ୍‌ ସଦସ୍ୟମାନେ…

୧୬ ନଂ ଜାତୀୟ ରାଜପଥ ଜାମ୍‌: ଅଟକି ରହିଛି ଶହ ଶହ ଗାଡ଼ି

ଭଦ୍ରକ, ୨୬/୨(ସନାତନ ରାଉତ)- ବୁଧବାର ରାତି ୧୨ଟାରୁ ଜାମ୍‌ ରହିଛି ୧୬ ନଂ ଜାତୀୟ ରାଜପଥ l ଭୁବନେଶ୍ୱରରୁ ବାଲେଶ୍ୱର ବାରିପଦା ଅଭିମୁଖେ ଯାଉଥିବା ଶହ ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri