ବାଲିଶଯ୍ୟା, ପଥର ବିକିରଣ ପାଇଁ ପରିବେଶ ଉତ୍ତପ୍ତ

ସୋନପୁର,୧୬ା୫(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ସହରର ପାରଦ ଗତ କିଛିବର୍ଷ ହେବ ସର୍ବୋଚ୍ଚସ୍ତରରେ ରହୁଛି। ଏହି ସହର ଉତ୍ତପ୍ତ ବୋଲି ପାଣିପାଗ ରିପୋର୍ଟ କହୁଛି। ମହାନଦୀ ଓ ତେଲନଦୀ ଘେରି ରହିଥିବା ନଦୀକୂଳିଆ ସହର ସୁବର୍ଣ୍ଣପୁର ତଥା ସମଗ୍ର ଜିଲାରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଛି। ନିର୍ବାଚନ ତାତିଠାରୁ ଜିଲାରେ ଗ୍ରୀଷ୍ମପ୍ରବାହ ତାତି ଅସମ୍ଭାଳ ହେଉଛି। ଏପ୍ରିଲ ମାସ ଆରମ୍ଭରୁ ଆକାଶରୁ ସତେ ଯେମିତି ଅଗ୍ନି ବର୍ଷୁଛି। ତେବେ ଶିଳ୍ପ ବିହୀନ ଏହି ଜିଲାରେ ଗତ କିଛି ବର୍ଷ ହେବ ତାତି ବଢିବା ନେଇ ଆଲୋଚନା ଜୋର ଧରିଛି। ଜିଲାରେ ଜଙ୍ଗଲ କ୍ଷୟ, ନଦୀକୂଳରେ ସବୁଜ ପରିବେଶ ନଷ୍ଟ ହେବା, ମହାନଦୀ ଓ ତେଲନଦୀ ସମେତ ଅନ୍ୟ ଶାଖା ନଦୀ ଗୁଡିକରେ ଶଯ୍ୟା ପୋତି ହେବା, କଂକ୍ରିଟ୍‌ ଘର ଓ ରାସ୍ତା ନିର୍ମାଣ, ବେଆଇନ ଭାବେ ଅସହ୍ୟ ତାତିରେ ମାଟି ଇଟା ପୋଡିବା ଏହାର କାରଣ ବୋଲି କୁହାଯାଉଛି। ମହାନଦୀ, ତେଲନଦୀ ଓ ଅଙ୍ଗନଦୀ ଶଯ୍ୟା ପୋତି ହେବାରୁ ନଦୀଗର୍ଭରେ ଥିବା ବାଲି ଶଯ୍ୟା ଓ ପରର ର ବିକିରଣ ପାଇଁ ପରିବେଶ ଅଧିକ ଉତ୍ତପ୍ତ ହେଉଥିବା ପରିବେଶବିତ୍‌ ମତ ରଖୁଛନ୍ତି। ଜିଲାର ଆୟତନ ଅନୁପାତରେ ସର୍ବନିମ୍ନ ୩୩ ଭାଗ ଜଙ୍ଗଲ ରହିବ କଥା। କିନ୍ତୁ ସୁବର୍ଣ୍ଣପୁର ଜିଲାରେ ଏବେ ମାତ୍ର ୧୮ ଭାଗ ଜଙ୍ଗଲ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବର୍ଷ ବନୀକରଣ ଏବଂ ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାର ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବନୀକରଣ ଠିକ୍‌ ଭାବେ କରାଯାଉନି। ପଥପାର୍ଶ୍ୱ ବନୀକରଣ ଯୋଜନାରେ ଗଛର ଯତ୍ନ ନିଆଯାଉନି। ପାଣି ଅଭାବରୁ ଲଗା ଯାଇଥିବା ଚାରାଗୁଡିକ ଖରାଦିନେ ମରିଯାଉଛି। କାଗଜପତ୍ରରେ ହିଁ ବନୀକରଣ ଚାଲିଥିବା ଅଭିଯୋଗ ହେଉଛି। ଜଙ୍ଗଲ ବୃଦ୍ଧି ହେବା ବଦଳରେ ଦିନକୁ ଦିନ କ୍ଷୟ ହୋଇ ଚାଲିଛି। ଜନସଂଖ୍ୟା ବୃଦ୍ଧି ପାଇବା ସହିତ ନୂତନ ଜନବସତି ସୃଷ୍ଟି ହେଉଛି। ସେଥିପାଇଁ ପୁରୁଣା ଜଙ୍ଗଲ ଗୁଡିକୁ କଟାଯାଉଛି। ବନ ବିଭାଗ ସୁରକ୍ଷା ଦେଇପାରୁନି। ସେହିଭଳି ଜଳାଶୟ ଓ ଚାଷ ଜମିଗୁଡିକୁ ପୋତି ଲୋକେ ଘର କରୁଛନ୍ତି। ଜିଲା ଗଠନ ହେଲା ପରେ ଜିଲା ସଦର ମହକୁମାରେ ଜନସଂଖ୍ୟା ବଢିବା ସହ ଅନେକ କୋଠା ଘର, କଂକ୍ରିଟ୍‌ ରାସ୍ତାଘାଟ ନିର୍ମାଣ ହୋଇଛି। ଏ ନେଇ ପ୍ରତିଯୋଗିତା ଚାଲିଛି। ଏସବୁ ଉତ୍ତାପ ସୃଷ୍ଟିର କାରଣ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଜିଲାରେ ପଞ୍ଚାୟତ ପୋଖରୀ, ରାଜସ୍ବ ପୋଖରୀ ଓ ବେସରକାରୀ ପୋଖରୀ ମିଶି ୪ ହଜାର ୭୦୦ଟି ରହିଛି। ହରିହରଯୋର ଡ୍ୟାମ୍‌ ଭଳି ବଡ ଜଳାଶୟ ରହିଛି। ତେବେ ଏହି ଜଳ ଉତ୍ସଗୁଡିକରେ ବିଭିନ୍ନ କାରଣରୁ ମାଟି ପୋତି ହୋଇଥିବାରୁ ଜଳଧାରଣ କ୍ଷମତା କମୁଛି। ଅଧିକାଂଶ ପଞ୍ଚାୟତର ଜଳଉତ୍ସ ପୁରା ଶୁଖିଲା ପଡୁଛି। ଏମ୍‌ଜିଏନଆରଇଜିଏସ୍‌ ଓ ଅମୃତ ସରୋବର ଯୋଜନାରେ ସରକାରୀ ଜଳାଶୟଗୁଡିକର ପୁନରୁଦ୍ଧାର ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଫାର୍ମ ପଣ୍ଡ ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ ପୋଖରୀ ଯୋଜନାରେ ନୂତନ ପୋଖରୀ ଖୋଳାଯାଉଛି। ମାତ୍ର ଏହାର କାର୍ଯ୍ୟକରିତା ଠିକ୍‌ ଭାବେ ହେଉନି। ଜଳଉତ୍ସରେ ଜଳସ୍ତର ହ୍ରାସ ପାଉଛି। ବୋରଓ୍ବେଲ ଯୋଗେ ରବିଋତୁରେ ଜିଲାରେ ବହୁଳ ପରିମାଣରେ ଧାନ ଚାଷ ହେଉଛି। ଏହାଦ୍ୱାରା ଭୂତଳ ଜଳସ୍ତର ଯଥେଷ୍ଟ ହ୍ରାସ ପାଉଛି। ଉତ୍ତାପ ବୃଦ୍ଧିର ଏହା ଅନ୍ୟତମ କାରଣ ପାଲଟିଛି । ସେହିପରି ଜଙ୍ଗଲରେ ନିଆଁ ଲାଗିବା କାରଣରୁ ତାତି ବଢୁଛି। ଏହା ଜିଲାର ମଣିଷଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀ ଓ ଜୀବଜନ୍ତୁଙ୍କୁ କଲବଲ କରୁଛି। ଗ୍ରୀଷ୍ମର ପ୍ରକୋପ ସାଙ୍ଗକୁ ତତଲା ହାଓ୍ବା ପରିବେଶକୁ ଅଧିକ ଉତ୍ତପ୍ତ କରି ଦେଇଛି। ସକାଳ ୮ଟାରୁ ମାଡି ଆସୁଛି ଭୟଙ୍କର ତାତି। ଖରାର ପ୍ରକୋପ ସାଙ୍ଗକୁ ଝାଞ୍ଜି ପବନ ସ୍ଥିତିକୁ ଅଧିକ ସଙ୍ଗୀନ କରିଛି। ଲୋକେ ଡହଳ ବିକଳ ହେଉଛନ୍ତି । ଦିନ ବେଳା ରାସ୍ତାଘାଟ ଶୂନଶାନ ରହୁଛି। ନିହାତି କାମ ନ ଥିଲେ ଲୋକେ ଘରୁ ବାହାରୁ ନାହାନ୍ତି। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳରେ ଲୋଭୋଲଟେଜ୍‌, ଅଘୋଷିତ ବିଦ୍ୟୁତ୍‌ କାଟ୍‌, ପାନୀୟ ଜଳ ସମସ୍ୟା ଜନସାଧାରଣଙ୍କ ଦୁଃଖକୁ ଦ୍ୱିଗୁଣିତ କରୁଛି। ତେବେ ମହାନଦୀରେ ପ୍ରସ୍ତାବିତ ଖଇରମାଳ ଓ ଗୋଧନେଶ୍ୱର ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର ନିର୍ମାଣ ହେଲେ ନଦୀଗର୍ଭରେ ଜଳ ରହିବା ସହ ସୁବର୍ଣ୍ଣପୁର ଜିଲାବାସୀଙ୍କୁ ତାତିରୁ ନିସ୍ତାର ମିଳିବ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍‌ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri