ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ, ବେକାରି ୩.୨%କୁ ହ୍ରାସ

ଭୁବନେଶ୍ୱର,୨୬।୮(ଅନୁରାଧା ମହାରଣା): ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ସରକାର ସବୁ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି କର୍ମଶକ୍ତିରେ ୭୦% ମହିଳା ଅଂଶଗ୍ରହଣକୁ ସୁନିଶ୍ଚିତ କରିବାର ଲକ୍ଷ୍ୟ ରଖାଯାଇଛି । ପିଏଲ୍‌ଏଫ୍‌ଏସ୍‌ ତଥ୍ୟ ଅନୁଯାୟୀ ଦେଶରେ ମହିଳା କର୍ମନିଯୁକ୍ତି ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ମହିଳା ନିଯୁକ୍ତି ହାର ୨୦୧୭-୧୮ରେ ୨୨%ରୁ ୨୦୨୩-୨୪ରେ ୪୦.୩%କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ବେକାରି ହାର ୫.୬ ପ୍ରତିଶତରୁ ୩.୨ ପ୍ରତିଶତକୁ ହ୍ରାସ ପାଇଛି । ଗ୍ରାମୀଣ ଭାରତରେ ମହିଳା ନିଯୁକ୍ତିରେ ୯୬% ବୃଦ୍ଧି ଘଟିଥିବାବେଳେ ସହରାଞ୍ଚଳରେ ୪୩% ବୃଦ୍ଧି ଘଟିଛି। ଏକ ଆକଳନ ଅନୁସାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ମହିଳାମାନଙ୍କ ନିଯୁକ୍ତି କ୍ଷମତା ମଧ୍ୟ ୨୦୧୩ରେ ୪୨% ଥିବାବେଳେ ତାହା ୨୦୨୪ରେ ୪୭.୫୩%କୁ ବୃଦ୍ଧି ପାଇବ । ସ୍ନାତକୋତ୍ତର ଏବଂ ତଦୂର୍ଦ୍ଧ୍ୱ ଡିଗ୍ରୀ ହାସଲ କରିଥିବା ମହିଳାଙ୍କ ମଧ୍ୟରେ ନିଯୁକ୍ତି ହାର ୨୦୧୭-୧୮ରେ ୩୪.୫%ରୁ ୨୦୨୩-୨୪ରେ ୪୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ୨୦୨୫ ଅନୁଯାୟୀ, ୨୦୨୫ରେ ପ୍ରାୟ ୫୫% ଭାରତୀୟ ସ୍ନାତକ ବିଶ୍ୱ ସ୍ତରରେ ନିଯୁକ୍ତି ଯୋଗ୍ୟ ହେବେ ବୋଲି ଆଶା କରାଯାଉଛି। ଏହା ୨୦୨୪ରେ ୫୧.୨% ଥିଲା। ଇପିଏଫଓ ପେରୋଲ ତଥ୍ୟ ଅନୁସାରେ, ସଂଗଠିତ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ବଢ଼ିଛି। ଗତ ୭ ବର୍ଷରେ ୧.୫୬ କୋଟି ମହିଳା ଆନୁଷ୍ଠାନିକ କର୍ମଶକ୍ତିରେ ଯୋଗ ଦେଇଛନ୍ତି। ଏହି ସମୟରେ ଅଗଷ୍ଟ ସୁଦ୍ଧା ଇ-ଶ୍ରମ ପୋର୍ଟାଲରେ ୧୬.୬୯ କୋଟିରୁ ଅଧିକ ଅସଂଗଠିତ ମହିଳା ଶ୍ରମିକଙ୍କ ପଞ୍ଜୀକରଣ ରେକର୍ଡ କରାଯାଇଛି, ଅନ୍ୟପଟେ ଜାତୀୟ ସ୍ତରରେ ୧୫ଟି ମନ୍ତ୍ରଣାଳୟର ୭୦ଟି କେନ୍ଦ୍ରୀୟ ଯୋଜନା ଏବଂ ୪୦୦ରୁ ଅଧିକ ରାଜ୍ୟସ୍ତରୀୟ ଯୋଜନା ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ପିଏଲଏଫଏସ ତଥ୍ୟ ଦର୍ଶାଉଛି ଯେ ମହିଳା ଆତ୍ମନିଯୁକ୍ତି ୩୦% ବୃଦ୍ଧି ପାଇଛି। ୨୦୧୭-୧୮ ରେ ୫୧.୯%ରୁ, ୨୦୨୩-୨୪ରେ ଏହା ୬୭.୪%କୁ ବୃଦ୍ଧି ପାଇବାର ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?