ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ, ବେକାରି ୩.୨%କୁ ହ୍ରାସ

ଭୁବନେଶ୍ୱର,୨୬।୮(ଅନୁରାଧା ମହାରଣା): ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ସରକାର ସବୁ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି କର୍ମଶକ୍ତିରେ ୭୦% ମହିଳା ଅଂଶଗ୍ରହଣକୁ ସୁନିଶ୍ଚିତ କରିବାର ଲକ୍ଷ୍ୟ ରଖାଯାଇଛି । ପିଏଲ୍‌ଏଫ୍‌ଏସ୍‌ ତଥ୍ୟ ଅନୁଯାୟୀ ଦେଶରେ ମହିଳା କର୍ମନିଯୁକ୍ତି ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ମହିଳା ନିଯୁକ୍ତି ହାର ୨୦୧୭-୧୮ରେ ୨୨%ରୁ ୨୦୨୩-୨୪ରେ ୪୦.୩%କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ବେକାରି ହାର ୫.୬ ପ୍ରତିଶତରୁ ୩.୨ ପ୍ରତିଶତକୁ ହ୍ରାସ ପାଇଛି । ଗ୍ରାମୀଣ ଭାରତରେ ମହିଳା ନିଯୁକ୍ତିରେ ୯୬% ବୃଦ୍ଧି ଘଟିଥିବାବେଳେ ସହରାଞ୍ଚଳରେ ୪୩% ବୃଦ୍ଧି ଘଟିଛି। ଏକ ଆକଳନ ଅନୁସାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ମହିଳାମାନଙ୍କ ନିଯୁକ୍ତି କ୍ଷମତା ମଧ୍ୟ ୨୦୧୩ରେ ୪୨% ଥିବାବେଳେ ତାହା ୨୦୨୪ରେ ୪୭.୫୩%କୁ ବୃଦ୍ଧି ପାଇବ । ସ୍ନାତକୋତ୍ତର ଏବଂ ତଦୂର୍ଦ୍ଧ୍ୱ ଡିଗ୍ରୀ ହାସଲ କରିଥିବା ମହିଳାଙ୍କ ମଧ୍ୟରେ ନିଯୁକ୍ତି ହାର ୨୦୧୭-୧୮ରେ ୩୪.୫%ରୁ ୨୦୨୩-୨୪ରେ ୪୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ୨୦୨୫ ଅନୁଯାୟୀ, ୨୦୨୫ରେ ପ୍ରାୟ ୫୫% ଭାରତୀୟ ସ୍ନାତକ ବିଶ୍ୱ ସ୍ତରରେ ନିଯୁକ୍ତି ଯୋଗ୍ୟ ହେବେ ବୋଲି ଆଶା କରାଯାଉଛି। ଏହା ୨୦୨୪ରେ ୫୧.୨% ଥିଲା। ଇପିଏଫଓ ପେରୋଲ ତଥ୍ୟ ଅନୁସାରେ, ସଂଗଠିତ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ବଢ଼ିଛି। ଗତ ୭ ବର୍ଷରେ ୧.୫୬ କୋଟି ମହିଳା ଆନୁଷ୍ଠାନିକ କର୍ମଶକ୍ତିରେ ଯୋଗ ଦେଇଛନ୍ତି। ଏହି ସମୟରେ ଅଗଷ୍ଟ ସୁଦ୍ଧା ଇ-ଶ୍ରମ ପୋର୍ଟାଲରେ ୧୬.୬୯ କୋଟିରୁ ଅଧିକ ଅସଂଗଠିତ ମହିଳା ଶ୍ରମିକଙ୍କ ପଞ୍ଜୀକରଣ ରେକର୍ଡ କରାଯାଇଛି, ଅନ୍ୟପଟେ ଜାତୀୟ ସ୍ତରରେ ୧୫ଟି ମନ୍ତ୍ରଣାଳୟର ୭୦ଟି କେନ୍ଦ୍ରୀୟ ଯୋଜନା ଏବଂ ୪୦୦ରୁ ଅଧିକ ରାଜ୍ୟସ୍ତରୀୟ ଯୋଜନା ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ପିଏଲଏଫଏସ ତଥ୍ୟ ଦର୍ଶାଉଛି ଯେ ମହିଳା ଆତ୍ମନିଯୁକ୍ତି ୩୦% ବୃଦ୍ଧି ପାଇଛି। ୨୦୧୭-୧୮ ରେ ୫୧.୯%ରୁ, ୨୦୨୩-୨୪ରେ ଏହା ୬୭.୪%କୁ ବୃଦ୍ଧି ପାଇବାର ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri