Categories: ବାଣିଜ୍ୟ

ଚଳିତ ମାସ ଶେଷ ସୁଦ୍ଧା ସୁଧ ଦେବ ଇପିଏଫ୍‌ଓ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ) ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡରେ ଚଳିତ ମାସ ଶେଷ ସୁଦ୍ଧା ୮.୫% ସୁଧ ପ୍ରଦାନ କରିବ। ପ୍ରାୟ ୬ କୋଟି ଉପଭୋକ୍ତାଙ୍କ ଖାତାରେ ଏହି ସୁଧ ରାଶି ଜମା କରାଯିବ ବୋଲି ଜଣାପଡିଛି। ସେପ୍ଟେମ୍ବର ମାସରେ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁଧ ହାର ନେଇ ନିଷ୍ପତ୍ତି ହୋଇଥିଲା। ଗୋଟିଏ ଥରରେ ୮.୫% ଏବଂ ଆଉ ଗୋଟିଏ ଥରେ ୦.୩୫% ସୁଧ ପ୍ରଦାନ ନେଇ କୁହାଯାଇଥିଲା। ନ୍ୟୁଜ୍‌ ଏଜେନ୍ସି ପିଟିଆଇ ରିପୋର୍ଟ ମୁତାବକ ୨୦୧୯-୨୦ ଲାଗି ଇପିଏଫ୍‌ରେ ୮.୫% ସୁଧ ହାର ପ୍ରଦାନ କରିବା ଲାଗି ଶ୍ରମ ମନ୍ତ୍ରଣାଳୟ ଅର୍ଥ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛି। ପ୍ରସ୍ତାବକୁ ଚଳିତ ମାସରେ ପଠାଯାଇଥିବା ଜଣାପଡିଛି। ପ୍ରସ୍ତାବ ଉପରେ ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ ଚଳିତ ମାସରେ ମିଳିଯିବ ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଇପିଏଫ୍‌ ସଦସ୍ୟ ନିଜ ପଞ୍ଜୀକୃତ ମୋବାଇଲ ନମ୍ବରରୁ ମିସ୍‌ଡ କଲ୍‌ ଦେଇ ଆକାଉଣ୍ଟ ତଥ୍ୟ ଜାଣିପାରିବେ।

Share